ଗୁରୁବାର, 29 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ | 04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ | 04:43 AM ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ! ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଆମେରିକାର ବଡ଼ ଆଲର୍ଟ | 04:37 AM ବାଲଟ୍ ପେପର୍‌ ଭୋଟ୍‌ରେ ବି କଂଗ୍ରେସକୁ ‘ଜିରୋ’: ‘ବାଲଟ୍ ବକ୍ସ ଇସ୍ତଫା ଦିଅ’ କହି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ଅମିତ ଶାହ | 04:29 AM ଜୟପୁର ସେଣ୍ଟରରେ OCS ମୁଖ୍ୟ ପରୀକ୍ଷା ଘୁଞ୍ଚାଇବାକୁ OPSC ଅଧ୍ୟକ୍ଷଙ୍କୁ କୋରାପୁଟ ସାଂସଦ ସପ୍ତଗିରି ଉଲକାଙ୍କ ଦାବି | 04:22 AM ଦୁର୍ବଳ ହେଲା ବାତ୍ୟା ‘ଅର୍ଣ୍ଣବ’, ମାଲକାନଗିରି ନିକଟରେ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ଆଲର୍ଟ, ଆସୁଛି ଆଉ ଏକ ଲଘୁଚାପ
ଓଡ଼ିଶା

Kotia Border Row: କୋଟିଆରୁ TDP ଓ YSRCP ପ୍ରାର୍ଥୀ! ଆନ୍ଧ୍ର SEC ଘୋଷଣା କଲେ ନୂଆ ଇଲେକ୍ସନ୍ ଡେଟ୍

କୋରାପୁଟ: ଓଡ଼ିଶାର କୋରାପୁଟ ଜିଲ୍ଲାସ୍ଥିତ ବିବାଦୀୟ କୋଟିଆ ପଞ୍ଚାୟତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଉଥିବା ଜିଲ୍ଲା ପରିଷଦ ଓ ମଣ୍ଡଳ ପରିଷଦ ନିର୍ବାଚନର ତାରିଖରେ ପରିବର୍ତ୍ତନ କରାଯାଇଛି।

ପୂର୍ବରୁ ନଭେମ୍ବର ୩ ତାରିଖରେ ଭୋଟ୍ ଗ୍ରହଣ ହେବାର ଥିବା ବେଳେ ଏହାକୁ ନଭେମ୍ବର ୫ ତାରିଖକୁ ଘୁଞ୍ଚାଯାଇଛି। ସେହିପରି ଭୋଟ୍ ଗଣତି ତାରିଖ ନଭେମ୍ବର ୫ ପରିବର୍ତ୍ତେ ନଭେମ୍ବର ୭ ତାରିଖକୁ ନିର୍ଦ୍ଧାରିତ କରାଯାଇଛି।

ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନର ଅନିଲ ଚନ୍ଦ୍ର ପୁନେଥାଙ୍କ ଦ୍ୱାରା ଜାରି ଚିଠି ନଂ 905/SEC-B1/2026 ଅନୁଯାୟୀ ଏହି ନୂଆ ସୂଚନା ଦିଆଯାଇଛି। ନଭେମ୍ବର ୩ ତାରିଖରେ ଆନ୍ଧ୍ରପ୍ରଦେଶର ପୌର ନିର୍ବାଚନର ଭୋଟ୍ ଗଣତି ଥିବାରୁ ଏକ ସମୟରେ ଗ୍ରାମୀଣ ନିର୍ବାଚନ କରାଇବା ସମ୍ଭବ ହୋଇନଥିବାରୁ ଏହି ତାରିଖ ଘୁଞ୍ଚାଯାଇଥିବା ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି।

ଏହି ନିର୍ବାଚନ ପାଇଁ ଗତ ଅକ୍ଟୋବର ୨୧ ରୁ ୨୩ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା। କୋଟିଆ ପଞ୍ଚାୟତ ଅଞ୍ଚଳରୁ ଦୁଇଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ।

ଚିରଞ୍ଜୀବୀ ତାଡ଼ଙ୍ଗୀ (ଉପରସେମ୍ବି ଗ୍ରାମ) – ତେଲୁଗୁ ଦେଶମ୍ ପାର୍ଟି (TDP) ପ୍ରାର୍ଥୀ।

କାନ ପୁରୀ ମାଝୀ (ନେରିଡିଭାଲସା ଗ୍ରାମ) – YSR କଂଗ୍ରେସ ପାର୍ଟି (YSRCP) ପ୍ରାର୍ଥୀ।

ସୀମାନ୍ତ କୋଟିଆରେ ଆନ୍ଧ୍ରର ଏହି ନିର୍ବାଚନୀ ଗତିବିଧିକୁ ନେଇ ଓଡ଼ିଶା ପ୍ରଶାସନ ଓ ରାଜନୈତିକ ମହଲରେ ଚର୍ଚ୍ଚା ତୀବ୍ର ହୋଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)