ମଙ୍ଗଳବାର, 3 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ | 06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ | 06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ
ଅପରାଧ

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜାମିନ ଖାରଜ! ନଭେମ୍ବର ୧୩ ଯାଏଁ ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା

ପାରଳାଖେମୁଣ୍ଡି: ଚର୍ଚ୍ଚିତ ସହକାରୀ ବନସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଆତ୍ମସମର୍ପଣ କରିଥିବା ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ କୋର୍ଟ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସୋମବାର ସକାଳେ ଓଡ଼ିଶା ହାଇକୋର୍ଟରୁ ଜାମିନ ଆବେଦନ ଖାରଜ ହେବା ପରେ ବିଦ୍ୟାଭାରତୀ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପରେ ତାଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଥିଲା। କୋର୍ଟର ସରକାରୀ ଓକିଲ ରାଜେଶ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ନଭେମ୍ବର ୧୩ ତାରିଖ ଯାଏଁ ଜୁଡିସିଆଲ୍ କଷ୍ଟଡିକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଓକିଲଙ୍କ ସୂଚନା ଅନୁଯାୟୀ, ବିଦ୍ୟାଭାରତୀଙ୍କ ଆତ୍ମସମର୍ପଣ ଓ ଜେଲ୍‌ ପ୍ରେରଣ ସହ ଏହି ମାମଲାରେ ସମ୍ପୃକ୍ତ ସମସ୍ତ ୩ ଜଣ ଅଭିଯୁକ୍ତ ବର୍ତ୍ତମାନ ବିଚାରବିଭାଗୀୟ ହାଜତରେ ଅଛନ୍ତ। ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଗତ ଜୁଲାଇ ୨୮ ରେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ରୋଷେୟା ମନ୍ମଥ କୁମ୍ଭ ଗତ ସେପ୍ଟେମ୍ବର ୩୦ ରେ ତାଙ୍କ ଗାଁ କରଡ଼ାସିଂହରୁ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ବିଦ୍ୟାଭାରତୀଙ୍କ ଓକିଲ ଶିଶିର କୁମାର ଜେନା ସୂଚନା ଦେଇଛନ୍ତି ଯେ, SDJM କୋର୍ଟର ଖାରଜ ଦଲିଲ୍ ପ୍ରାପ୍ତ ହେବା ପରେ ସେମାନେ ପାରଳାଖେମୁଣ୍ଡି ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଜାମିନ ପାଇଁ ପୁନର୍ବାର ଆବେଦନ କରିବେ।

୨୦୨୧ ଜୁଲାଇ ୧୧ ରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଗୁରୁତର ପୋଡ଼ିଯାଇଥିଲେ ଏବଂ ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ୨୦୨୧ ଜୁଲାଇ ୧୪ ରେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ଦର୍ଶାଇ ବିଦ୍ୟାଭାରତୀ, ଡିଏଫ୍‌ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ଏତଲା ଦେଇଥିଲେ।

ପ୍ରଥମେ କ୍ରାଇମ୍‌ବ୍ରାଞ୍ଚ ଆଇପିସିର ଧାରା ୨୮୫ ଓ ୩୦୪-ଏ ରେ ତଦନ୍ତ କରୁଥିବା ବେଳେ, ପରବର୍ତ୍ତୀ ସମୟରେ ବାପାଙ୍କ ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି SDJM କୋର୍ଟ ଆଇପିସି ଧାରା ୩୦୨ (ହତ୍ୟା) ଏବଂ ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଅଧୀନରେ ମାମଲା ଗ୍ରହଣ କରିଥିଲେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)