ଶୁକ୍ରବାର, 30 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି
ବିଦେଶ

ଭୁଟାନରେ ଧସିଲା ବରଫ ହ୍ରଦ, ଆସାମ ଓ ଉତ୍ତର ବେଙ୍ଗଲରେ ବନ୍ୟା ଆଲର୍ଟ, ୬୦୦୦ ରୁ ଅଧିକ ଲୋକ ସ୍ଥାନାନ୍ତରିତ

କୋଲକାତା: ଭୁଟାନର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଏକ ପ୍ରମୁଖ ଗ୍ଲାସିଆଲ୍ ଲେକ୍ ଆଉଟ୍‌ବର୍ଷ୍ଟ ଫ୍ଲଡ୍ (GLOF) କିମ୍ବା ହିମବାହ ହ୍ରଦ ବିସ୍ଫୋରଣ ଘଟିବା ପରେ ଆସାମ ଏବଂ ପଶ୍ଚିମବଙ୍ଗର ଏକାଧିକ ଜିଲ୍ଲାରେ ବନ୍ୟା ଆଲର୍ଟ ଜାରି କରାଯାଇଛି। ଗୁରୁବାର ରାତିରେ ଭୁଟାନର ସିନ୍ତାଫୁ ହ୍ରଦରେ ଏହି ବିସ୍ଫୋରଣ ଘଟିବା ପରେ ଉତ୍ତର ବେଙ୍ଗଲ ଏବଂ ଆସାମର ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟାର ଭୟଙ୍କର ବିପଦ ଦେଖାଦେଇଛି।

ସଂକୋଶ ନଦୀ ଏବଂ ଏହାର ଉପନଦୀ କୂଳରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରାମାଣିକ ‘ଏଏନ୍‌ଆଇ’କୁ ସୂଚନା ଦେଇ କହିଛନ୍ତି ଯେ, ଭୁଟାନରୁ ଆସୁଥିବା ଏହି ପାଣି ଆଗାମୀ ୫ ରୁ ୬ ଘଣ୍ଟା ମଧ୍ୟରେ ସମତଳ ଅଞ୍ଚଳରେ ପହଞ୍ଚିବ, ଯାହାଦ୍ୱାରା ପ୍ରବଳ ବନ୍ୟା ଆସିବାର ଆଶଙ୍କା ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ୍ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ କୁ ସକ୍ରିୟ କରାଯାଇଛି। ସଂକୋଶ ନଦୀ ପ୍ରଣାଳୀ ପାଇଁ ବର୍ତ୍ତମାନ ‘ରେଡ୍ ଆଲର୍ଟ’ ଜାରି ରହିଛି।

ଅଲିପୁରଦୁଆର ଏସ୍‌ପି ଅମିତ୍ କୁମାର ଶ ଅ କହିଛନ୍ତି ଯେ, ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି ଏବଂ ସେମାନେ ଭୁଟାନ ପ୍ରଶାସନ ସହ କ୍ରମାଗତ ଯୋଗାଯୋଗରେ ଅଛନ୍ତି। ୬,୦୦୦ ରୁ ଅଧିକ ଲୋକ ସ୍ଥାନାନ୍ତରିତ: ବର୍ତ୍ତମାନ ସୁଦ୍ଧା ୬,୦୦୦ ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥିମଧ୍ୟରୁ ପ୍ରାୟ ୪,୦୦୦ ରୁ ୫,୦୦୦ ଲୋକଙ୍କୁ ବିଦ୍ୟାଳୟ ଗୃହଗୁଡ଼ିକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରି ରଖାଯାଇଛି।

ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ: ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଜଳପ୍ରବାହର ପ୍ରକୋପ ସାମାନ୍ୟ କମିଥିଲେ ହେଁ ପୋଲିସ, ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ BDO ଟିମ୍ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।

ଏହି ହ୍ରଦ ବିସ୍ଫୋରଣ ଯୋଗୁଁ ପଶ୍ଚିମବଙ୍ଗର ଅଲିପୁରଦୁଆର ଜିଲ୍ଲା ଏବଂ ଆସାମର ଧୁବୁରୀ ଜିଲ୍ଲାରେ ଜଳସ୍ତର ହଠାତ୍ ପ୍ରବଳ ବୃଦ୍ଧି ପାଇପାରେ। ଏହାସହ ଦାର୍ଜିଲିଂ ପାହାଡ଼ିଆ ଅଞ୍ଚଳ, ଅଲିପୁରଦୁଆର ଏବଂ ଜଲପାଇଗୁଡ଼ି ସମେତ ଉତ୍ତର ବେଙ୍ଗଲର ବିଭିନ୍ନ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)