ନୂଆଦିଲ୍ଲୀ: WhatsAppର ପ୍ରସ୍ତାବିତ ୟୁଜରନେମ୍ ସୁବିଧାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରଶ୍ନର ଜବାବ ଦେଇଛି Meta। ଫୋନ୍ ନମ୍ବର ସେୟାର୍ ନକରି ୟୁଜରନେମ୍ରେ ସମ୍ପର୍କ କରିବା ସୁବିଧା ଦ୍ୱାରା ଅନଲାଇନ୍ ଠକେଇ ଓ ନକଲି ପରିଚୟ ବଢ଼ିପାରେ ବୋଲି ଚିନ୍ତା ପ୍ରକାଶ ପାଇଥିଲା।
କମ୍ପାନୀ କହିଛି ଯେ ଫିଚରଟି ଏପର୍ଯ୍ୟନ୍ତ ସାଧାରଣ ବ୍ୟବହାରକାରୀଙ୍କ ପାଇଁ ଲାଇଭ୍ ହୋଇନାହିଁ। ହାଇ-ପ୍ରୋଫାଇଲ୍ ନାମ ସଂରକ୍ଷଣ, ନକଲି ଖାତା ଚିହ୍ନଟ ଓ ଅନ୍ୟ ସୁରକ୍ଷା ସ୍ତର ରହିବ। ୟୁଜରନେମ୍ ଥିଲେ ମଧ୍ୟ ଖାତା ଖୋଲିବାକୁ ମୋବାଇଲ୍ ନମ୍ବର ଆବଶ୍ୟକ ରହିବ।