ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

ସେପ୍ଟେମ୍ବର ୨୩ରେ ସୋନମ୍ ୱାଙ୍ଗଚୁକ୍‌ଙ୍କ ୨୦ କିମି ପଦଯାତ୍ରା; ୨୪ରେ ପାଳନ ହେବ ‘ଶହୀଦ ଦିବସ’

ନୂଆଦିଲ୍ଲୀ: ଲଦାଖକୁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଏବଂ ସାମ୍ବିଧାନିକ ସୁରକ୍ଷା ଦାବିରେ ଚାଲିଥିବା ଆନ୍ଦୋଳନ ନୂଆ ମୋଡ଼ ନେଇଛି। ପ୍ରସିଦ୍ଧ ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ ସେପ୍ଟେମ୍ବର ୨୩ ତାରିଖରେ ଲେହରେ ୨୦ କିଲୋମିଟର ଦୀର୍ଘ ପ୍ରତୀକାତ୍ମକ ପଦଯାତ୍ରାର ନେତୃତ୍ୱ ନେବାକୁ ଯାଉଛନ୍ତି।

ଏହା ପରଦିନ, ଅର୍ଥାତ୍ ସେପ୍ଟେମ୍ବର ୨୪ ତାରିଖରେ, ୨୦୨୫ ସେପ୍ଟେମ୍ବର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୪ ଜଣ ଆନ୍ଦୋଳନକାରୀଙ୍କ ସ୍ମୃତିରେ ‘ଶହୀଦ ଦିବସ’ ପାଳନ କରାଯିବ।

ପ୍ରତିବାଦ କାର୍ଯ୍ୟକ୍ରମରେ ପରିବର୍ତ୍ତନ: ପୂର୍ବରୁ ସେପ୍ଟେମ୍ବର ୧୯ ରୁ ୨୪ ପର୍ଯ୍ୟନ୍ତ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ଲଦାଖର ନେତାମାନେ ନିଷ୍ପତ୍ତି ନେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସହ ଆଲୋଚନାରେ କୌଣସି ସନ୍ତୋଷଜନକ ନିଷ୍କର୍ଷ ନବାହାରିବାରୁ ଏହି ଡାକରା ଦିଆଯାଇଥିଲା।

ତେବେ ଖରାପ ପାଣିପାଗ ଯୋଗୁଁ ବଡ଼ ଆନ୍ଦୋଳନକୁ ସ୍ଥଗିତ ରଖାଯାଇ ଏବେ ସେପ୍ଟେମ୍ବର ୨୩ରେ ୨୦ କିମିର ପ୍ରତୀକାତ୍ମକ ପଦଯାତ୍ରା କରାଯିବାକୁ ନିଷ୍ପତ୍ତି ହୋଇଛି।

ଲଦାଖବାସୀଙ୍କ ମୁଖ୍ୟ ଦାବିଗୁଡ଼ିକ:

ଷଷ୍ଠ ଅନୁସୂଚୀ: ସମ୍ବିଧାନର ଷଷ୍ଠ ଅନୁସୂଚୀ ଅଧୀନରେ ଲଦାଖକୁ ସାମ୍ବିଧାନିକ ସୁରକ୍ଷା ଦେବା, ଯାହାଫଳରେ ସ୍ଥାନୀୟ ଜନଜାତିଙ୍କ ଜମି, ସଂସ୍କୃତି ଓ ରୋଜଗାର ସୁରକ୍ଷିତ ରହିପାରିବ।

ଧାରା ୩୭୧: କେନ୍ଦ୍ର ସରକାର ଓ ଲଦାଖ ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରେ ଧାରା ୩୭୧ (ବିଶେଷ କରି Article 371K) ଅଧୀନରେ ଏକ ନିର୍ବାଚିତ ଶାସନ ପ୍ରଣାଳୀ ଗଠନ ପାଇଁ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି।

ରାଜ୍ୟ ପାହ୍ୟା ଓ ସଂସଦୀୟ ପ୍ରତିନିଧିତ୍ୱ: ଲଦାଖ ପାଇଁ ପୂର୍ଣ୍ଣ ରାଜ୍ୟ ପାହ୍ୟା ଏବଂ ସଂସଦରେ ଅଧିକ ପ୍ରତିନିଧିତ୍ୱ ଦାବି କରାଯାଉଛି।

୨୦୨୫ ସେପ୍ଟେମ୍ବର ହିଂସାକାଣ୍ଡ ଓ କ୍ଷତିପୂରଣ: ଗତ ୨୦୨୫ ସେପ୍ଟେମ୍ବର ୨୪ ତାରିଖରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଗୁଳିଚାଳନାରେ ୪ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ସୋନମ୍ ୱାଙ୍ଗଚୁକ୍‌ଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ଗିରଫ କରାଯାଇ ପ୍ରାୟ ୬ ମାସ ପର୍ଯ୍ୟନ୍ତ ହାଜତରେ ରଖାଯାଇଥିଲା, ଏବଂ ୨୦୨୬ ମାର୍ଚ୍ଚ ମାସରେ ସେ ମୁକ୍ତ ହୋଇଥିଲେ।

ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଥିଲେ ବି ୱାଙ୍ଗଚୁକ୍ ଏହାକୁ ଅସନ୍ତୋଷଜନକ କହିବା ସହ ଆନ୍ଦୋଳନକାରୀଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)