ସୋମବାର, 2 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ
ଓଡ଼ିଶା

ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଜନକୈନ୍ଦ୍ରିକ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସୋମବାର ‘ବିକଶିତ ଭାରତ – ଗ୍ୟାରେଣ୍ଟି ଫର୍ ରୋଜଗାର ଏବଂ ଆଜୀବିକା ମିଶନ: VB–G RAM G – ଅଭିଯୋଗ ନିବାରଣ ନିୟମ, 2026’ (VB–G RAM G – Grievance Redressal Rules, 2026) ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ନିୟମ ଜରିଆରେ ଯୋଜନା କାର୍ଯ୍ୟକାରୀତାରେ ଦେଖାଦେଉଥିବା ବିଭିନ୍ନ ଅଭିଯୋଗର ସମାଧାନ ପାଇଁ ଏକ ସଂରଚିତ,ସ୍ତରୀୟ ଏବଂ ସମୟବଦ୍ଧ ବ୍ୟବସ୍ଥା କରାଯାଇଛି।

ରାଜ୍ୟ ସରକାରମାନେ ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ଏକ ସମୟବଦ୍ଧ ଏବଂ ବହୁ-ସ୍ତରୀୟ ଅଭିଯୋଗ ନିବାରଣ ବ୍ୟବସ୍ଥା ଗଠନ କରିବେ। ନିର୍ଦ୍ଦିଷ୍ଟ ଅଭିଯୋଗ ନିବାରଣ ଅଧିକାରୀମାନେ ଅଭିଯୋଗ ଗ୍ରହଣ, ପଞ୍ଜୀକରଣ, ତଦନ୍ତ ଏବଂ ସମାଧାନ ଦିଗରେ କାର୍ଯ୍ୟ କରିବେ। ଜିଲ୍ଲା ସ୍ତରରେ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଏହାର ସମଗ୍ର ତଦାରଖ କରିବେ।

ଯୋଜନା ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ପାଇଁ ନାଗରିକମାନେ ବିଭିନ୍ନ ମାଧ୍ୟମ ଜରିଆରେ ଆବେଦନ କରିପାରିବେ । ଯେପରିକି ନିର୍ଦ୍ଦିଷ୍ଟ ଅଭିଯୋଗ ଅଧିକାରୀଙ୍କ ସମ୍ମୁଖରେ ପ୍ରତ୍ୟକ୍ଷ ଭାବେ, ଡାକଯୋଗେ (ପ୍ରମୁଖ ପ୍ରମାଣ ସହ), କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର ମାଧ୍ୟମରେ କିମ୍ବା ଟେଲିଫୋନ୍, ହେଲ୍‌ପଲାଇନ୍ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଅନ୍ୟାନ୍ୟ ମାଧ୍ୟମରେ।

ଭୌତିକ ଭାବେ ପ୍ରାପ୍ତ ହୋଇଥିବା ଅଭିଯୋଗଗୁଡ଼ିକୁ ପ୍ରାପ୍ତି ଦିନ କିମ୍ବା ସର୍ବାଧିକ ପରବର୍ତ୍ତୀ କାର୍ଯ୍ୟଦିବସ ମଧ୍ୟରେ ଡିଜିଟାଲ୍ ପୋର୍ଟାଲ୍‌ରେ ପଞ୍ଜୀକରଣ କରାଯିବ। କୌଣସି ବି ଅଭିଯୋଗକୁ ଏହାର ଫର୍ମାଟ୍, ଭାଷା କିମ୍ବା କୌଣସି ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇ ପ୍ରତ୍ୟାଖ୍ୟାନ କରାଯିବ ନାହିଁ।

ପ୍ରତ୍ୟେକ ପଞ୍ଜୀକୃତ ଅଭିଯୋଗର ତଦନ୍ତ କାର୍ଯ୍ୟ ୭ କାର୍ଯ୍ୟଦିବସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ। ଅଭିଯୋଗ ପ୍ରାପ୍ତିର ତାରିଖଠାରୁ ସର୍ବାଧିକ ୧୫ ଦିନ ମଧ୍ୟରେ ଏହାର ସମାଧାନ କରାଯିବ। ଯଦି ୧୫ ଦିନ ଭିତରେ ସମାଧାନ ନହୁଏ, ତେବେ ତାହା ସ୍ୱୟଂଚାଳିତ ଭାବେ ଉଚ୍ଚତର ସ୍ତରକୁ ସ୍ଥାନାନ୍ତରିତ ହେବ।

ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକଚର ମାଧ୍ୟମରେ ଅଭିଯୋଗର ପଞ୍ଜୀକରଣଠାରୁ ଆରମ୍ଭ କରି ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ଅନଲାଇନ୍ ଟ୍ରାକିଂ କରାଯାଇପାରିବ। ସରକାରଙ୍କ ଏହି ନୂତନ ନିୟମ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଅଧିକାର ଓ ସୁବିଧାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)