ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ନନ୍ଦନକାନନରେ ଅସୁସ୍ଥ ହେଲା ଉଦ୍ଧାର ହୋଇଥିବା ଓରାଙ୍ଗଉଟାନ ଛୁଆ: ଜ୍ୱରରେ ପୀଡ଼ିତ ହେବାରୁ ଡାକ୍ତରୀ ଟିମ୍ ଆଲର୍ଟରେ!

ଭୁବନେଶ୍ଵର: ବଣମଣିଷ ଛୁଆକୁ ଜ୍ବର। ପୁଣି ଜ୍ୱରରେ ପଡ଼ିଲା ଗୋଟିଏ ଓରାଙ୍ଗଉଟାନ ଛୁଆ। ନନ୍ଦନକାନନରେ ଗୋଟିଏ ଓରାଙ୍ଗଉଟାନକୁ ଜ୍ୱର ହୋଇଛି। ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣଙ୍କୁ ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍। ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ଡାକ୍ତରୀ ଟିମ୍।

ସେପଟେ ସଂଗରୋଧ ଘରକୁ ମଶା ନ ପଶିବା ପାଇଁ ତାର ଜାଲି ମଧ୍ୟ ବୁଲାଇ ଦିଆଯାଇଛି। ଗତ ୮ ତାରିଖରେ ବାଲେଶ୍ବର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବଂ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ୨୪ ଘଣ୍ଟିଆ ନିଘା ରଖାଯାଇଛି।

ଓରାଙ୍ଗଉଟାନ ତସ୍କରୀ ମାମଲାରେ ଏସଟିଏଫ୍ (STF) ତଦନ୍ତ ଜୋରଦାର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାର ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚର STF। ତଦନ୍ତ ସମୟରେ STF ହାତରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସୁରାଗ ଲାଗିଥିବା ଜଣାପଡ଼ିଛି। ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ଓରାଙ୍ଗଉଟାନ୍ ତସ୍କରୀର ଷଡ଼ଯନ୍ତ୍ର ପଶ୍ଚିମବଙ୍ଗର ଦୀଘାସ୍ଥିତ ଗ୍ରାଣ୍ଡ ହେରିଟେଜ୍ ହୋଟେଲରେ ରଚାଯାଇଥିବା ସନ୍ଦେହ କରାଯାଉଛି।

ଏହି ମାମଲାରେ ହୋଟେଲ ମାଲିକ ଜୟନ୍ତ ମାଇତି ଏବଂ ତାଙ୍କ ପୁଅ ସୌମ୍ୟଦୀପ ମାଇତିଙ୍କ ଭୂମିକା ନେଇ STF ତଦନ୍ତ କରୁଛି। ଉଭୟ ବର୍ତ୍ତମାନ ଫେରାର ଥିବାରୁ ତଦନ୍ତକାରୀ ଅଧିକାରୀମାନେ ସେମାନଙ୍କୁ ଖୋଜୁଛନ୍ତି।

ହୋଟେଲର CCTV ରୁ ମିଳିଲା ବଡ଼ ସୁରାଗ: ସୂଚନା ଅନୁସାରେ, ଦୀଘାର ଏହି ହୋଟେଲଟି ପ୍ରାୟ ୪ ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ଓରାଙ୍ଗଉଟାନ୍ ତସ୍କରୀ ମାମଲାର ତଦନ୍ତ ସମୟରେ STF ହୋଟେଲର CCTV ଫୁଟେଜ୍ ଯାଞ୍ଚ କରିଛି। ଫୁଟେଜ୍‌ରୁ ଓରାଙ୍ଗଉଟାନ୍‌ଗୁଡ଼ିକୁ ହୋଟେଲ ଭିତରକୁ ଅଣାଯାଇଥିବାର ସୂଚନା ମିଳିଥିବା କୁହାଯାଉଛି। ଏହା ସହ ହୋଟେଲର CCTV ର ହାର୍ଡଡିସ୍କକୁ ମଧ୍ୟ STF ଯାଞ୍ଚ କରୁଛି। ଏଥିରୁ ତସ୍କରୀ ନେଟୱର୍କ ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ବିଷୟରେ ଅଧିକ ସୂଚନା ମିଳିବାର ଆଶା ରହିଛି।

କଳା ରଙ୍ଗର ଥାରକୁ ନେଇ ବଢ଼ିଲା ସନ୍ଦେହ: ତଦନ୍ତ ସମୟରେ STF ଏକ କଳା ରଙ୍ଗର ଥାର ଗାଡ଼ି ସମ୍ପର୍କରେ ମଧ୍ୟ ସୂଚନା ପାଇଛି। ସନ୍ଦେହ କରାଯାଉଛି ଯେ ଏହି ଗାଡ଼ିକୁ କେଉଁଠି ଲୁଚାଇ ରଖି ଅଭିଯୁକ୍ତମାନେ ଦେଶ ଛାଡ଼ି ଫେରାର ହୋଇଥାଇପାରନ୍ତି। ତେବେ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ।

ଅଧିକାରୀମାନଙ୍କ ମତରେ, ଜୟନ୍ତ ମାଇତି ଓ ସୌମ୍ୟଦୀପ ମାଇତିଙ୍କ ଗିରଫ ପରେ ହିଁ ଓରାଙ୍ଗଉଟାନ୍‌ଗୁଡ଼ିକୁ କେଉଁଠାରୁ ଅଣାଯାଇଥିଲା, କେଉଁଠାକୁ ନେବାର ଯୋଜନା ଥିଲା ଏବଂ ଶେଷରେ ଭୋଗରାଇ ଜଙ୍ଗଲରେ କାହିଁକି ଛାଡ଼ି ଦିଆଗଲା ସେନେଇ ସ୍ପଷ୍ଟ ଚିତ୍ର ମିଳିପାରିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)