ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟସୂଚୀ ଜାରି: ଜାନୁଆରୀ ୪, ୨୦୨୭ ରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧, ୨୦୨୭ କୁ ଯୋଗ୍ୟତା ଭିତ୍ତିକ ଦିନ ଭାବେ ଗ୍ରହଣ କରି ଭୋଟର ଫଟୋ ପରିଚୟ ପତ୍ର ତଥା ଭୋଟର ତାଲିକାର ‘ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ’ (Special Summary Revision – SSR) ର କାର୍ଯ୍ୟସୂଚୀ ଭାରତୀୟ ନିର୍ବାଚନ ଆୟୋଗ ଗୁରୁବାର ଦିନ ଜାରି କରିଛନ୍ତି। ଏହି ସୂଚୀ ଅନୁଯାୟୀ, ୨୦୨୭ ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ନଭେମ୍ବର ୨: ମତଦାନ କେନ୍ଦ୍ରଗୁଡ଼ିକର ପୁନଃବିନ୍ୟାସ ଏବଂ ସଜ୍ଜୀକରଣ କାର୍ଯ୍ୟ ସମାପ୍ତ ହେବ।

ନଭେମ୍ବର ୧୨: ଏକୀକୃତ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ।

ଡିସେମ୍ବର ୨୮: SSR ସମ୍ବନ୍ଧୀୟ ସମସ୍ତ ଦାବି ଏବଂ ଆପତ୍ତିଗୁଡ଼ିକର ସମାଧାନ କରାଯିବ।

ଜାନୁଆରୀ ୪, ୨୦୨୭: ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୭ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କୁ ପଠାଯାଇଥିବା ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଯେଉଁ ରାଜ୍ୟଗୁଡ଼ିକରେ ସ୍ୱତନ୍ତ୍ର ତୀବ୍ର ସଂଶୋଧନ ପ୍ରକ୍ରିୟା ଚାଲିଛି କିମ୍ବା ବର୍ତ୍ତମାନ ମାତ୍ର ଶେଷ ହୋଇଛି (ଯେପରିକି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଦିଲ୍ଲୀ ଇତ୍ୟାଦି), ସେଠାରେ SSR ର କାର୍ଯ୍ୟସୂଚୀ ପରେ ପୃଥକ ଭାବେ ଘୋଷଣା କରାଯିବ। ସେହିପରି ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର ଏବଂ ଲଦ୍ଦାଖରେ ମଧ୍ୟ ପରେ ସୂଚୀ ପ୍ରକାଶ ପାଇବ।

ନୂତନ ଭୋଟର ପଞ୍ଜୀକରଣ ସମୟରେ ଆଧାର ନମ୍ବର ବ୍ୟବହାରକୁ ନେଇ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଆବେଦନକାରୀ ଫର୍ମ-୬ ଏବଂ ଫର୍ମ-୮ ରେ ସ୍ୱେଚ୍ଛାକୃତ ଭାବେ ଆଧାର ନମ୍ବର ପ୍ରଦାନ କରିପାରିବେ। ତେବେ କୌଣସି ବ୍ୟକ୍ତି ଆଧାର ନମ୍ବର ଦେବାରେ ଅସମର୍ଥ ହେଲେ ତାଙ୍କର ନାମ ଭୋଟର ତାଲିକାରେ ସାମିଲ ହେବାରୁ ବଞ୍ଚିତ କରାଯିବ ନାହିଁ କିମ୍ବା ତାଙ୍କ ନାମ କାଟି ଦିଆଯିବ ନାହିଁ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)