ବୁଧବାର, 21 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
07:07 AM ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ: ଅକ୍ଟୋବର ଶେଷ ସୁଦ୍ଧା ସମ୍ଭାବ୍ୟ ବାତ୍ୟା | 06:24 AM ଭୁବନେଶ୍ୱରରେ ୯ଟି ସ୍ଥାନରେ ରାବଣ ପୋଡ଼ି: ୧୦୦ ମିଟର ଦୂରତା ବାଧ୍ୟତାମୂଳକ, ୪୮ ପ୍ଲାଟୁନ୍ ପୋଲିସ ମୁତୟନ | 05:47 AM ଦିଲ୍ଲୀ ଏୟାରପୋର୍ଟରେ ପଞ୍ଜାବ CM ଅଟକ: ୫୦ ହଜାର ଜରିମାନାକୁ ନେଇ କେନ୍ଦ୍ର-ଆପ୍ ମୁହାଁମୁହିଁ | 05:18 AM ଦୀପାବଳି ଯାଏଁ ଆନ୍ଦୋଳନ ସ୍ଥଗିତ: CJP ପ୍ରତିଷ୍ଠାତା ଅଭିଜିତ୍ ଦିପ୍‌କେଙ୍କ ବଡ଼ ବାର୍ତ୍ତା, ଜେଲ୍‌ରେ ଥିବା ନେତାଙ୍କ ପ୍ରଶଂସା | 07:07 AM ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ: ଅକ୍ଟୋବର ଶେଷ ସୁଦ୍ଧା ସମ୍ଭାବ୍ୟ ବାତ୍ୟା | 06:24 AM ଭୁବନେଶ୍ୱରରେ ୯ଟି ସ୍ଥାନରେ ରାବଣ ପୋଡ଼ି: ୧୦୦ ମିଟର ଦୂରତା ବାଧ୍ୟତାମୂଳକ, ୪୮ ପ୍ଲାଟୁନ୍ ପୋଲିସ ମୁତୟନ | 05:47 AM ଦିଲ୍ଲୀ ଏୟାରପୋର୍ଟରେ ପଞ୍ଜାବ CM ଅଟକ: ୫୦ ହଜାର ଜରିମାନାକୁ ନେଇ କେନ୍ଦ୍ର-ଆପ୍ ମୁହାଁମୁହିଁ | 05:18 AM ଦୀପାବଳି ଯାଏଁ ଆନ୍ଦୋଳନ ସ୍ଥଗିତ: CJP ପ୍ରତିଷ୍ଠାତା ଅଭିଜିତ୍ ଦିପ୍‌କେଙ୍କ ବଡ଼ ବାର୍ତ୍ତା, ଜେଲ୍‌ରେ ଥିବା ନେତାଙ୍କ ପ୍ରଶଂସା | 07:07 AM ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ: ଅକ୍ଟୋବର ଶେଷ ସୁଦ୍ଧା ସମ୍ଭାବ୍ୟ ବାତ୍ୟା | 06:24 AM ଭୁବନେଶ୍ୱରରେ ୯ଟି ସ୍ଥାନରେ ରାବଣ ପୋଡ଼ି: ୧୦୦ ମିଟର ଦୂରତା ବାଧ୍ୟତାମୂଳକ, ୪୮ ପ୍ଲାଟୁନ୍ ପୋଲିସ ମୁତୟନ | 05:47 AM ଦିଲ୍ଲୀ ଏୟାରପୋର୍ଟରେ ପଞ୍ଜାବ CM ଅଟକ: ୫୦ ହଜାର ଜରିମାନାକୁ ନେଇ କେନ୍ଦ୍ର-ଆପ୍ ମୁହାଁମୁହିଁ | 05:18 AM ଦୀପାବଳି ଯାଏଁ ଆନ୍ଦୋଳନ ସ୍ଥଗିତ: CJP ପ୍ରତିଷ୍ଠାତା ଅଭିଜିତ୍ ଦିପ୍‌କେଙ୍କ ବଡ଼ ବାର୍ତ୍ତା, ଜେଲ୍‌ରେ ଥିବା ନେତାଙ୍କ ପ୍ରଶଂସା
ଓଡ଼ିଶା

ଭୁବନେଶ୍ୱରରେ ୯ଟି ସ୍ଥାନରେ ରାବଣ ପୋଡ଼ି: ୧୦୦ ମିଟର ଦୂରତା ବାଧ୍ୟତାମୂଳକ, ୪୮ ପ୍ଲାଟୁନ୍ ପୋଲିସ ମୁତୟନ

ଭୁବନେଶ୍ୱର: ଚଳିତ ଶାରଦୀୟ ଦୁର୍ଗାପୂଜା ଉତ୍ସବ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କମିଶନରେଟ୍ ପୋଲିସ ପକ୍ଷରୁ ରାବଣ ପୋଡ଼ି ଏବଂ ମୂର୍ତ୍ତି ଭସାଣି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭୁବନେଶ୍ୱର ଡିସିପି ଶରବଣ ବିବେକ ଏମ୍.ଙ୍କ ସୂଚନା ଅନୁଯାୟୀ, ଆଜି (ଅକ୍ଟୋବର ୨୧) ସହରର ୯ଟି ଭିନ୍ନ ସ୍ଥାନରେ ୯ ଜଣ ଭିନ୍ନ ଆୟୋଜକଙ୍କ ଦ୍ୱାରା ‘ରାବଣ ପୋଡ଼ି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଆୟୋଜକଙ୍କ ପାଇଁ ଏକ ବିସ୍ତୃତ ‘ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍’ (SOP) ଜାରି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ରାବଣ ପୋଡ଼ି ସ୍ଥାନ ଚାରିପାଖରେ ଅନ୍ତତଃ ୧୦୦ ମିଟର ଦୂରତା ବଜାୟ ରଖାଯିବ ଏବଂ ସେହି ସ୍ଥାନକୁ କଡ଼ା ବ୍ୟାରିକେଡ୍ ଦ୍ୱାରା ଘେରାଯିବ ଯେପରି କୌଣସି ଅଘଟଣ ନଘଟେ।

ଆସନ୍ତାକାଲି ଅକ୍ଟୋବର ୨୨ ତାରିଖରେ ଅନୁଷ୍ଠିତ ହେବାକୁଥିବା ‘ବିସର୍ଜନ ଉତ୍ସବ’ (ମୂର୍ତ୍ତି ଭସାଣି) ପାଇଁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ପୂଜା ମଣ୍ଡପରୁ ମୂର୍ତ୍ତିଗୁଡ଼ିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ରିତ କରାଯାଇ ପୋଲିସର କଡ଼ା ତତ୍ତ୍ୱାବଧାନରେ ବିସର୍ଜନ ସ୍ଥାନକୁ ନିଆଯିବ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସହରରେ ମୋଟ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ। ଏହା ସହିତ ଭସାଣି ଶୋଭାଯାତ୍ରା ସମୟରେ ଡିଜେ (DJ) ଗାଡ଼ି ବ୍ୟବହାର ଉପରେ କଡ଼ା କଟକଣା ଲଗାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)