ଭୁବନେଶ୍ୱର: ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବିଦାୟ ନେଇଥିବାବେଳେ ଉତ୍ତର-ପୂର୍ବ ମୌସୁମୀ ପ୍ରବେଶ କରିଛି। ଉତ୍ତର-ପୂର୍ବ ମୌସୁମୀ ପ୍ରଭାବରେ ଦକ୍ଷିଣ ଭାରତର କିଛି ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି।
ଏହାର ପ୍ରଭାବ ଏବଂ ପାଣିପାଗରେ ଆସିଥିବା ପରିବର୍ତ୍ତନ କାରଣରୁ ଓଡ଼ିଶାରେ ମଧ୍ୟ ବର୍ଷାର ସମ୍ଭାବନା ଦେଖାଦେଇଛି। ପୂର୍ବ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ନେଇ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି। ଏହି ସବୁ ଅଞ୍ଚଳରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବା ନେଇ ଆକଳନ କରାଯାଇଛି।
ସେହିପରି ଆସନ୍ତାକାଲି କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାଛଡ଼ା ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ ମାଲକାନଗିରିରେ