ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି ଏବଂ ଆସନ୍ତା ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ହେବାକୁଥିବା ପ୍ରତିବାଦ ପୂର୍ବରୁ ରାଜନୈତିକ ପାଣିପାଗ ସରଗରମ ହୋଇଛି। ‘କକ୍ରୋଚ୍ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ୍ ଦିପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସରକାରଙ୍କ କୌଣସି ଧମକ କିମ୍ବା ଭୟ ସେମାନଙ୍କୁ ପଛକୁ ହଟାଇ ପାରିବ ନାହିଁ।
ଗିରଫଦାରୀ ନେଇ CJP ନେତାଙ୍କ ସାଂଘାତିକ ଅଭିଯୋଗ:CJP ର ପ୍ରବକ୍ତା ସୌରଭ ଦାସ ଏବଂ ଅନ୍ୟତମ ନେତା ଆଶୁତୋଷ ରାଙ୍କା ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ, ସରକାର ଅଭିଜିତ୍ ଦିପକେ, ରତ୍ନା ସିଂହ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନଙ୍କୁ ଗିରଫ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅଭିଜିତ୍ ଦିପକେ ସ୍ପଷ୍ଟ କରିଛନ୍ତି ଯେ, ଯଦି ସରକାରଙ୍କୁ ଲାଗେ ଯେ UAPA, NSA କିମ୍ବା ଜେଲ୍ର ଭୟ ଦେଖାଇ ସେମାନଙ୍କୁ ଚୁପ୍ କରାଇଦେବେ, ତେବେ ତାହା ସେମାନଙ୍କର ଭୁଲ୍ ଧାରଣା ଅଟେ।
ମାହାତ୍ମା ଗାନ୍ଧୀଙ୍କ ମାର୍ଗରେ ଆନ୍ଦୋଳନ ଜାରି ରହିବ:ଅଭିଜିତ୍ ଦିପକେ କହିଛନ୍ତି ଯେ, ସେମାନେ ପ୍ରତ୍ୟେକ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ଆବଶ୍ୟକ ପଡ଼ଲେ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଜେଲ୍ରେ ରହିବାକୁ ମଧ୍ୟ ପଛଘୁଞ୍ଚା ଦେବେ ନାହିଁ। ମହାତ୍ମା ଗାନ୍ଧୀଙ୍କ ଦେଖାଯାଇଥିବା ଅହିଂସା ମାର୍ଗରେ ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ ଦୋହରାଇଛନ୍ତି।
ଆସନ୍ତା ଅକ୍ଟୋବର 10 ତାରିଖରେ ଜନ୍ତରମନ୍ତରରେ ହେବାକୁଥିବା ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ଚାହୁଁଥିବା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସାମିଲ ହେବା ପାଇଁ CJP ପକ୍ଷରୁ ଆହ୍ୱାନ କରାଯାଇଛି।