ମଙ୍ଗଳବାର, 3 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ | 06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ | 06:18 AM ୨୦୨୭ କ୍ରିକେଟ୍ ବିଶ୍ୱକପ୍‌କୁ ନେଇ କମ୍ପୁଛି କ୍ରିକେଟ୍ ଜଗତ୍: ଟିକେଟ୍ ଆବେଦନ ୧୨ କୋଟି ଟପିଲା, ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସର୍ବାଧିକ କ୍ରେଜ୍! | 06:03 AM ଦିଲ୍ଲୀରେ ପ୍ରଦୂଷଣର କାଳଛାୟା: AQI ୪୫୧ ଟପି ବିପଜ୍ଜନକ ସ୍ତରରେ! ଲାଗୁ ହେଲା କଡ଼ା GRAP-II କଟକଣା | 05:53 AM ଉତ୍କଳ ବିଶ୍ୱବିଦ୍ୟାଳୟ ଲେଡିଜ୍ ହଷ୍ଟେଲରେ ଝାଡ଼ାବାନ୍ତି ଓ ଜଣ୍ଡିସ୍ ଆତଙ୍କ: ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରହିଲା ମିଡ୍-ସେମିଷ୍ଟାର ପରୀକ୍ଷା | 05:48 AM ଦୀପାବଳି ପୂର୍ବରୁ ଭୁବନେଶ୍ୱର ପୋଲିସର କଡ଼ା କଟକଣା: ରାଜଧାନୀରେ ୨୫ଟି ସ୍ଥାନରେ ଖୋଲିବ ଅସ୍ଥାୟୀ ବାଣ ଦୋକାନ
ଓଡ଼ିଶା

ଅଡୁଆରେ ପୂର୍ବତନ ଡିଜି ସୁଶାନ୍ତ ନାଥ, ନିର୍ଦ୍ଦେଶ ନମାନିବାରୁ ମିଳିଲା ସସ୍‌ପେନ୍ସନ୍, ବାଲେଶ୍ୱର ଜେଲର୍‌ଙ୍କ ବଡ ଖୁଲାସା

ବାଲେଶ୍ୱର: ଓଡ଼ିଶା ଜେଲ୍ ବିଭାଗରେ ଏକ ବଡ଼ ଏବଂ ବିସ୍ଫୋରକ ବିବାଦ ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲ୍ଲା ଜେଲ୍‌ର ନିଲମ୍ବିତ ଜେଲର୍ ପ୍ରଦୀପ୍ତ କୁମାର ମହାଲିକ ପୂର୍ବତନ ଜେଲ୍ ଡାଇରେକ୍ଟର ଜେନେରାଲ୍ ସୁଶାନ୍ତ ନାଥଙ୍କ ବିରୋଧରେ ଅତ୍ୟନ୍ତ ଗୁରୁତର ଏବଂ ବେଆଇନ୍ କାର୍ଯ୍ୟାନୁଷ୍ଠାନର ଅଭିଯୋଗ ଆଣିଛନ୍ତି।

ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଲେଖିଥିବା ଏକ ଆନୁଷ୍ଠାନିକ ଚିଠିରେ ମହାଲିକ ଦର୍ଶାଇଛନ୍ତି ଯେ, ପୂର୍ବତନ ଉଚ୍ଚାଧିକାରୀଙ୍କ ବେଆଇନ୍ ଏବଂ ଅନୈତିକ ନିର୍ଦ୍ଦେଶକୁ ମାନିବାକୁ ମନା କରିବାରୁ ତାଙ୍କ ବିରୋଧରେ ଏହି ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥ ଏବଂ ବିଭାଗର କିଛି ଅନ୍ୟାନ୍ୟ ଅଧିକାରୀ ବାଲେଶ୍ୱର ଜିଲ୍ଲା ଜେଲ୍‌ର ରାଜୀବ ଲୋଚନ ଦାସ ନାମକ ଜଣେ କଏଦୀଙ୍କ ନିକଟରେ ବ୍ରାଉନ୍ ସୁଗାର୍ ରଖି ତାଙ୍କୁ ସ୍ୱତନ୍ତ୍ର ପୋଲିସ ମାମଲାରେ ମିଥ୍ୟା ଫସାଇବା ପାଇଁ ତାଙ୍କ ଉପରେ ଚାପ ପକାଉଥିଲେ। ଏହି କାମ କରିବା ପାଇଁ ତାଙ୍କୁ ଟଙ୍କା, ପୁରସ୍କାର ଏବଂ ପଦୋନ୍ନତିର ଲୋଭ ଦେଖାଯାଇଥିଲା। କିନ୍ତୁ ମହାଲିକ ଏହି ଅନୈତିକ ଓ ବେଆଇନ୍ ନିର୍ଦ୍ଦେଶକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ।

ନିଲମ୍ବନ ଆଦେଶ: ନିର୍ଦ୍ଦେଶ ନମାନିବା ଏବଂ ମାନସିକ ଚାପ ଯୋଗୁଁ ଅସୁସ୍ଥ ହୋଇପଡ଼ିବା ପରେ, ୨୦୧୭ ଅକ୍ଟୋବର ୧୭ ରେ ଡିଜି ତାଙ୍କୁ ଗ୍ରହଣଯୋଗ୍ୟ କାରଣ ନଦର୍ଶାଇ ବେଆଇନ୍ ଭାବେ ନିଲମ୍ବିତ କରିଥିଲେ। ଏହି ଆନୁଷ୍ଠାନିକ ଅଭିଯୋଗ ପତ୍ରରେ ନିଲମ୍ବିତ ଜେଲର୍ ମହାଲିକ ଗୃହ ବିଭାଗର ଜରୁରୀ ପ୍ରଶାସନିକ ହସ୍ତକ୍ଷେପ ଲୋଡ଼ିଛନ୍ତି। ତାଙ୍କ ବିରୋଧରେ ଦିଆଯାଇଥିବା ନିଲମ୍ବନ ଆଦେଶ ସମ୍ପୂର୍ଣ୍ଣ ଆକ୍ରୋଶମୂଳକ, ଅନୈତିକ ଏବଂ ବେଆଇନ୍ ଥିବାରୁ ଏହାର ପୁନରୀକ୍ଷଣ କରି ତାହାକୁ ରଦ୍ଦ କରିବାକୁ ସେ ନିବେଦନ କରିଛନ୍ତି। ଏହାସହ ବାଲେଶ୍ୱର ଜିଲ୍ଲା ଜେଲ୍‌ରେ ତାଙ୍କର ପୁନରବସ୍ଥାପନ ପାଇଁ ସେ ଗୃହ ବିଭାଗକୁ ଆବେଦନ କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)