ବରଗଡ଼: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ କାଟାଭାଲ୍ ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ତଥା ଫିରିଙ୍ଗିମାଲ୍ ଓ ଗୌରେନ୍ମୁଣ୍ଡା ପଞ୍ଚାୟତର ଅତିରିକ୍ତ ଦାୟିତ୍ୱରେ ଥିବା କାର୍ତ୍ତିକେଶ୍ୱର ଦେହୁରୀ/ବେହେରାଙ୍କ ବିଭିନ୍ନ ଠିକଣାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ ଜାରି ରହିଛି।
୬ଟି ସ୍ଥାନରେ ଚାଲିଛି ଛାନ୍ଭିନ୍: ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଏହି ଚଢ଼ାଉରେ ସାମିଲ ଅଛନ୍ତି। ନିମ୍ନଲିଖିତ ୬ଟି ସ୍ଥାନରେ ଏକାସାଙ୍ଗରେ ଯାଞ୍ଚ କରାଯାଉଛି ।
ଯାଞ୍ଚ ବେଳେ ଗାଇସିଲେଟ୍ ନିକଟସ୍ଥ କାଣ୍ଡାଗଡ଼ଠାରେ ଥିବା ଦୁଇମହଲା କୋଠା। କାଣ୍ଡାଗଡ଼ଠାରେ ୬ଟି ଘର ଥିବା ଏକ ମାର୍କେଟ୍ କମ୍ପ୍ଲେକ୍ସ। କାଣ୍ଡାଗଡ଼ଠାରେ ୩ଟି ଘର ଥିବା ଏକ ଗୋଦାମ। ଗାଇସିଲେଟ୍ଠାରେ ନିର୍ମାଣାଧୀନ ଥିବା ଏକ ଚାରିମହଲା ବିଲ୍ଡିଂ। କାଣ୍ଡାଗଡ଼ ଗ୍ରାମରେ ଥିବା ପୈତୃକ ବାସଭବନ। କାଟାଭାଲ୍ ଗ୍ରାମପଞ୍ଚାୟତରେ ଥିବା ତାଙ୍କ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠ।ରେ ସର୍ଚ୍ଚ ଅପରେଶନ୍ ଚାଲିଛି ।
ସମ୍ପତ୍ତିର ଆକଳନ ଓ ଜବତ ପ୍ରକ୍ରିୟା ଜାରି ରହିଥିବା ବେଳେ ଯାଞ୍ଚ ଶେଷ ହେବା ପରେ ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ।