ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ: ଠପ୍ ଯାନବାହନ ଚଳାଚଳ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ଭୁବନେଶ୍ୱର: ଆଜିର ‘ଓଡ଼ିଶା ବନ୍ଦ’ ଡାକରା ଯୋଗୁଁ ରାଜ୍ୟର ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ବନ୍ଦ ଯୋଗୁଁ ଗନ୍ତବ୍ୟସ୍ଥଳକୁ ଯାଇପାରୁ ନାହାନ୍ତି ଯାତ୍ରୀମାନେ। ବସ୍ ଓ ଅଟୋ ଚଳାଚଳ ଠପ୍ ହୋଇଯାଇଥିବାବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ରାସ୍ତା ରୋକ, ପିକେଟିଂ ଏବଂ ରେଳ ରୋକ କରି ପ୍ରତିବାଦ ଜଣାଉଛନ୍ତି।

ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ:

ଭୁବନେଶ୍ୱର ଓ କଟକ: ରାଜଧାନୀ ଭୁବନେଶ୍ୱରରେ ସାମ୍ପ୍ରତିକ ସ୍ଥିତି ଉପରେ ଡିସିପି ନଜର ରଖିଛନ୍ତି। ବନ୍ଦ ଯୋଗୁଁ ସ୍କୁଲ ଯିବାକୁ ବାହାରିଥିବା ଜଣେ ପାଚିକାଙ୍କୁ ବାଧ୍ୟ ହୋଇ ବସ୍‌ରୁ ଓହ୍ଲାଇ ଚାଲି ଚାଲି ଯିବାକୁ ପଡ଼ିଛି। ସେହିପରି କଟକର ବାଦାମବାଡ଼ି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିଥିବାବେଳେ କଂଗ୍ରେସ କର୍ମୀମାନେ ପିକେଟିଂ କରୁଛନ୍ତି।

ପୁରୀ ଓ ଚିଲିକା: ଶ୍ରୀକ୍ଷେତ୍ର ପୁରୀରେ ଦୋକାନ ବଜାର ଏବଂ ପେଟ୍ରୋଲ ପମ୍ପଗୁଡ଼ିକ ବନ୍ଦ ରହିଛି। ରେଳଷ୍ଟେସନ ସମ୍ମୁଖରେ ବ୍ୟାରିକେଡ୍ କରାଯାଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେପଟେ ଚିଲିକା ସାତପଡ଼ାରେ ଭସାପୋଲ ଓ ଡଙ୍ଗା ଚଳାଚଳ ବନ୍ଦ ରହିବାରୁ ସାତପଡ଼ା ଓ ଜହ୍ନିକୁଦା ଉଭୟ ପାର୍ଶ୍ୱରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି।

ପିପିଲି ଓ ବାଲେଶ୍ୱର: ପିପିଲିର ୩୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହି ଶହ ଶହ ଟ୍ରକ ଅଟକି ରହିଛି। ବାଲେଶ୍ୱରର ବାଲିଆପାଳ ଏବଂ ବିଭିନ୍ନ ବ୍ଲକରେ ମଧ୍ୟ ଦୋକାନ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି।

ଭଦ୍ରକ ଓ ରାୟଗଡ଼ା: ଭଦ୍ରକର କଲେଜ ଛକରେ ସିପିଆଇଏମ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ରାୟଗଡ଼ାରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଏବଂ ଯାନବାହନ ଚଳାଚଳ ଠପ୍ ରହିଛି।

ବ୍ରହ୍ମପୁର ଓ ସମ୍ବଲପୁର: ବ୍ରହ୍ମପୁରରେ ବସ୍ ଓ ଅଟୋ ଚଳାଚଳ ବନ୍ଦ ଥିବାବେଳେ ଆନ୍ଦୋଳନକାରୀମାନେ ରେଳଷ୍ଟେସନ ନିକଟରେ ପିକେଟିଂ କରୁଛନ୍ତି। ସେହିପରି ସମ୍ବଲପୁର ରେଳଷ୍ଟେସନରେ କଂଗ୍ରେସ କର୍ମୀମାନେ ରେଳ ରୋକ କରିବାକୁ ପ୍ରୟାସ କରିଥିଲେ, ଯାହାକୁ ପୋଲିସ ହଟାଇଥିଲା।

ଅନୁଗୁଳ, ବରଗଡ଼ ଓ କୋରାପୁଟ: ଅନୁଗୁଳରେ ରେଳଷ୍ଟେସନରେ କର୍ମୀ ଓ RPF ମଧ୍ୟରେ ଧସ୍ତାଧସ୍ତି ଘଟିଛି। ୫୫ ନମ୍ବର ଓ ୬୩ ନମ୍ବର ଜାତୀୟ ରାଜପଥରେ ମାଲବାହୀ ଗାଡ଼ିଗୁଡ଼ିକ ଅଟକି ରହିଛି। ଏହାବ୍ୟତୀତ ବରଗଡ଼, ଜୟପୁର (କୋରାପୁଟ) ଏବଂ ଚାନ୍ଦବାଲିରେ ମଧ୍ୟ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଛି।

ତେବେ ଜରୁରୀକାଳୀନ ସେବା ଯଥା- ଆମ୍ବୁଲାନ୍ସ ଏବଂ କ୍ଷୀର ଆଦିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)