ସୋମବାର, 2 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
11:48 AM ଲୋପ ପାଇବାକୁ ବସିଲାଣି ପାଣି ସିଙ୍ଗଡ଼ା !!! | 11:06 AM କେବଳ ଲୋକପ୍ରିୟତା ନୁହେଁ, ସଂଘର୍ଷ, ପରିଶ୍ରମ ଓ ଅଦମ୍ୟ ଆତ୍ମବିଶ୍ୱାସର କାହାଣୀ !!! | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 11:48 AM ଲୋପ ପାଇବାକୁ ବସିଲାଣି ପାଣି ସିଙ୍ଗଡ଼ା !!! | 11:06 AM କେବଳ ଲୋକପ୍ରିୟତା ନୁହେଁ, ସଂଘର୍ଷ, ପରିଶ୍ରମ ଓ ଅଦମ୍ୟ ଆତ୍ମବିଶ୍ୱାସର କାହାଣୀ !!! | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 11:48 AM ଲୋପ ପାଇବାକୁ ବସିଲାଣି ପାଣି ସିଙ୍ଗଡ଼ା !!! | 11:06 AM କେବଳ ଲୋକପ୍ରିୟତା ନୁହେଁ, ସଂଘର୍ଷ, ପରିଶ୍ରମ ଓ ଅଦମ୍ୟ ଆତ୍ମବିଶ୍ୱାସର କାହାଣୀ !!! | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ
ମନୋରଞ୍ଜନ

କେବଳ ଲୋକପ୍ରିୟତା ନୁହେଁ, ସଂଘର୍ଷ, ପରିଶ୍ରମ ଓ ଅଦମ୍ୟ ଆତ୍ମବିଶ୍ୱାସର କାହାଣୀ !!!

ବୟସ ବଢ଼ୁଛି, ହେଲେ କମୁନି କ୍ରେଜ୍‌! ଆଜି ବି ତାଙ୍କର ଗୋଟିଏ ଝଲକ ପାଇଁ ହଜାର ହଜାର ପ୍ରଶଂସକ ଚାହିଁ ରହିଛନ୍ତି। କଥା ହେଉଛି ବଲିଉଡ୍‌ର ବାଦଶାହ ଶାହରୁଖ ଖାନ୍‌ଙ୍କର। ଆଜି ସେହି ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଜନ୍ମଦିନ। ୬୧ ବର୍ଷରେ ପାଦ ଥାପିଛନ୍ତି କିଙ୍ଗ୍‌ ଖାନ୍‌। ଦିଲ୍ଲୀରୁ ମୁମ୍ବାଇ… ଜଣେ ସାଧାରଣ ଯୁବକରୁ ବଲିଉଡ୍‌ର ସୁପରଷ୍ଟାର ହେବାର ଯାତ୍ରା ଆଜି ପାଲଟିଛି ଲକ୍ଷ ଲକ୍ଷ ଲୋକଙ୍କ ପ୍ରେରଣା। ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ମୁମ୍ବାଇରେ ଏକାଠି ହୋଇଥିଲେ ହଜାର ହଜାର ଫ୍ୟାନ୍ସ। ଆଉ ପ୍ରଶଂସକଙ୍କ ଏହି ଭଲପାଇବାର ଜବାବ ନିଜ ଷ୍ଟାଇଲ୍‌ରେ ଦେଇଛନ୍ତି ଶାହରୁଖ। ହାତ ହଲାଇବା ସହ ଦେଇଛନ୍ତି ଫ୍ଲାଇଂ କିସ୍‌। କେହି ତାଙ୍କୁ କିଙ୍ଗ୍‌ ଖାନ୍‌ କୁହନ୍ତି, ତ ଆଉ କେହି ବଲିଉଡ୍‌ର ବାଦଶାହ! କିନ୍ତୁ କେବଳ ଲୋକପ୍ରିୟତା ନୁହେଁ, ସଂଘର୍ଷ, ପରିଶ୍ରମ ଓ ଅଦମ୍ୟ ଆତ୍ମବିଶ୍ୱାସର କାହାଣୀ ହେଉଛି ଶାହରୁଖଙ୍କ ଏହି ଯାତ୍ରା। “ତେବେ କେମିତି ଜଣେ ସାଧାରଣ ଯୁବକ ହାସଲ କଲେ ବଲିଉଡ୍‌ର ଏତେ ବଡ଼ ସାମ୍ରାଜ୍ୟ? ଆସନ୍ତୁ ଜାଣିବା, କିଙ୍ଗ୍‌ ଖାନ୍‌ ହେବା ପଛର ସଂଘର୍ଷ ଓ ସଫଳତାର କାହାଣୀ।”

ଦିଲ୍ଲୀର ଗଳିରୁ ମୁମ୍ବାଇର ମାୟାନଗରୀ ଯାଏଁ

୧୯୬୫ ନଭେମ୍ବର ୨। ଦିଲ୍ଲୀରେ ଜନ୍ମ ନେଇଥିଲେ ଶାହରୁଖ ଖାନ୍‌। ପିଲାଦିନରୁ ପାଠପଢ଼ା ସହ ଅଭିନୟ ଓ ନାଟକ ପ୍ରତି ଥିଲା ତାଙ୍କର ଅହେତୁକ ଆକର୍ଷଣ। ଥିଏଟରରୁ ଆରମ୍ଭ ହୋଇଥିଲା ଅଭିନୟର ଅଭ୍ୟାସ। କିନ୍ତୁ ଜୀବନରେ ଆସିଥିଲା ଏମିତି ଏକ ଝଡ଼, ଯାହା ତାଙ୍କୁ ଭିତରୁ ଦୋହଲାଇ ଦେଇଥିଲା। ଅଳ୍ପ ବୟସରେ ପ୍ରଥମେ ବାପା ଓ ପରେ ମାଆଙ୍କୁ ହରାଇଥିଲେ। ତଥାପି ହାର୍‌ ମାନିନଥିଲେ। ଦୁଃଖକୁ ଶକ୍ତି କରି ଆଗକୁ ବଢ଼ିବାର ନିଷ୍ପତ୍ତି ନେଇଥିଲେ |

ଛୋଟ ପରଦାରୁ ବଡ଼ ପରଦା, ସଂଘର୍ଷରୁ ସଫଳତା

‘ଫୌଜି’ ଓ ‘ସର୍କସ୍‌’ ଭଳି ଟେଲିଭିଜନ୍‌ ଧାରାବାହିକରୁ ଆରମ୍ଭ ହୋଇଥିଲା ଶାହରୁଖଙ୍କ ଅଭିନୟ ଯାତ୍ରା। ଛୋଟ ପରଦାରେ ନିଜ ଅଭିନୟର ଛାପ ଛାଡ଼ିବା ପରେ ବଡ଼ ପରଦାରେ ରଖିଥିଲେ ପ୍ରଥମ ପାଦ। ହିରୋ ଭାବେ ନୁହେଁ, ଖଳନାୟକ ଭାବେ ମଧ୍ୟ ଦର୍ଶକଙ୍କ ମନ ଜିଣିଥିଲେ ଶାହରୁଖ। ୧୯୯୨ରେ ‘ଦିୱାନା’ ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଶାହରୁଖ ଖାନ୍‌ ଆଜି ଭାରତୀୟ ସିନେମାର ଅନ୍ୟତମ ସଫଳ ଅଭିନେତା। ତାପରେ ୧୯୯୩ରେ ‘ବାଜିଗର’, ‘ଡର୍’ ଓ ‘ଅଞ୍ଜାମ୍‌’ରେ ତାଙ୍କ ନକାରାତ୍ମକ ଚରିତ୍ର ଆଜି ବି ଦର୍ଶକଙ୍କ ମନରେ ତାଜା। ଏହି ଭୂମିକା ମାଧ୍ୟମରେ ସେ ଦେଖାଇଥିଲେ ଯେ, ଜଣେ ଅଭିନେତାଙ୍କ ପ୍ରକୃତ ଶକ୍ତି ତାଙ୍କ ଚରିତ୍ରର ରଙ୍ଗ ନୁହେଁ, ତାହାକୁ ଜୀବନ୍ତ କରିବାର କଳାରେ ରହିଛି। 1995 ରେ ‘ଦିଲ୍‌ୱାଲେ ଦୁଲହନିଆ ଲେ ଜାଏଙ୍ଗେ’ ଫିଲ୍ମ ତାଙ୍କୁ ରୋମାନ୍ସର ନୂଆ ପରିଚୟ ଦେଇଥିଲା। ଏହାପରେ ‘ଦିଲ୍‌ ତୋ ପାଗଲ୍‌ ହୈ’, ‘କୁଛ୍‌ କୁଛ୍‌ ହୋତା ହୈ’, ‘ଦେବଦାସ’, ‘ସ୍ୱଦେଶ’, ‘ଚକ୍‌ ଦେ ଇଣ୍ଡିଆ’, ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ ଭଳି ଅନେକ ହିଟ୍‌ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି। ଦୀର୍ଘ ବର୍ଷର କ୍ୟାରିୟର୍‌ରେ ଶତାଧିକ ଫିଲ୍ମ କରି ଦର୍ଶକନକ ମନ କିଣିବା ସହ ଅନେକ ପ୍ରଶଂସା ସାଉଁଟି ଛନ୍ତି  ଶାହରୁଖ। ଫିଲ୍ମଫେୟାର ମଞ୍ଚରେ ମଧ୍ୟ ରହିଛି ଶାହରୁଖଙ୍କ ଦବ୍‌ଦବା। ୧୪ରୁ ଅଧିକ ସମ୍ମାନ ସହ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି ସେ। ୨୦୦୫ରେ ମିଳିଥିଲା ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’। ୨୦୧୮ରେ ୱାର୍ଲ୍ଡ ଇକୋନୋମିକ୍‌ ଫୋରମ୍‌ର କ୍ରିଷ୍ଟାଲ୍‌ ଆୱାର୍ଡ ଏବଂ ୨୦୨୪ରେ ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ୍‌ର କ୍ୟାରିୟର୍‌ ଲିଓପାର୍ଡ ସମ୍ମାନ ତାଙ୍କ ଅନ୍ତର୍ଜାତୀୟ ପରିଚୟକୁ ଆହୁରି ମଜବୁତ କରିଛି।

ଅଭିନେତାରୁ ବ୍ୟବସାୟୀ, ନିଜେ ଗଢ଼ିଲେ ସାମ୍ରାଜ୍ୟ

ଶାହରୁଖଙ୍କ ସଫଳତାର କାହାଣୀ କେବଳ ପ୍ରେମ ଓ ସିନେମାରେ ସୀମିତ ନୁହେଁ। ଅଭିନେତାରୁ ବ୍ୟବସାୟୀ ଭାବେ ମଧ୍ୟ ନିଜର ଏକ ବିଶାଳ ସାମ୍ରାଜ୍ୟ ଗଢ଼ିଛନ୍ତି ସେ। ‘ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ’ ଭଳି ପ୍ରଯୋଜନା ସଂସ୍ଥାଠାରୁ ଆରମ୍ଭ କରି IPL ଦଳ କୋଲକାତା ନାଇଟ୍‌ ରାଇଡର୍ସ ପର୍ଯ୍ୟନ୍ତ, ବ୍ୟବସାୟ ଜଗତରେ ମଧ୍ୟ ନିଜର ଦବ୍‌ଦବା ଦେଖାଇଛନ୍ତି। ଅଭିନୟ, ପ୍ରେମ, ପରିବାର ଓ ବ୍ୟବସାୟ ପ୍ରତ୍ୟେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ି ଶାହରୁଖ ପ୍ରମାଣ କରିଛନ୍ତି ଯେ, ସେ କେବଳ ପରଦାର ନୁହେଁ, ନିଜ ଜୀବନର ମଧ୍ୟ ଜଣେ କିଙ୍ଗ୍‌।

ଫ୍ଲପ୍‌ରୁ ବ୍ଲକବଷ୍ଟର୍‌ କମ୍‌ବ୍ୟାକ୍‌

ସଫଳତାର ଶିଖର ଛୁଇଁଥିବା ଶାହରୁଖଙ୍କ ଜୀବନରେ ବିଫଳତା ମଧ୍ୟ ଆସିଛି। କିଛି ଫିଲ୍ମ ବକ୍ସ ଅଫିସ୍‌ରେ ଫେଲ୍‌ ହୋଇଛି, ସମାଲୋଚନାର ଶିକାର ହୋଇଛନ୍ତି ସେ। ଏପରିକି କ୍ୟାରିୟରରେ ଲମ୍ବା ବିରତି ମଧ୍ୟ ନେଇଥିଲେ। କିନ୍ତୁ ହାର ମାନିନଥିଲେ କିଙ୍ଗ୍‌ ଖାନ୍‌। ୨୦୨୩ରେ ‘ପଠାନ୍‌’ ଓ ‘ଜୱାନ୍‌’ ଭଳି ବ୍ଲକ୍‌ବଷ୍ଟର୍‌ ଫିଲ୍ମ ସହ ଧମାକାଦାର କମ୍‌ବ୍ୟାକ୍‌ କରିଥିଲେ। ଦୁଇଟି ଫିଲ୍ମ ଜରିଆରେ ପୁଣି ଥରେ ବକ୍ସ ଅଫିସ୍‌ରେ ନିଜର ଦବ୍‌ଦବା ପ୍ରମାଣିତ କରିଥିଲେ। ପରେ ‘ଡଙ୍କି’ ମଧ୍ୟ ଦର୍ଶକଙ୍କ ସାମ୍ନାକୁ ଆସିଥିଲା। ଏହି ଫେରାରୀ ପ୍ରମାଣ କରିଥିଲା, ବିଫଳତା ତାଙ୍କୁ ଅଟକାଇ ପାରିବ ନାହିଁ। କାରଣ ଶାହରୁଖ ଖାନ୍‌ଙ୍କ ପାଇଁ କମ୍‌ବ୍ୟାକ୍‌ କେବଳ ଫେରିବା ନୁହେଁ, ପୁଣି ଥରେ ଇତିହାସ ରଚିବାର ନାଁ। ଏହି କାହାଣୀ କେବଳ ଜଣେ ସୁପରଷ୍ଟାର୍‌ଙ୍କ ସଫଳତା ନୁହେଁ, ବରଂ ବିଫଳତା ପରେ ପୁଣି ଉଠି ଛିଡ଼ା ହେବାର ଏକ ବଡ଼ ଉଦାହରଣ।

ଜନ୍ମଦିନରେ ଫ୍ୟାନ୍ସଙ୍କୁ ବଡ଼ ସରପ୍ରାଇଜ୍‌

ଆଉ ଏବେ ୬୧ତମ ଜନ୍ମଦିନରେ ପୁଣି ଥରେ ଚର୍ଚ୍ଚାରେ ଶାହରୁଖ। ମନ୍ନତ ବାହାରେ ଫ୍ୟାନ୍ସଙ୍କ ଭିଡ଼, ଅନ୍ୟପଟେ ତାଜ୍‌ ହୋଟେଲରେ ପରିବାର ଓ ବନ୍ଧୁଙ୍କ ସହ ଜନ୍ମଦିନ ସେଲିବ୍ରେସନ୍‌। ହୋଟେଲରୁ ବାହାରି ଫ୍ୟାନ୍ସଙ୍କୁ ହାତ ହଲାଇ ଅଭିବାଦନ ଓ ଫ୍ଲାଇଂ କିସ୍‌। ଏପଟେ ଆଗାମୀ ଫିଲ୍ମ ‘କିଙ୍ଗ୍‌’କୁ ନେଇ ମଧ୍ୟ ବଢ଼ିଛି ଉତ୍କଣ୍ଠା। ଜନ୍ମଦିନରେ ଫିଲ୍ମର ଗୀତ ‘ତୁ ମିଲ୍‌ ଯାଏ’ ରିଲିଜ୍‌ ହେବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢ଼ିଛି।

ଦିଲ୍ଲୀରୁ ମୁମ୍ବାଇ, ସାଧାରଣ ଯୁବକରୁ ବଲିଉଡ୍‌ର ବାଦଶାହ। କେବେ ଖଳନାୟକ ଭାବେ ଚର୍ଚ୍ଚାରେ, ତ କେବେ ରୋମାନ୍ସରେ କୋଟି କୋଟି ହୃଦୟର ନାୟକ। ଅଭିନୟଠାରୁ ବ୍ୟବସାୟ, ସିନେମାଠାରୁ ବିଶ୍ୱସ୍ତରୀୟ ପରିଚୟ ପ୍ରତିଟି କ୍ଷେତ୍ରରେ ଛାଡ଼ିଛନ୍ତି ନିଜର ଛାପ। ଏହା ହେଉଛି କିଙ୍ଗ୍‌ ଖାନ୍‌ଙ୍କ ସଂଘର୍ଷ, ସଫଳତା ଓ ସାମ୍ରାଜ୍ୟ ଗଢ଼ିବାର କାହାଣୀ। ପରଦାରେ କେବେ ପ୍ରେମିକ, କେବେ ଖଳନାୟକ, ତ ଆଉ କେବେ ଆକ୍ସନ୍‌ ହିରୋ। ପ୍ରତିଟି ଚରିତ୍ରରେ ନିଜକୁ ପ୍ରମାଣିତ କରିଛନ୍ତି ଶାହରୁଖ। ବର୍ଷ ପରେ ବର୍ଷ ବିତିଛି, ହେଲେ ତାଙ୍କ ଯାଦୁ ଆଜି ବି ଫିକା ପଡ଼ିନି। ୬୧ ବର୍ଷରେ ବି ସେହି ଉତ୍ସାହ, ସେହି ଆକର୍ଷଣ ଆଉ ପ୍ରଶଂସକଙ୍କ ସେହି ଅସୀମ ଭଲପାଇବା। ଷ୍ଟାର୍‌ ଭାବେ ନୁହେଁ, ଏକ ଯୁଗର ପରିଚୟ ଭାବେ ମନେ ରହିବେ ଶାହରୁଖ ଖାନ୍‌।

Debi Prasad Ojha
ଲେଖକ
Debi Prasad Ojha

Editorial Head at Nirnay TV Network, leading the newsroom’s editorial direction, news standards, and content strategy. Committed to accurate, responsible, and impactful journalism that keeps audiences informed and empowers them with the truth.

10 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ଜନ୍ମଦିନରେ ବଡ଼ ଭେଟି: ‘କିଙ୍ଗ୍’ ଫିଲ୍ମର ରୋମାଣ୍ଟିକ୍-ଆକ୍ସନ୍ ଗୀତ ‘ତୁ ମିଲ୍ ଯାଏ’ ରିଲିଜ୍, ଅରିଜିତ୍‌ଙ୍କ ସହ ଏଡ୍ ଶୀରନ୍‌ଙ୍କ ରାପ୍‌ ମନ ଜିଣିଲା

୬୧ ବର୍ଷରେ ପାଦ ଥାପିଲେ ସୁପରଷ୍ଟାର୍ ଶାହରୁଖ ଖାନ୍: ‘ମନ୍ନତ’ ବାହାରେ ଫ୍ୟାନ୍ସଙ୍କ ପ୍ରବଳ ଭିଡ଼, କଡ଼ାକଡ଼ି ହେଲା ସୁରକ୍ଷା!

ଟାଇଗର ଶ୍ରୋଫ୍ ଗୁଳିକାଣ୍ଡରେ ନୂଆ ମୋଡ଼: ଆମିର ଖାନ୍ ଓ ଇମ୍ରାନ ହାସମୀ ବି ଥିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରେ

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)