ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବିଦେଶ

ଫ୍ଲାଏଦୁବାଇ କାଣ୍ଡ ପଛରେ ରହିଛି ଇରାନର ହାତ, ବଡ଼ ବୟନ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍: ଫ୍ଲାଏଦୁବାଇ ବିମାନ ରେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଛରଙ୍କୁ ଓମାନର କୋ-ପାଇଲଟ୍ ହାମାମ୍ ଅଲ୍-ହାମ୍ମାମୀଙ୍କ ଦ୍ୱାରା ଛୁରାମାଡ଼ କରାଯିବା ଘଟଣାକୁ ନେଇ ଆମେରିକା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟକ୍ତିଗତ ଭାବେ ଏହି ଆକ୍ରମଣ ପଛରେ ଇରାନର ହାତ ଅଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସୋମବାର ‘ଏୟାରଫୋର୍ସୱାନ’ ରେ ବୋର୍ଡିଂ କରିବା ସମୟରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି, “ମୁଁ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ ଯେ ଏଥିରେ ଇରାନର ସଂପୃକ୍ତି ରହିଛି।”

ଜେଡି ଭାନ୍ସଙ୍କ ସତର୍କ ପ୍ରତିକ୍ରିୟା: ଅନ୍ୟପକ୍ଷରେ, ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏହି ମାମଲାରେ ଅଧିକ ସତର୍କତା ଅବଲମ୍ବନ କରିଛନ୍ତି। ଇରାନ ସଂପୃକ୍ତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି “ନିର୍ଦ୍ଦିଷ୍ଟ କିମ୍ବା ଚୂଡ଼ାନ୍ତ ପ୍ରମାଣ” ମିଳି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସିଆଇଏ ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଏବଂ ଗୁଇନ୍ଦା ଅଧିକାରୀମାନେ ଏହି ବିଷୟରେ ତଦନ୍ତ କରୁଛନ୍ତି ଏବଂ ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଭାନ୍ସ ମତ ଦେଇଛନ୍ତି।

ତଦନ୍ତରୁ କ’ଣ ସାମ୍ନାକୁ ଆସିଛି: ଇସ୍ରାଏଲ, ୟୁଏଇ ଏବଂ ସୌଦି ଆରବର ଅଧିକାରୀମାନେ ଏହି ଘଟଣାକୁ ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଛନ୍ତି। ୟୁଏଇ ଆଟର୍ନି ଜେନେରାଲ୍ ହମାଦ ସୈଫ୍ ଅଲ୍ ଶାମସିଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କୋ-ପାଇଲଟ୍ ହାମାମ୍ ଅଲ୍-ହାମ୍ମାମୀ ଏକ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା। ତେବେ ସେ ଏକକାଳୀନ ଏହି କାମ କରିଥିଲା କିମ୍ବା କୌଣସି ବଡ଼ ଆତଙ୍କବାଦୀ ସଙ୍ଗଠନ ସହ ଜଡ଼ିତ ଥିଲା, ସେନେଇ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ, ଦୁବାଇରୁ ଇସ୍ରାଏଲର ତେଲ ଆବିଭ୍ ଯାଉଥିବା ଏହି ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ। କ୍ୟାପ୍ଟେନ୍ ସ୍ମିତ୍ ମଛର ଆହତ ହୋଇଥିଲେ ମଧ୍ୟ ସାହସିକତାର ସହିତ କକପିଟ୍ ଦ୍ୱାରା ଖୋଲି ଦେଇଥିଲେ, ଯାହାଫଳରେ ଅନ୍ୟ ଯାତ୍ରୀ ଓ ପାଇଲଟମାନେ ଆକ୍ରମଣକାରୀକୁ କାବୁ କରି ସୌଦି ଆରବର ତବୁକ୍ରେ ବିମାନଟିକୁ ସୁରକ୍ଷିତ ଭାବେ ଅବତରଣ କରାଇଥିଲେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)