ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଅପରାଧ

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଘଟଣ, ଦୀପକଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ !!!

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଚାଲିଥିଲା କଣ ? ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ରହସ୍ୟ ଜନକ ମୃତ୍ୟୁ ଏବେ ସନ୍ଦେହ ଘେରରେ ! କଟିଛି ଗୁପ୍ତାଙ୍ଗ, ଘରଭିତରେ ପଡିଛି ରକ୍ତ ଜୁଡୁବୁଡୁ ଗ୍ରାଇଣ୍ଡର ! ଆଉ ଡିଲିଟ୍ ହୋଇଯାଇଛି ଚାଟ୍‌ ! କଣ ଥାଇପାରେ ମୃତ୍ୟୁ ପଛର କାରଣ ? ଏହା କ’ଣ ଆତ୍ମହତ୍ୟା,ନା ଘଟଣା ପଛରେ ରହିଛି ହତ୍ୟାର ଷଡ଼ଯନ୍ତ୍ର ?

ଉତ୍ତରପ୍ରଦେଶର ମଥୁରା ଜିଲ୍ଲା ବୃନ୍ଦାବନସ୍ଥିତ ଗୁରୁ କୃପା କୁଞ୍ଜ ଆଶ୍ରମରେ ଘଟିଛି ଏକ ରହସ୍ୟଜନକ ମୃତ୍ୟୁ ଘଟଣା। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ସହ ଜଡ଼ିତ ଦୀପକ ଲୋଧି ଓରଫ ରସିକ ଡୁଲାରୀ ଶରଣଙ୍କ ମୃତ୍ୟୁକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ଦୀପକ ଲୋଧି ୨୦୨୪ ମସିହାରୁ ଆଶ୍ରମରେ ରହୁଥିବା ଜଣାପଡ଼ିଛି। ଦୀକ୍ଷା ନେବା ପରେ ସେ ପରିବାରଠାରୁ ଦୂରେଇ ଯାଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଅନେକ ସମୟରେ ପ୍ରେମାନନ୍ଦ ମହାରାଜଙ୍କ ସହ ଗୋବର୍ଦ୍ଧନ ପରିକ୍ରମାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳୁଥିଲା। ହେଲେ ଶନିବାର ସକାଳ ପ୍ରାୟ ୧୦ଟା ସମୟରେ ଘଟିଥିଲା ଅଘଟଣ। ଆଶ୍ରମର ଚତୁର୍ଥ ମହଲାରୁ ତଳକୁ ପଡ଼ି ଦୀପକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ଆଶ୍ରମ ନିକଟରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଇଥିବା ସୂଚନା ରହିଛି। ତେବେ cctv ଫୁଟେଜ ଯାଞ୍ଚ ପରେ ଏହି ଘଟଣାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଚତୁର୍ଥ ମହଲାରୁ ତଳକୁ ପଡ଼ିବା ପୂର୍ବରୁ ଦୀପକଙ୍କ ପୋଷାକରେ ରକ୍ତ କେମିତି ଆସିଲା ? ସିସିଟିଭି ଫୁଟେଜ୍‌ରେ ଯଦି ଏଭଳି ଦୃଶ୍ୟ ଦେଖାଯାଇଛି, ତେବେ ତା’ପୂର୍ବ ଘଟଣା କଣ ଥିଲା ?ଏହା ଦୁର୍ଘଟଣା, ଆତ୍ମହତ୍ୟା ନା ଘଟଣା ପଛରେ ଆଉ କୌଣସି ବଡ଼ ରହସ୍ୟ ଲୁଚି ରହିଛି |

ପ୍ରେମାନନ୍ଦ ମହାରାଜଙ୍କୁ ଦେଶର ବହୁ ସଂଖ୍ୟକ ଭକ୍ତ ଅନୁସରଣ କରନ୍ତି। ତାଙ୍କର ପ୍ରବଚନ ଏବଂ ଆଧ୍ୟାତ୍ମିକ ବାର୍ତ୍ତାକୁ ନେଇ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ପରିଚିତ ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟ ଆଗ୍ରହ ଦେଖିବାକୁ ମିଳିଛି। କ୍ରିକେଟର ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ସମେତ ଅନେକ ପରିଚିତ ବ୍ୟକ୍ତି ମଧ୍ୟ ପୂର୍ବରୁ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିବା ଏବଂ ଆଶ୍ରମକୁ ଯାଇଥିବା ଦେଖାଯାଇଛି। ତେବେ ଏଭଳି ସ୍ଥିତିରେ ଆଶ୍ରମ ସହ ଜଡ଼ିତ ଜଣେ ଶିଷ୍ୟଙ୍କ ଏଭଳି ମୃତ୍ୟୁ ସ୍ୱାଭାବିକ ଭାବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଏବେ ତଦନ୍ତରେ ସ୍ପଷ୍ଟ ହେବ ଦୀପକଙ୍କ ମୃତ୍ୟୁ ପୂର୍ବରୁ ଆଶ୍ରମ ଭିତରେ ଅସଲରେ କ’ଣ ଘଟିଥିଲା ଏବଂ ତାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ?

ତେବେ ବର୍ତମାନର ବଡ଼ ପ୍ରଶ୍ନ ଗୁପ୍ତାଙ୍ଗ କାଟିବା ପଛରେ କାହାର ହାତ ଅଛି ? କାରଣ ଏମିତି କିଛି ଅଭିଯୋଗ ପୂର୍ବରୁ ରାମରହିମ ଙ୍କ ଆଶ୍ରମ ରୁ ଆସିଥିଲା | ରାମରହିମ ନିଜର ଭକ୍ତ ମାନଙ୍କୁ ନିଜର ଗୁପ୍ତାଙ୍ଗ କାଟିଲେ ହିଁ ଇଶ୍ୱର ପ୍ରାପ୍ତି ହେବ ବୋଲି ମିଛ କହି ପ୍ରବର୍ତ୍ତାଉ ଥିଲେ | ଆଉ ଏବେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟଙ୍କ ଏପରି ଘଟଣା ସନ୍ଦେହ ବଢ଼ାଇଛି | ସବୁଠୁ ବଡ କଥା ଏହି ଘଟଣା ଏବେ ସୋସିଆଲ ମେଡିଆ ରେ ବ୍ୟାପିବାରେ ଲାଗିଛି ହେଲେ ଏପର୍ଯ୍ୟନ୍ତ ମୁଁହ ଖୋଲିନାହାନ୍ତି ମହାରାଜ ଜି | ଏସବୁ ଭିତରେ ପ୍ରତିଦିନ ଘଟୁଥିବା ନୂଆ ନୂଆ ଅଭିଯୋଗ ଏବେ ସନ୍ଦେହ ଉପୁଜାଉଛି | ଦୀପକଙ୍କ ମା ଆଶ୍ରମ ଆସିଥିବା ବେଳେ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି | ଦୀପକଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି | ବୃନ୍ଦାବନ ରେ ଥିବା ସାଧୁ ସନ୍ଥ ମାନେ ଏବେ CBI ତଦନ୍ତ ପାଇଁ ଦାବି କରିଛନ୍ତି | ତେବେ ଦୀପକଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ହୋଇଛି ନା ଅନ୍ୟ କୌଣସି ରହସ୍ୟ ଏହା ପଛରେ ଲୁଚି ରହିଛି ତାହା ଏବେ ତଦନ୍ତର ପ୍ରମୁଖ ପ୍ରସଙ୍ଗ। ପୋଲିସ ସମସ୍ତ ଦିଗକୁ ନଜରରେ ରଖି ଘଟଣାର ଛାନଭିନ୍ ଜାରି ରଖିଛି। ତେବେ ଘଟଣା ପଛରେ କାହାର ହାତ ଅଛି କି ନାହିଁ ତାହା ଫରେନସିକ ଟିମର ଯାଞ୍ଚ ପରେ ହିଁ ସ୍ପଷ୍ଟ ଜଣାପଡିବ |

Debi Prasad Ojha
ଲେଖକ
Debi Prasad Ojha

Editorial Head at Nirnay TV, leading the newsroom’s editorial direction, news standards, and content strategy. Committed to accurate, responsible, and impactful journalism that keeps audiences informed and empowers them with the truth.

8 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)