ଭୁବନେଶ୍ଵର: ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ସରକାରୀ ତଥା ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ସୂଚୀ ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୭ ତାରିଖରେ ନିର୍ବାଚନର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।
ନିର୍ବାଚନର ସମ୍ପୂର୍ଣ୍ଣ ସୂଚୀ:
ଅଫିସିଆଲ୍ ବିଜ୍ଞପ୍ତି: ଅକ୍ଟୋବର ୭
ନାମାଙ୍କନ ଦାଖଲ: ଅକ୍ଟୋବର ୯ (ପ୍ରାତଃ ୧୦:୦୦ରୁ ଦ୍ୱିପ୍ରହର ୧:୦୦ ଟା)
ନାମାଙ୍କନ ଯାଞ୍ଚ: ଅକ୍ଟୋବର ୯ (ଦ୍ୱିପ୍ରହର ୨:୦୦ରୁ ୪:୦୦ ଟା)
ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ: ଅକ୍ଟୋବର ୯ (ସନ୍ଧ୍ୟା ୫:୦୦ ଟା)
ନାମ ପ୍ରତ୍ୟାହାର: ଅକ୍ଟୋବର ୧୦ (ପ୍ରାତଃ ୧୦.୦୦ରୁ ଦ୍ୱିପ୍ରହର ୧:୦୦ ଟା)
ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା: ଅକ୍ଟୋବର ୧୦ (ଦ୍ୱିପ୍ରହର ୩:୦୦ ଟା)
‘Why I Stand For’ ବୈଠକ: ଅକ୍ଟୋବର ୧୪
ମତଦାନ: ଅକ୍ଟୋବର ୧୫ (ପ୍ରାତଃ ୮:୦୦ରୁ ଦ୍ୱିପ୍ରହର ୨:୦୦ ଟା)
ଭୋଟ୍ ଗଣତି ଓ ଫଳାଫଳ: ଅକ୍ଟୋବର ୧୫ (ଦ୍ୱିପ୍ରହର ୨:୦୦ ଟାରୁ ଶେଷ ପର୍ଯ୍ୟନ୍ତ)
ଶପଥ ଗ୍ରହଣ ଉତ୍ସବ: ଅକ୍ଟୋବର ୧୬ (ପ୍ରାତଃ ୧୧:୦୦ ଟା)
ଯୋଗ୍ୟତା ଏବଂ ମାର୍ଗଦର୍ଶିକା:
ବୟସ ସୀମା: ୩ ବର୍ଷିଆ ଡିଗ୍ରୀ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ବୟସ ୧୭ ରୁ ୨୨ ବର୍ଷ ଏବଂ ପିଜି (PG) ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଆବଶ୍ୟକ।
ଉପସ୍ଥାନ ଓ ବ୍ୟାକଲଗ୍: ପ୍ରାର୍ଥୀଙ୍କର କୌଣସି ଏକାଡେମିକ୍ ବ୍ୟାକଲଗ୍ ନଥିବ ଏବଂ ଅନ୍ତତଃ ୭୫% କ୍ଲାସ୍ ଇପସ୍ଥିତି ଥିବା ବାଧ୍ୟତାମୂଳକ ଅଟେ।
ଖର୍ଚ୍ଚ ସୀମା: ଜଣେ ପ୍ରାର୍ଥୀ ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ନିର୍ବାଚନୀ ଖର୍ଚ୍ଚ କରିପାରିବେ। ନିର୍ବାଚନରେ କୌଣସି ରାଜନୈତିକ ପାଣ୍ଠି, ଜାତିଗତ ଅପିଲ୍ କିମ୍ବା AI-ଜେନେରେଟେଡ୍ ବିଜ୍ଞାପନ ବ୍ୟବହାର କରିବାକୁ କଡ଼ା କଟକଣା ଜାରି କରାଯାଇଛି।