ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଧର୍ମ ଓ ସଂସ୍କୃତି

ଯେତେବେଳେ ଦେବତାମାନଙ୍କ ଅହଙ୍କାର ଚୂରଚୂର କରିଥିଲେ ମା’ ଦୁର୍ଗା, ଜାଣନ୍ତୁ ଏହି ରୋଚକ ପୌରାଣିକ କାହାଣୀ

ଭୁବନେଶ୍ଵର: ମା’ ଦୁର୍ଗା ହେଉଛନ୍ତି ଭକ୍ତମାନଙ୍କୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ପ୍ରଦାନକାରିଣୀ। ନବରାତ୍ରୀର ନଅ ଦିନ ଧରି ମା’ଙ୍କ ନଅଟି ରୂପର ପୂଜା କରିବା ଦ୍ୱାରା ଭକ୍ତମାନଙ୍କୁ ଜ୍ଞାନ ଓ ବିବେକ ପ୍ରାପ୍ତି ହୋଇଥାଏ। ନବରାତ୍ରୀର ଏହି ପବିତ୍ର ଅବସରରେ ଆଜି ଆମେ ଆପଣଙ୍କୁ ଏପରି ଏକ ପୌରାଣିକ କାହାଣୀ ସମ୍ବର୍କରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ଏହି କଥା ଅନୁସାରେ, ଏକ ସମୟରେ ଯେତେବେଳେ ଦେବତାମାନେ ନିଜର ଶକ୍ତିକୁ ନେଇ ଅହଙ୍କାରୀ ହୋଇପଡ଼ିଥିଲେ, ସେତେବେଳେ ମା’ ଦୁର୍ଗା ସେମାନଙ୍କୁ ଉଚିତ୍ ଶିକ୍ଷା ଦେଇଥିଲେ।

ଦେବୀ ମାହାତ୍ମ୍ୟର ଏକ ପ୍ରସିଦ୍ଧ କାହାଣୀ: ଦେବୀ ମାହାତ୍ମ୍ୟରେ ବର୍ଣ୍ଣିତ ଅଛି ଯେ, ଏକ ସମୟରେ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ଦେବୀ ଦୁର୍ଗା ଦେବତାମାନଙ୍କ ପକ୍ଷରୁ ଅଂଶଗ୍ରହଣ କରି ସମସ୍ତ ଅସୁର ଶକ୍ତିର ବିନାଶ କରିଥିଲେ ଏବଂ ଦେବତାମାନେ ବିଜୟୀ ହୋଇଥିଲେ। ଏହି ବିଜୟ ପରେ ଦେବତାମାନଙ୍କ ମନରେ ଏକପ୍ରକାର ଗର୍ବ ଓ ଅହଙ୍କାର ଜାଗ୍ରତ ହୋଇଥିଲା।

ସେମାନେ ଭାବିବାକୁ ଲାଗିଲେ ଯେ ସେମାନଙ୍କର ନିଜସ୍ୱ ଶକ୍ତି ବଳରେ ହିଁ ଏହି ଯୁଦ୍ଧ ଜିତାଯାଇଛି ଏବଂ ସେମାନେ ହିଁ ସଂସାରକୁ ନିୟନ୍ତ୍ରଣ କରୁଛନ୍ତି। ଦେବତାମାନଙ୍କ ଏହି ଅହଙ୍କାର ଦେଖି ମା’ ଦୁର୍ଗା ଆଶ୍ଚର୍ଯ୍ୟ ହେଲେ ଏବଂ ସେମାନଙ୍କୁ ପ୍ରକୃତ ସତ୍ୟର ପରିଚୟ କରାଇବାକୁ ଚିନ୍ତା କଲେ। ଦିନେ ଦେବୀ ଏକ ଦିବ୍ୟ ତେଜପୁଞ୍ଜ ରୂପରେ ଦେବତାମାନଙ୍କ ସମ୍ମୁଖରେ ପ୍ରକାଶ ପାଇଲେ।

ବାୟୁ ଦେବ ଏବଂ ଅଗ୍ନି ଦେବଙ୍କ ପରାଜୟ: ତେଜପୁଞ୍ଜ ବିଷୟରେ ଜାଣିବା ପାଇଁ ଇନ୍ଦ୍ରଦେବ ବାୟୁଦେବଙ୍କୁ ପଠାଇଲେ। ବାୟୁଦେବ ଅହଙ୍କାରର ସହିତ ସେହି ତେଜପୁଞ୍ଜ ପାଖକୁ ଯାଇ ନିଜର ପରିଚୟ ଦେଲେ। ତାହା ଶୁଣି ତେଜପୁଞ୍ଜ ରୂପୀ ମା’ ସେମାନଙ୍କ ଆଗରେ ଏକ ଘାସ ପତ୍ର ରଖି କହିଲେ ଯେ, ଯଦି ତୁମେ ପ୍ରକୃତରେ ଶକ୍ତିଶାଳୀ, ତେବେ ଏହି ତିନିକାଟିକୁ ହଲାଇ ଦେଖାଅ।

ବାୟୁଦେବ ନିଜର ସମସ୍ତ ଶକ୍ତି ପ୍ରୟୋଗ କଲେ ମଧ୍ୟ ସେହି ଛୋଟ ତିନିକାକୁ ସ୍ଥାନଚ୍ୟୁତ କରିପାରିଲେ ନାହିଁ। ଏହାପରେ ଅଗ୍ନିଦେବ ମଧ୍ୟ ଏହାକୁ ଜାଳିବାରେ ବିଫଳ ହେଲେ।ଶେଷରେ ସମସ୍ତେ ବୁଝିପାରିଲେ ଯେ ଏହା କୌଣସି ସାଧାରଣ ଶକ୍ତି ନୁହେଁ। ମା’ ଦୁର୍ଗା ପ୍ରକାଶିତ ହୋଇ ଇନ୍ଦ୍ରଦେବଙ୍କୁ ବୁଝାଇଲେ ଯେ, ସୃଷ୍ଟିର ପ୍ରକୃତ ନିୟନ୍ତା ତୁମେମାନେ ନୁହଁ ଏବଂ କେବେ ମଧ୍ୟ ନିଜ ଶକ୍ତିକୁ ନେଇ ଅହଙ୍କାର କରିବା ଉଚିତ୍ ନୁହେଁ।

ଏହି କାହାଣୀ ଆମକୁ ଶିକ୍ଷା ଦେଇଥାଏ ଯେ, ଏହି ସଂସାରରେ କୌଣସି ବି ଶକ୍ତି ମା’ ଦୁର୍ଗାଙ୍କ କୃପା ବିନା ସମ୍ଭବ ନୁହେଁ। ଆମକୁ କେବେ ମଧ୍ୟ ନିଜର ଗୁଣ କିମ୍ବା ଶକ୍ତି ଉପରେ ଅହଙ୍କାର କରିବା ଉଚିତ୍ ନୁହେଁ, ବରଂ ସେଗୁଡ଼ିକୁ ଅନ୍ୟର କଲ୍ଯାଣ ପାଇଁ ଉପଯୋଗ କରିବା ଉଚିତ୍।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)