ଭୁବନେଶ୍ୱର: ସାହିତ୍ୟପ୍ରେମୀ ଏବଂ ପାଠକମାନଙ୍କ ପାଇଁ ଏକ ବଡ଼ ଖବର। ଆସନ୍ତା ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆ ଠାରେ ରାଜଧାନୀ ପୁସ୍ତକ ମେଳା ଅନୁଷ୍ଠିତ ହେବ। ମେଳା ପରିଚାଳନା କମିଟିର ସଭାପତି ଉପେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଚଳିତ ବର୍ଷ ପୁସ୍ତକ ମେଳା ଅବସରରେ ମୋଟ ୧୨ଟି ଭିନ୍ନ ଭିନ୍ନ ବର୍ଗରେ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସାହିତ୍ୟିକମାନଙ୍କୁ ପୁରସ୍କୃତ କରାଯିବ। ଯେଉଁ ପ୍ରକାଶକ ବା ଅନୁଷ୍ଠାନ ଏହି ମେଳାରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ, ସେମାନେ ମେଳା କମିଟିର ୯୪୩୭୧୩୩୩୬୮ କିମ୍ବା ୭୦୦୮୪୫୪୨୫୧ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
ଏହି ବୈଠକରେ ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ, ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ସଦସ୍ୟ ବୀରକିଶୋର ପ୍ରଧାନ, କମଳିନୀ ମଲ୍ଲିକଙ୍କ ସମେତ ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ପୀତାବସ ରାଉତରାୟ, ଉପସଭାପତି ଅଭୟ ନାୟକ ଏବଂ ସମ୍ପାଦକ ଭାସ୍କର ଜେନା ପ୍ରମୁଖ ଉପସ୍ଥିତ ରହି ମେଳାକୁ ସଫଳ କରିବା ନେଇ ବିସ୍ତୃତ ଆଲୋଚନା କରିଥିଲେ।