ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ମଧ୍ୟ ଗୃହ କାର୍ଯ୍ୟ ସ୍ୱାଭାବିକ୍ ହୋଇପାରି ନାହିଁ। ବିରୋଧୀ ଦଳମାନଙ୍କର କ୍ରମାଗତ ହଟ୍ଟଗୋଳ ଓ ହଙ୍ଗାମା ଯୋଗୁଁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ମୋଟ ୯ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନର ପ୍ରଥମ ତିନିଦିନ ଏହିପରି ଭାବେ ବାଧାପ୍ରାପ୍ତ ହୋଇଛି।
ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ MMDR (ଖଣି ଓ ପଦାର୍ଥ) ଏବଂ ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ବିରୋଧୀମାନେ ସରକାରଙ୍କୁ ଘେରିଥିଲେ। ପ୍ରଥମ ଦିନରେ ଏହି ପ୍ରସଙ୍ଗକୁ ନେଇ ଗୃହରେ ପ୍ରବଳ ହୋହାଲ୍ଲା ହୋଇଥିଲା।
ଗୁରୁବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ସଦସ୍ୟମାନେ ପୁଣି ଥରେ ମଇ୍କୁ ଆସି ହଙ୍ଗାମା କରିଥିଲେ। ଏପରିକି କିଛି ସଦସ୍ୟ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ମଧ୍ୟ ଉଦ୍ୟମ କରିଥିଲେ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ଶାନ୍ତ ନ ହେବାରୁ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖାଯାଇଛି।