ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବିଦେଶ

ୟୁକ୍ରେନ୍ ଯୁଦ୍ଧ: ସେନାରେ ସାମିଲ ହେବା ପାଇଁ ବିଦେଶୀ ନାଗରିକଙ୍କୁ ଲାଞ୍ଚ ଦେଉଛି ରୁଷ୍!

ନୂଆଦିଲ୍ଲୀ: ୟୁକ୍ରେନ୍ ବିପକ୍ଷରେ ଜାରି ରହିଥିବା ଯୁଦ୍ଧରେ ନିଜର ସୈନ୍ୟ ବଳ ବୃଦ୍ଧି କରିବା ପାଇଁ ରୁଷ୍ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସେନାରେ ଭର୍ତ୍ତି ହୋଇ ଯୁଦ୍ଧ ଲଢ଼ିବା ପାଇଁ ବିଦେଶୀ ନାଗରିକଙ୍କୁ ରୁଷ୍ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଘୋଷଣା କରିଛି।

ରିପୋର୍ଟ ଅନୁସାରେ, ରୁଷ୍ ଇରକୁଟସ୍କ ଅଞ୍ଚଳର ରାଜ୍ୟପାଳ ଇଗୋର କୋବଜେଭ ଏକ ନୂତନ ଆଦେଶନାମା ଜାରି କରିଛନ୍ତି। ଏହି ନିୟମ ଅନୁସାରେ, ଯେଉଁମାନେ ବିଦେଶୀ ନାଗରିକ କିମ୍ବା ନାଗରିକତା ନଥିବା ବ୍ୟକ୍ତିଙ୍କୁ ରୁଷ୍ ସେନାରେ ଭର୍ତ୍ତି କରାଇବେ, ସେମାନଙ୍କୁ ପ୍ରତି ସୈନ୍ୟ ପିଛା ଏହି ମୋଟା ଅଙ୍କର ପୁରସ୍କାର ରାଶି ଦିଆଯିବ। ପୂର୍ବରୁ ଏହି ପ୍ରୋତ୍ସାହନ ରାଶି ୪ ଲକ୍ଷ ରୁବଲ୍ ଥିବା ବେଳେ, ଗତ ସାତ ମାସ ମଧ୍ୟରେ ଏହାକୁ ପ୍ରାୟ ଚାରି ଗୁଣ ବୃଦ୍ଧି କରାଯାଇଛି।

ଏହା ବ୍ୟତୀତ, ଇରକୁଟସ୍କ ବାହାରେ ପଞ୍ଜୀକୃତ ହୋଇଥିବା ରୁଷୀୟ ନାଗରିକଙ୍କୁ ସେନାରେ ଭର୍ତ୍ତି କରାଇବା ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରାଶିକୁ ମଧ୍ୟ ଦ୍ବିଗୁଣିତ କରାଯାଇ ୮ ଲକ୍ଷ ରୁବଲ୍ କରାଯାଇଛି। ଅନ୍ୟ କେତେକ ଅଞ୍ଚଳ, ଯେପରିକି ସ୍ମୋଲେନ୍ସକ୍ ଓ ର୍ୟାଜାନ୍ ମଧ୍ୟ ସେନା ନିଯୁକ୍ତି ପାଇଁ ଦେଉଥିବା ପୁରସ୍କାର ରାଶିରେ ବଡ଼ ଧରଣର ବୃଦ୍ଧି କରିଛନ୍ତି।

ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ରୁଷ୍ ଅଧିକ ଭାବେ ସୈନ୍ୟ କ୍ଷତିର ସମ୍ମୁଖୀନ ହୋଇଛି। ଏହି କାରଣରୁ ମସ୍କୋ ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶଗୁଡ଼ିକରୁ ବିଦେଶୀ ନାଗରିକଙ୍କୁ ସେନାରେ ସାମିଲ କରିବାକୁ ପ୍ରଚେଷ୍ଟା ଚଳାଇଛି।

ସେପଟେ ଯୁଦ୍ଧଭୂମିରେ ରୁଷ୍ ନିଜର ଆକାଶ ମାର୍ଗ ଆକ୍ରମଣକୁ ଅଧିକ ତୀବ୍ର କରିଛି, ଯେଉଁଥିରେ ବାଲିଷ୍ଟିକ୍ ମିସାଇଲ୍ ଏବଂ ଜେଟ୍-ଚାଳିତ ଡ୍ରୋନ୍ ବ୍ୟବହୃତ ହେଉଛି। ଏହାର ଜବାବରେ ୟୁକ୍ରେନ୍ ମଧ୍ୟ ରୁଷ ତୈଳ ଏବଂ ଉଦ୍ୟୋଗିକ ପ୍ରତିଷ୍ଠାନଗୁଡ଼ିକୁ ଲକ୍ଷ୍ୟ କରି ଦୂରଗାମୀ କ୍ଷେପଣାସ୍ତ୍ର ଆକ୍ରମଣ ଜାରି ରଖିଛି। ତେବେ ଏହି ଆକ୍ରମଣ ଯୋଗୁଁ ବିଶ୍ୱସ୍ତରୀୟ ଇନ୍ଧନ ସଙ୍କଟ ଦେଖାଦେଉଥିବାରୁ, ଆମେରିକାର ସୂଚନା ପରେ ପରିସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)