ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଭକ୍ତିମୟ ପରିବେଶରେ ପାଳିତ ହେଉଛି ମହାଷ୍ଟମୀ: ଘଣ୍ଟ, ଶଙ୍ଖ ଓ ଚଣ୍ଡିପାଠରେ ପ୍ରକମ୍ପିତ ରାଜଧାନୀ ସମେତ ସମସ୍ତ ପୂଜାମଣ୍ଡପ

ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କ ଆରାଧନାରେ ଏବେ ସାରା ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। ରବିବାର ମହାଷ୍ଟମୀ ଅବସରରେ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କଟକ ଏବଂ ରାଉରକେଲା ସମେତ ସମସ୍ତ ସହରାଞ୍ଚଳର ପୂଜାମଣ୍ଡପଗୁଡ଼ିକରେ ପ୍ରବଳ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି। ଘଣ୍ଟ, ଶଙ୍ଖ, ହୁଳହୁଳି ଏବଂ ଚଣ୍ଡିପାଠର ପବିତ୍ର ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଛି।

ମଣ୍ଡପଗୁଡ଼ିକରେ ମା’ଙ୍କର ମହାଷ୍ଟମୀ ପୂଜା ଏବଂ ପୀଠଗୁଡ଼ିକରେ ମହାନବମୀ ପୂଜା ବିଧିବଦ୍ଧ ଭାବେ ଅନୁଷ୍ଠିତ ହେଉଛି। ଦୁର୍ଗାଷ୍ଟମୀ ବ୍ରତ ପାଳନ କରୁଥିବା ଶ୍ରଦ୍ଧାଳୁମାନେ ଉପବାସ ରହି ମା’ଙ୍କୁ ଦର୍ଶନ କରୁଛନ୍ତି। ସୂର୍ଯ୍ୟ ପୂଜା ଓ ସକଳ କର୍ମଶେଷ ପରେ ଷୋଡ଼ଶ ଉପଚାରରେ ଦେବୀ ଦୁର୍ଗାଙ୍କ ଆରାଧନା କରାଯାଇଛି। ଏହାପରେ ମା’ଙ୍କ ସନ୍ଧିପୂଜା ଅନୁଷ୍ଠିତ ହେଉଛି, ଯାହାକୁ ଦେଖିବା ପାଇଁ ପୂଜାମଣ୍ଡପଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି।

ରଙ୍ଗୀନ ଆଲୋକମାଳା ଏବଂ ଆକର୍ଷଣୀୟ ତୋରଣରେ ରାଜଧାନୀର ପ୍ରତ୍ୟେକ କୋଣ ଅନୁକୋଣ ଝଲସୁଛି। ସେପଟେ କଟକରେ ସୁନା ଓ ରୁପା ମେଢ଼ରେ ମାଆ ଦର୍ଶନ ଦେଉଥିବାବେଳେ ମୀନା ବଜାର ଏବଂ ମେଳାଗୁଡ଼ିକରେ ଲୋକଙ୍କ ପ୍ରବଳ ସୁଅ ଛୁଟିଛି। ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)