ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଭାରତ

‘ଆଇନ ପ୍ରତି ସମ୍ମାନ ନାହିଁ’: କକ୍ରୋଚ୍ ଜନତା ପାର୍ଟି ନେତାଙ୍କ ଜୁଡିସିଆଲ୍ କଷ୍ଟୋଡି ଅକ୍ଟୋବର ୨୧ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP) ର ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଆଶ୍ୱସ୍ତି ମିଳିନାହିଁ। ଏକ ସ୍ୱତନ୍ତ୍ର ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟ ସୋମବାର ଏହି ଦୁଇ ନେତାଙ୍କ ଜୁଡିସିଆଲ୍ କଷ୍ଟୋଡିକୁ ଅକ୍ଟୋବର ୨୧ (ଆଜି) ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କୋର୍ଟ ତାଙ୍କ ଆଦେଶରେ କହିଛନ୍ତି ଯେ, ଏହି ନେତାଙ୍କ ଆଚରଣରୁ “ଆଇନ ପ୍ରତି କୌଣସି ସମ୍ମାନ ନଥିବା” ସ୍ପଷ୍ଟ ଜଣାପଡୁଛି ଏବଂ ସେମାନେ ବାରମ୍ବାର ନିଷିଦ୍ଧ ବା ଅଣ-ଘୋଷିତ ସ୍ଥାନରେ ପ୍ରତିବାଦ କରିବାକୁ ଅଭ୍ୟସ୍ତ।

SEM ଋତୁ ରାଜ୍ ତାଙ୍କ ଆଦେଶରେ ଦର୍ଶାଇଛନ୍ତି ଯେ ଉଭୟ ନେତା ଅକ୍ଟୋବର ୧୧ରେ ଦେଇଥିବା ବଣ୍ଡର ସର୍ତ୍ତ ଉଲ୍ଲଘଂନ କରିଛନ୍ତି। ତଦନ୍ତକାରୀ ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ତଥ୍ୟ ଏବଂ ସୋସିଆଲ ମିଡିଆରେ ବାରମ୍ବାର ନିଷିଦ୍ଧ ସ୍ଥାନ ଯଥା ଜନ୍ତର ମନ୍ତର ଏବଂ କନ୍‌ପ୍ଲେସ୍‌ରେ ପ୍ରଦର୍ଶନ ପାଇଁ ଲୋକଙ୍କୁ ଏକାଠି କରିବା ନେଇ ଆହ୍ୱାନ ଦିଆଯିବା ଘଟଣା ଶାନ୍ତି ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଛି।

ଆଗାମୀ ଦିନରେ ଏଭଳି ଭୁଲ୍ ନ କରିବାକୁ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ସେମାନଙ୍କର ପୂର୍ବ ଆଚରଣକୁ ଦୃଷ୍ଟିରେ ରଖି କୋର୍ଟ ଏହାକୁ ନାକାଜ କରିଦେଇଛନ୍ତି। ଏହାସହ ଆଦେଶରେ ଜାମିନଦାର ମାନଙ୍କ ପରିଚୟପତ୍ରରେ ତ୍ରୁଟି ଥିବାରୁ ସେମାନଙ୍କୁ ନୂତନ ଜାମିନଦାର ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ବାଚନୀ ତାଲିକା ସଂଶୋଧନରେ ଅନିୟମିତତା ଅଭିଯୋଗ ଆଣି ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ଏହି CJP ସଦସ୍ୟମାନେ ଜନ୍ତର ମନ୍ତର ଅଞ୍ଚଳରେ ପ୍ରତିବାଦ କରୁଥିଲେ। ଅକ୍ଟୋବର ୧୩ ତାରିଖରେ ବେଆଇନ ଭାବେ ପ୍ରତିବାଦ ସ୍ଥଳରେ ପ୍ରବେଶ କରିବା ଏବଂ ପୋଲିସ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା ଏବଂ ଅକ୍ଟୋବର ୧୪ ତାରିଖରେ ୫ ଦିନିଆ ଜୁଡିସିଆଲ୍ କଷ୍ଟୋଡିକୁ ପଠାଇଥିଲା।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)