ଶୁକ୍ରବାର, 30 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି
ଓଡ଼ିଶା

ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ

କଟକ: ଗତ ମାର୍ଚ୍ଚ ୧୬ ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍‌ ଅମାନ୍ୟ କରି କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ବିଜୁ ଜନତା ଦଳ ର ୫ ଜଣ ବିଧାୟକଙ୍କୁ ଓଡ଼ିଶା ହାଇକୋର୍ଟ ଗୁରୁବାର ନୋଟିସ୍ ଜାରି କରିଛନ୍ତି। ବିଚାରପତି ଏମ୍.ଏସ୍. ସାହୁ ଏହି ମାମଲାର ଶୁଣାଣି କରି ୫ ବିଧାୟକଙ୍କୁ ଆସନ୍ତା ଡିସେମ୍ବର ୪ ସୁଦ୍ଧା ନିଜ ନିଜର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୭ ଜାନୁଆରୀ ୧୧ ରେ ଧାର୍ଯ୍ୟ କରାଯାଇଛି।

ଯେଉଁ ୫ ବିଧାୟକଙ୍କୁ ନୋଟିସ୍ ହୋଇଛି:
୧. ଅରବିନ୍ଦ ମହାପାତ୍ର

୨. ସନାତନ ମହାକୁଡ଼

୩. ଚକ୍ରମଣି କାହଁର

୪. ସୌଭିକ୍ ବିଶ୍ୱାଳ

୫. ସୁବାସିନୀ ଜେନା (ସସପେଣ୍ଡେଡ୍)

ଘଟଣାବଳୀ ଓ ବିଜେଡିର ଆବେଦନ: ରାଜ୍ୟସଭା ନିର୍ବାଚନରେ ଦଳର ୮ ଜଣ ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିଲେ ବୋଲି ବିଜେଡି ଅଭିଯୋଗ କରିଥିଲା। ଏହି ଆଧାରରେ ବିଧାୟକ ପଦ ରଦ୍ଦ ପାଇଁ ବିଜେଡି ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟରେ ପିଟିସନ୍ ଦାଖଲ କରିଥିଲା। ମାତ୍ର ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ବାଚସ୍ପତି ଗତ ଜୁନ୍ ମାସରେ ସମସ୍ତ ଅଯୋଗ୍ୟତା ପିଟିସନ୍‌କୁ ଖାରଜ କରିଦେଇଥିଲେ।

ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ହାଇକୋର୍ଟରେ ୮ଟି ରିଟ୍ ପିଟିସନ୍ ଦାଖଲ କରିଥିଲେ, ଯାହାମଧ୍ୟରୁ ୫ଟିର ଶୁଣାଣି ଗୁରୁବାର ହୋଇଛି। BJD ର ଅଭିଯୋଗ ଯେ, ବାଚସ୍ପତି ସେମାନଙ୍କୁ ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ସୁଯୋଗ ନଦେଇ ଏକତରଫା ଭାବେ ଆବେଦନ ଖାରଜ କରିଥିଲେ।

ଆଡଭୋକେଟ୍ ଜେନେରାଲ୍‌ଙ୍କ ଯୁକ୍ତି ଓ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା: ଶୁଣାଣି ସମୟରେ ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କୋର୍ଟଙ୍କୁ ଜଣାଇଥିଲେ ଯେ, ଆବେଦନଗୁଡ଼ିକରେ ଗାମ୍ଭୀର୍ଯ୍ୟ ନଥିବା ଏବଂ ନିୟମାନୁଯାୟୀ ନଥିବାରୁ ବାଚସ୍ପତି ଏକ ବିସ୍ତୃତ ଆଦେଶନାମା ଦ୍ୱାରା ତାହା ଖାରଜ କରିଥିଲେ।

ଅପରପକ୍ଷରେ ହାଇକୋର୍ଟଙ୍କ ନୋଟିସ୍‌କୁ ସ୍ୱାଗତ କରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, “ଆମର ନ୍ୟାୟପାଳିକା ଉପରେ ପୂର୍ଣ୍ଣ ଆସ୍ଥା ରହିଛି।” ଏଥିସହିତ ସେ ଆଡଭୋକେଟ୍ ଜେନେରାଲ୍‌ଙ୍କ ବକ୍ତବ୍ୟକୁ ରାଜନୈତିକ ବୋଲି କହି ସମାଲୋଚନା କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)