ଗୁରୁବାର, 29 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
10:50 AM ପ୍ରଥମ କରୱା ଚୌଥ୍‌ରେ ନବବଧୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ଜଣ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ | 10:45 AM ପୁରୀ ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଗରୁଡ଼ ସ୍ତମ୍ଭ ନିକଟରେ ୫ଟି ରାମ୍ପ, ଘଣ୍ଟାକୁ ୧୦ ହଜାର ଭକ୍ତ କରିବେ ଦର୍ଶନ | 10:40 AM ଧର୍ମାନ୍ତରୀକରଣ ନୁହେଁ, ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା! ମାଦ୍ରାସ ହାଇକୋର୍ଟଙ୍କ ବଡ଼ ଆଦେଶ, ମନ୍ଦିର ନିୟମ କଡ଼ାକଡ଼ି | 10:21 AM ନଭେମ୍ବର ୧ ଦିଲ୍ଲୀ ମାର୍ଚ୍ଚ ପାଇଁ ରାହୁଲଙ୍କ ଆହ୍ୱାନ: “ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବାକୁ ଏକାଠି ହୁଅନ୍ତୁ” | 10:50 AM ପ୍ରଥମ କରୱା ଚୌଥ୍‌ରେ ନବବଧୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ଜଣ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ | 10:45 AM ପୁରୀ ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଗରୁଡ଼ ସ୍ତମ୍ଭ ନିକଟରେ ୫ଟି ରାମ୍ପ, ଘଣ୍ଟାକୁ ୧୦ ହଜାର ଭକ୍ତ କରିବେ ଦର୍ଶନ | 10:40 AM ଧର୍ମାନ୍ତରୀକରଣ ନୁହେଁ, ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା! ମାଦ୍ରାସ ହାଇକୋର୍ଟଙ୍କ ବଡ଼ ଆଦେଶ, ମନ୍ଦିର ନିୟମ କଡ଼ାକଡ଼ି | 10:21 AM ନଭେମ୍ବର ୧ ଦିଲ୍ଲୀ ମାର୍ଚ୍ଚ ପାଇଁ ରାହୁଲଙ୍କ ଆହ୍ୱାନ: “ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବାକୁ ଏକାଠି ହୁଅନ୍ତୁ” | 10:50 AM ପ୍ରଥମ କରୱା ଚୌଥ୍‌ରେ ନବବଧୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୫୧ ଜଣ ମହିଳାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ | 10:45 AM ପୁରୀ ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଗରୁଡ଼ ସ୍ତମ୍ଭ ନିକଟରେ ୫ଟି ରାମ୍ପ, ଘଣ୍ଟାକୁ ୧୦ ହଜାର ଭକ୍ତ କରିବେ ଦର୍ଶନ | 10:40 AM ଧର୍ମାନ୍ତରୀକରଣ ନୁହେଁ, ପ୍ରଭୁଙ୍କ ପ୍ରତି ଶ୍ରଦ୍ଧା! ମାଦ୍ରାସ ହାଇକୋର୍ଟଙ୍କ ବଡ଼ ଆଦେଶ, ମନ୍ଦିର ନିୟମ କଡ଼ାକଡ଼ି | 10:21 AM ନଭେମ୍ବର ୧ ଦିଲ୍ଲୀ ମାର୍ଚ୍ଚ ପାଇଁ ରାହୁଲଙ୍କ ଆହ୍ୱାନ: “ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଇବାକୁ ଏକାଠି ହୁଅନ୍ତୁ”
ଓଡ଼ିଶା

ପୁରୀ ଶ୍ରୀମନ୍ଦିରରେ ବଦଳିବ ଦର୍ଶନ ବ୍ୟବସ୍ଥା: ଗରୁଡ଼ ସ୍ତମ୍ଭ ନିକଟରେ ୫ଟି ରାମ୍ପ, ଘଣ୍ଟାକୁ ୧୦ ହଜାର ଭକ୍ତ କରିବେ ଦର୍ଶନ

ପୁରୀ: ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶାନ୍ତିପୂର୍ଣ୍ଣ ଦର୍ଶନ ଯୋଗାଇଦେବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରିବା ପାଇଁ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ପ୍ରସ୍ତାବିତ ବ୍ୟବସ୍ଥାର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (OBCC) ପକ୍ଷରୁ ବ୍ୟାରିକେଡ୍ ଏବଂ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯାଉଥିବା ବେଳେ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀଜୀଉମାନଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବ୍ୟାଘାତ ନଘଟାଇ ଏବଂ ଭକ୍ତଙ୍କୁ ସୁବିଧାଜନକ ଦର୍ଶନ କରାଇବା ପାଇଁ ଏକ ‘ପାଇଲଟ୍ ମୋଡେଲ୍’ ପ୍ରସ୍ତୁତ କରାଯାଇଛି। କାରିଗରୀ ଟିମ୍ ଆଗାମୀ ୮ ରୁ ୧୦ ଦିନ ମଧ୍ୟରେ ଏହାର ଚୂଡ଼ାନ୍ତ ଆଲେଖ୍ୟ ଉପସ୍ଥାପନ କରିବେ। ଆସନ୍ତା ୩ ରୁ ୪ ମାସ ମଧ୍ୟରେ ଏହି ନୂତନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।

ନୂଆ ବ୍ୟବସ୍ଥା ଅଧୀନରେ ଦର୍ଶନକୁ ନିୟନ୍ତ୍ରିତ କରିବା ପାଇଁ ୫ଟି ବିଶେଷ ରାମ୍ପ ନିର୍ମାଣ କରାଯିବ। ଏକାସାଙ୍ଗରେ ପ୍ରାୟ ୫୦ ଜଣ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ଦ୍ୱାରା ଘଣ୍ଟାପ୍ରତି ପ୍ରାୟ ୮,୦୦୦ ରୁ ୧୦,୦୦୦ ଶ୍ରଦ୍ଧାଳୁ ସୁଚାରୁରୂପେ ଦର୍ଶନ କରିପାରିବେ। ବର୍ତ୍ତମାନ ଭକ୍ତମାନେ ସାତପାହାଚ ଦେଇ ପ୍ରବେଶ କରୁଥିବା ବେଳେ, ପ୍ରସ୍ତାବିତ ରାମ୍ପଗୁଡ଼ିକ ଗରୁଡ଼ ସ୍ତମ୍ଭ ନିକଟରୁ ବାହାର କାଠ ଅଞ୍ଚଳ ପର୍ଯ୍ୟନ୍ତ ବୃଦ୍ଧି କରାଯିବ, ଯାହାଫଳରେ ମନ୍ଦିର ଭିତରେ ଗହଳି ଯଥେଷ୍ଟ ହ୍ରାସ ପାଇବ।

ମନ୍ଦିର ପରିସର ମଧ୍ୟରେ ରହିଥିବା ୯ଟି ପ୍ରଶସ୍ତ ଲାଇନ୍‌କୁ କିପରି ସମ୍ପୂର୍ଣ୍ଣ ସଦୁପଯୋଗ କରାଯାଇପାରିବ, ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ଏହି ସିଷ୍ଟମ୍ ଦ୍ୱାରା ଶ୍ରୀମନ୍ଦିରରେ ଭିଡ଼ ପରିଚାଳନା ଅତ୍ୟନ୍ତ ସହଜ ହେବ ଏବଂ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପାଦିତ ହୋଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)