ବୁଧବାର, 28 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍
ଓଡ଼ିଶା

କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଓ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି। ଘର ଭିତରେ ଚାଲୁଥିବା ଜେନେରେଟରରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ବାଂଶପାଳ ବ୍ଲକ୍ ନାୟାକୋଟ ପୋଲିସ ଥାନା ଅନ୍ତର୍ଗତ ସୁଡୁଙ୍ଗା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି।

ସୂଚନା ଅନୁଯାୟୀ, ସୁଡୁଙ୍ଗା ଗାଁରେ ଲକ୍ଷ୍ମୀପୂଜା ଉତ୍ସବ ଚାଲିଥିଲା। ଗତକାଲି ରାତିରେ ଗାଁର ୫ ଜଣ ଯୁବକ ଘର ଭିତରେ ଜେନେରେଟର ଚାଲୁ ରଖି ଶୋଇଥିଲେ। ଜେନେରେଟରରୁ ନିର୍ଗତ ବିଷାକ୍ତ ଗ୍ୟାସ୍ ଧୂଆଁ ଘର ଭିତରେ ଭର୍ତ୍ତି ହୋଇଯିବାରୁ ସମସ୍ତ ୫ ଜଣ ଯୁବକ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିଲେ।

ସକାଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରର ଦ୍ୱାର ନଖୋଲିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା। ଗ୍ରାମବାସୀମାନେ କବାଟ ଭାଙ୍ଗି ଘର ଭିତରୁ ୫ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ବାଂଶପାଳ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତରଖାନା ନେବା ବାଟରେ ହିଁ ୨ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା।

ମୃତ ଯୁବକଦ୍ୱୟ ସୁଡୁଙ୍ଗା ଗ୍ରାମର ରାଜେନ୍ଦ୍ର ସାନ୍ତା ଏବଂ ନୀତୁ ସାନ୍ତା ବୋଲି ଚିହ୍ନଟ ହୋଇଛନ୍ତି। ଗୁରୁତର ଅସୁସ୍ଥ ଥିବା ଅନ୍ୟ ୩ ଜଣ ଯୁବକ ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ ଏବଂ ନିରଦାଶ ଦେହୁରୀଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଲକ୍ଷ୍ମୀପୂଜା ଆନନ୍ଦ ଭିତରେ ଏହି ହୃଦୟବିଦାରକ ଦୁର୍ଘଟଣା ଘଟିବା ପରେ ସମଗ୍ର ସୁଡୁଙ୍ଗା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)