ମଙ୍ଗଳବାର, 3 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ | 06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ | 06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ
ଓଡ଼ିଶା

ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆତଙ୍କ। ୬ ନମ୍ବର ଏବଂ ୭ ନମ୍ବର ଲେଡିଜ୍ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କ ମଧ୍ୟରେ ଝାଡ଼ାବାନ୍ତି ଏବଂ ଜଣ୍ଡିସ୍ ରୋଗ ବ୍ୟାପିବା ଖବର ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚାଲୁ ରହିବାକୁ ଥିବା ମିଡ୍-ସେମିଷ୍ଟାର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ବେଳେ କେତେକଙ୍କୁ ମେଡିକାଲରେ ਭର୍ତ୍ତି କରିବାକୁ ପଡ଼ିଛି। ୭ ନମ୍ବର ହଷ୍ଟେଲର ଦୁଇ ଜଣ ଛାତ୍ରୀ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିବା ପରେ ଅନ୍ତେବାସୀଙ୍କ ମଧ୍ୟରେ ତ୍ରାସ ସୃଷ୍ଟି ହୋଇଛି। ହଷ୍ଟେଲରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଦୂଷିତ ହେବା ଯୋଗୁଁ ଏହି ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥିବା ସନ୍ଦେହ କରାଯାଉଛି।

ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ BMC ର ତୁରନ୍ତ ପଦକ୍ଷେପ: ସ୍କିତିର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ନଭେମ୍ବର ୨ ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇ ନିମ୍ନଲିଖିତ ଜରୁରୀ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯାଇଛି । କ୍ୟାମ୍ପସରେ ସ୍ୱତନ୍ତ୍ର କଣ୍ଟ୍ରୋଲ୍ ରୁମ୍, ଫାର୍ମାସୀ ଏବଂ ଜନସ୍ୱାସ୍ଥ୍ୟ ସେବା କେନ୍ଦ୍ର ଖୋଲାଯାଇଛି। ହଷ୍ଟେଲଗୁଡ଼ିକୁ ୧,୦୦୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସହ ବୋରୱେଲ୍ ପାଣି ବ୍ୟବହାର ଉପରେ ରୋକ୍ ଲଗାଯାଇଛି।

ସମସ୍ତ ଛାତ୍ରୀଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଇଛି। ହଷ୍ଟେଲ ୱାଟର ଟାଙ୍କିଗୁଡ଼ିକର ସଫେଇ ଓ ବିଶୋଧନ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ଅର୍ବାନ୍ ସର୍ଭେଲାନ୍ସ ୟୁନିଟ୍‌ର ଏକ ପ୍ରତିନିଧି ଦଳ (ଏପିଡେମିଓଲୋଜିଷ୍ଟ, ମାଇକ୍ରୋବାୟୋଲୋଜିଷ୍ଟ, ଫୁଡ୍ ସେଫ୍ଟି ଏକ୍ସପର୍ଟ) ହଷ୍ଟେଲ ପରିଦର୍ଶନ କରି ପାଣି ଓ ରକ୍ତ ନମୁନା ସଂଗ୍ରହ କରିଛନ୍ତି।

ସ୍ୱାସ୍ଥ୍ୟଗତ ଆଶଙ୍କା ଓ ଛାତ୍ରୀମାନଙ୍କ ମାନସିକ ଚାପକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ମିଡ୍-ସେମିଷ୍ଟାର ପରୀକ୍ଷାକୁ ବାତିଲ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ସହ ନିରନ୍ତର ଯୋଗାଯୋଗ ରଖାଯାଇଛି ଏବଂ ପରିସ୍ଥିତି ସ୍ୱାଭାବିକ ହେବା ପରେ ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)