ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

କମିବ ଚାନ୍ଦିପୁର କାର୍ଯ୍ୟଭାର, ପଶ୍ଚିମବଙ୍ଗରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ର!

ବାଲେଶ୍ଵର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଉପରୁ କାର୍ଯ୍ୟଭାର କମାଇବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତଥା ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଜୁନପୁଟ୍ ଠାରେ ଏକ ଅତ୍ୟାଧୁନିକ ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ବୃହତ୍ ପ୍ରକଳ୍ପକୁ ବିଧିବଦ୍ଧ ମଞ୍ଜୁରୀ ମଧ୍ୟ ମିଳିସାରିଛି।

ଚାନ୍ଦିପୁର ଘାଟିଠାରୁ ସମୁଦ୍ର କୂଳେ କୂଳେ ପ୍ରାୟ ୭୦ କିଲୋମିଟର ଦୂରରେ ଦୀଘା ନିକଟସ୍ଥ ଜୁନପୁଟ୍ ଗ୍ରାମରେ ଏହି ସେଣ୍ଟର୍ ସ୍ଥାପନ ହେବ। ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଦ୍ରୁତ ଗତିରେ ବିକାଶ ଲାଭ କରୁଥିବାରୁ, କେବଳ ଚାନ୍ଦିପୁର କିମ୍ବା ଅବଦୁଲ କଲାମ ଦ୍ୱୀପ ଉପରେ ନିର୍ଭର ନକରି ଏକ ବିକଳ୍ପ ଘାଟିର ଆବଶ୍ୟକତା ରହିଥିଲା। ଏହି ନୂଆ କେନ୍ଦ୍ରରେ ମୁଖ୍ୟତଃ ଭୂପୃଷ୍ଠରୁ ଆକାଶ ଏବଂ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ରଗୁଡ଼ିକର ପରୀକ୍ଷଣ କରାଯିବ।

ବର୍ତ୍ତମାନ ଚାନ୍ଦିପୁର ଆଇଟିଆରରେ ପରୀକ୍ଷଣ ସମୟରେ ଜନବସତି ଯୋଗୁଁ ହଜାର ହଜାର ସ୍ଥାନୀୟ ଲୋକଙ୍କୁ ସାମୟିକ ଭାବେ ଘରଦ୍ୱାର ଛାଡ଼ି ସ୍ଥାନାନ୍ତର ହେବାକୁ ପଡ଼ିଥାଏ। ତେବେ ଜୁନପୁଟ୍ ଅଞ୍ଚଳରେ ଜନବସତି ଖୁବ୍ କମ୍ ଥିବାରୁ ଏହା ପରୀକ୍ଷଣ ପାଇଁ ଅତ୍ୟନ୍ତ ଉପଯୁକ୍ତ ସ୍ଥାନ ବିବେଚିତ ହୋଇଛି।

ପଶ୍ଚିମବଙ୍ଗ ସରକାର ଏହି ପ୍ରକଳ୍ପ ପାଇଁ ଡିଆରଡିଓକୁ ଜମି ହସ୍ତାନ୍ତର କରିସାରିଛନ୍ତି ଏବଂ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଏହି ନୂଆ କେନ୍ଦ୍ର ପ୍ରସ୍ତୁତ ହୋଇଗଲେ ଭାରତୀୟ ସେନାକୁ ସମୟାନୁସାରେ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହୋଇପାରିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)