ମଙ୍ଗଳବାର, 27 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | 05:58 AM ଟାଇଗର ଶ୍ରୋଫ୍ ଗୁଳିକାଣ୍ଡରେ ନୂଆ ମୋଡ଼: ଆମିର ଖାନ୍ ଓ ଇମ୍ରାନ ହାସମୀ ବି ଥିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରେ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | 05:58 AM ଟାଇଗର ଶ୍ରୋଫ୍ ଗୁଳିକାଣ୍ଡରେ ନୂଆ ମୋଡ଼: ଆମିର ଖାନ୍ ଓ ଇମ୍ରାନ ହାସମୀ ବି ଥିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରେ | 07:25 AM ବିହାର ଫେରିବେ ବରିଷ୍ଠ ଆଇଏଏସ୍ ସଞ୍ଜୟ ସିଂହ: ଓଡ଼ିଶା ସରକାରଙ୍କୁ ଭିଜିଲାନ୍ସ ରିପୋର୍ଟ ମାଗିଲେ କେନ୍ଦ୍ର ସରକାର | 07:13 AM କୋଟିଆ ବିବାଦରେ ନବୀନଙ୍କୁ ସିଏମ୍ ମୋହନ ମାଝୀଙ୍କ ଚିଠି: “ରାଜନୀତି ଛାଡ଼ି ଗଠନମୂଳକ ପରାମର୍ଶ ଦିଅନ୍ତୁ” | 06:03 AM କୋଟିଆ ସୀମା ବିବାଦ: ଆନ୍ଧ୍ରପ୍ରଦେଶ ବିରୋଧରେ ସୁପ୍ରିମ୍ କୋର୍ଟ ଗଲେ ଓଡ଼ିଶା ସରକାର, ଆଜି ବସିବ ୧୬ ଜଣିଆ କୋଟିଆ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ | 05:58 AM ଟାଇଗର ଶ୍ରୋଫ୍ ଗୁଳିକାଣ୍ଡରେ ନୂଆ ମୋଡ଼: ଆମିର ଖାନ୍ ଓ ଇମ୍ରାନ ହାସମୀ ବି ଥିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରେ
ଅପରାଧ

ଟାଇଗର ଶ୍ରୋଫ୍ ଗୁଳିକାଣ୍ଡରେ ନୂଆ ମୋଡ଼: ଆମିର ଖାନ୍ ଓ ଇମ୍ରାନ ହାସମୀ ବି ଥିଲେ ବିଶ୍ନୋଇ ଗ୍ୟାଙ୍ଗର ଟାର୍ଗେଟ୍‌ରେ

ମୁମ୍ବାଇ: ଅକ୍ଟୋବର ୧୮ ତାରିଖରେ ବଲିଉଡ୍ ଅଭିନେତା ଟାଇଗର ଶ୍ରୋଫଙ୍କୁ ଲକ୍ଷ୍ୟ କରି ହୋଇଥିବା ଗୁଳିକାଣ୍ଡ ମାମଲାର ତଦନ୍ତରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇ ପୋଲିସ କ୍ରାଇମ୍ ବ୍ରାଞ୍ଚର ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ଆକ୍ରମଣକାରୀମାନେ ପ୍ରଥମେ ଅଭିନେତା ଆମିର ଖାନ୍ ଏବଂ ଇମ୍ରାନ ହାସମୀଙ୍କୁ ଟାର୍ଗେଟ୍ କରିବାକୁ ଯୋଜନା କରିଥିଲେ।

ବିଶ୍ନୋଇ ଗ୍ୟାଙ୍ଗର ଶୁଟରମାନେ ପ୍ରଥମେ ଆମିର ଖାନ୍‌ଙ୍କ ଘର ନିକଟରେ ରେକି କରିଥିଲେ, କିନ୍ତୁ ଆମିର ଦକ୍ଷିଣ ମୁମ୍ବାଇକୁ ସ୍ଥାନାନ୍ତରିତ ହୋଇସାରିଥିବା ସେମାନେ ଜାଣିନଥିଲେ। ଏହାପରେ ହ୍ୟାଣ୍ଡଲରମାନେ ଇମ୍ରାନ ହାସମୀଙ୍କ ଘର ରେକି କରିବାକୁ ନିର୍ଦ୍ଦେଶ ଦେଇଥିଲେ ବି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରି ସୁଦ୍ଧା ସେମାନେ ହାସମୀଙ୍କ ଘର ସନ୍ଧାନ ପାଇପାରିନଥିଲେ।

ଏହି ଦୁଇଟି ପ୍ରଚେଷ୍ଟା ବିଫଳ ହେବା ପରେ ଗ୍ୟାଙ୍ଗ୍ ନିଜର ନଜର ଟାଇଗର ଶ୍ରୋଫ୍‌ଙ୍କ ଉପରେ ରଖିଥିଲା। ସୋସିଆଲ ମିଡିଆ ରିଲ୍ସ ମାଧ୍ୟମରେ ସେମାନେ ଜାଣିବାକୁ ପାଇଥିଲେ ଯେ ଟାଇଗର ପ୍ରତି ରବିବାର ଜୁହୁସ୍ଥିତ ପୁଷ୍ପା ନାରସୀ ଗ୍ରାଉଣ୍ଡକୁ ଫୁଟବଲ ଖେଳିବାକୁ ଆସନ୍ତି, ଯାହା ପରେ ଆକ୍ରମଣର ଯୋଜନା କରାଯାଇଥିଲା।

ଏହି ମାମଲାରେ ହରିୟାଣାର ସୋନିପତରୁ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତରାଧା ବର୍ମା (୨୧), ବବିତା ରାଓ (୨୧), କୁନାଲ ଜାମିନସିଂହ (୨୧) ଏବଂ ସୁମିତ ସରୋଲିୟା (୧୯)ଙ୍କୁ ସ୍ଥାନୀୟ କୋର୍ଟ ଅକ୍ଟୋବର ୨୮ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଛନ୍ତି।ଜାମିନସିଂହ ବିଶ୍ନୋଇ ଗ୍ୟାଙ୍ଗର ସହଯୋଗୀ ଅନିଲ ପଣ୍ଡିତଙ୍କ ଠାରୁ ପିସ୍ତୋଲ ଆଣି ଆକ୍ରମଣର ଦିନକ ପୂର୍ବରୁ ଦାଦରଠାରେ ଶୁଟର ରେହାନ ଅନସାରୀକୁ ହସ୍ତାନ୍ତର କରିଥିଲା।

ଗୁଳିକାଣ୍ଡ ସମୟରେ ଟାଇଗର ଶ୍ରୋଫ୍ ସୁରକ୍ଷିତ ବଞ୍ଚିଯାଇଥିବା ବେଳେ ତାଙ୍କ ଡ୍ରାଇଭର ଏବଂ ଜଣେ ବ୍ଲଗର ଗୁଳିବାଜି ଆହାତ ହୋଇଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇସାରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)