ଶୁକ୍ରବାର, 30 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି
ବୈଷୟିକ

ISRO ର ଆଉ ଏକ ମହାକାଶ ବିଜୟ: ଆଜି ରାତିରେ ଲଞ୍ଚ ହେବ GSLV-F18/NVS-03, ବଦଳିଯିବ ଭାରତର NavIC ସିଷ୍ଟମ୍

ଶ୍ରୀହରିକୋଟା: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଶୁକ୍ରବାର ବିଳମ୍ବିତ ରାତି ୧୧ଟା ୫୧ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡ୍‌ରୁ GSLV-F18/NVS-03 ମିଶନ୍‌ର ସଫଳ ଉତକ୍ଷେପଣ କରିବାକୁ ଯାଉଛି।

ISRO ସାମାଜିକ ଗଣମାଧ୍ୟମ ‘X’ ରେ ଏହି ଗୁରୁତ୍ୱପୂର୍ଣ୍ଣ ମିଶନ୍ ସମ୍ପର୍କରେ ସୂଚନା ଦେଇ କହିଛି ଯେ, GSLV ରକେଟ୍‌ର ଏହା ୨୦ତମ ଉଡ଼ାଣ । ଏହି ମିଶନ୍ ଜରିଆରେ ସ୍ୱଦେଶୀ ନାଭିଗେସନ୍ ସିଷ୍ଟମ୍ ‘NavIC’ ର ଦ୍ୱିତୀୟ ପିଢ଼ିର ତୃତୀୟ ଉପଗ୍ରହ NVS-03 କୁ ଭୂ-ସମକାଳୀନ ହସ୍ତାନ୍ତର କକ୍ଷପଥ ରେ ସ୍ଥାପିତ କରାଯିବ।

NVS-03 ଉପଗ୍ରହରେ ଭାରତରେ ନିର୍ମିତ ସ୍ୱଦେଶୀ ଆଟୋମିକ୍ କ୍ଲକ୍ ସହ ଅନ୍ୟାନ୍ୟ ଆଟୋମିକ୍ କ୍ଲକ୍ ମୁତୟନ କରାଯାଇଛି, ଯାହା ଅତ୍ୟନ୍ତ ସଠିକ୍ ସମୟ ଓ ସ୍ଥାନ ଚିହ୍ନଟ କରିବାରେ ସାହାଯ୍ୟ କରିବ। ବର୍ତ୍ତମାନ ରହିଥିବା L5 ଏବଂ S ସିଗ୍ନାଲ୍ ବ୍ୟତୀତ ଏହି ସାଟେଲାଇଟ୍‌ରେ L1 ସିଗ୍ନାଲ୍ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ବେସାମରିକ ନାଭିଗେସନ୍ ଜିପିଏସ୍ ବ୍ୟବହାରକାରୀଙ୍କୁ ଆହୁରି ସଠିକ୍ ସେବା ମିଳିପାରିବ। ଏହା ଭାରତୀୟ ଭୂଖଣ୍ଡ ସହ ଦେଶର ଭୌଗୋଳିକ ସୀମାରୁ ପ୍ରାୟ ୧,୫୦୦ କିଲୋମିଟର ପରିଧି ମଧ୍ୟରେ ନିରବଚ୍ଛିନ୍ନ ସେବା ପ୍ରଦାନ କରିବ।

NavIC ହେଉଛି ଭାରତର ସ୍ୱଦେଶୀ ଆଞ୍ଚଳିକ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍, ଯାହା ସାଧାରଣ ନାଗରିକଙ୍କ ପାଇଁ ‘ଷ୍ଟାଣ୍ଡାର୍ଡ ପୋଜିସନିଂ ସର୍ଭିସ୍’ ଏବଂ ପ୍ରତିରକ୍ଷା ଓ ଅଧିକୃତ କ୍ଷେତ୍ର ପାଇଁ ଏନ୍‌କ୍ରିପ୍ଟେଡ୍ ‘ରେଷ୍ଟ୍ରିକ୍ଟେଡ୍ ସର୍ଭିସ୍’ ପ୍ରଦାନ କରିଥାଏ। ଉଲ୍ଲେଖଯୋଗ୍ୟ ଯେ, ଦ୍ୱିତୀୟ ପିଢ଼ି ନାଭିଗେସନ୍ ଶୃଙ୍ଖଳାର ପ୍ରଥମ ସାଟେଲାଇଟ୍ ‘NVS-01’ ଗତ ୨୦୨୩ ମେ ୨୯ ରେ GSLV-F12 ମିଶନ୍ ଦ୍ୱାରା ସଫଳତାର ସହ ଉତ୍କ୍ଷେପଣ କରାଯାଇଥିଲା। ISRO ମୋଟ ୫ଟି ଦ୍ୱିତୀୟ ପିଢ଼ି ସାଟେଲାଇଟ୍ ମାଧ୍ୟମରେ ଭାରତର ସ୍ୱଦେଶୀ ନାଭିଗେସନ୍ ବ୍ୟବସ୍ଥାକୁ ସୁଦୃଢ଼ ଓ ନିରବଚ୍ଛିନ୍ନ କରିବାକୁ ଲକ୍ଷ୍ୟ ରଖିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)