ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

ଭାରତ ପାଇଁ ବଡ଼ ସଫଳତା: ସେରମ୍ ଇନଷ୍ଟିଚ୍ୟୁଟ୍‌‌ର ସ୍ୱଦେଶୀ HPV ଟିକା ‘ସର୍ଭାଭାକ୍’କୁ ମିଳିଲା WHO ସ୍ଵକୃତୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ଏଚ୍‌ପିଭି ଟିକା (Indigenous HPV Vaccine) ‘ସର୍ଭାଭାକ୍’ (Cervavac) କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପୂର୍ବ-ଯୋଗ୍ୟତା (Prequalification) ପ୍ରଦାନ କରାଯାଇଛି। ଏହାଫଳରେ ଏହି ଟିକା ବର୍ତ୍ତମାନ ଜାତିସଂଘର ବିଭିନ୍ନ ଏଜେନ୍ସି ଦ୍ୱାରା କ୍ରୟ ଏବଂ ବିଶ୍ୱସ୍ତରୀୟ ବଣ୍ଟନ ପାଇଁ ଯୋଗ୍ୟ ବିବେଚିତ ହୋଇଛି।

ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ବିକଶିତ ଏହି ‘ସର୍ଭାଭାକ୍’ ଏକ ଲିଙ୍ଗ-ନିରପେକ୍ଷଟିକା, ଯାହା ବାଳିକା ଏବଂ ବାଳକ ଉଭୟଙ୍କୁ ଦିଆଯାଇପାରିବ। ଏହା ମୁଖ୍ୟତଃ HPV ର ଚାରୋଟି ପ୍ରକାର ୬, ୧୧, ୧୬ ଏବଂ ୧୮କୁ ଟାର୍ଗେଟ୍ କରିଥାଏ। ୯ରୁ ୨୬ ବର୍ଷ ବୟସ୍କ ବ୍ୟକ୍ତିମାନେ ଏହି ଟିକା ନେଇପାରିବେ।

ଟିକାର ବିଶେଷତ୍ୱ ଏବଂ ଉପକାରିତା: HPV ର ପ୍ରକାର ୬ ଏବଂ ୧୧ କମ କ୍ଷତିକାରକ ହୋଇଥିବାବେଳେ ପ୍ରକାର ୧୬ ଏବଂ ୧୮ ଅଧିକ କ୍ଷତିକାରକ ଯାହା କର୍କଟ ସୃଷ୍ଟି କରିଥାଏ।

ମହିଳାମାନଙ୍କୁ ଜରାୟୁ ମୁଖ କର୍କଟ, ଯୋନୀ କର୍କଟ ଏବଂ ପୁରୁଷମାନଙ୍କୁ ଗୁଦ୍ଧ କର୍କଟରୁ ସୁରକ୍ଷା ଦେବାରେ ଏହା ସହାୟକ ହୋଇଥାଏ।

ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଏହାକୁ ଭାରତରେ ବ୍ୟବହାର ପାଇଁ ଅନୁମୋଦନ ଦେଇଥିଲା।

ଡୋଜ୍ ଏବଂ ଗ୍ରହଣ କରିବାର ପଦ୍ଧତି: ସେରମ୍ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ୯ ରୁ ୧୪ ବର୍ଷ ବୟସ୍କ ପିଲାମାନେ ୬ ମାସ ବ୍ୟବଧାନରେ ଦୁଇଟି ଡୋଜ୍ ଏବଂ ୧୫ ରୁ ୨୬ ବର୍ଷ ବୟସ୍କମାନେ ତିନୋଟି ଡୋଜ୍ ନେବା ଆବଶ୍ୟକ। ଏହାକୁ ସିଧାସଳଖ ରକ୍ତନଳୀରେ ନ ଦେଇ ମାଂସପେଶୀରେ ଦିଆଯାଇଥାଏ।

ସେରମ୍ ଇନଷ୍ଟିଚ୍ୟୁଟ୍‌‌ର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ WHO ର ଏହି ମଞ୍ଜୁରୀ ଭାରତୀୟ ଗବେଷଣା ଏବଂ ଟିକା ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ ମାଇଲଖୁଣ୍ଟ ଅଟେ। ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ, BIRAC, IARC ଏବଂ ଗେଟ୍ସ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଏହି ଟିକା ପ୍ରସ୍ତୁତ କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)