ରବିବାର, 1 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା | 07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା | 07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା
ପର୍ଯ୍ୟଟନ

ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ

ଭୁବନେଶ୍ଵର: ପାହାଡ଼ ରାଣୀ ଦର୍ଜିଲିଂ ଭାରତର ସବୁଠାରୁ ସୁନ୍ଦର ଏବଂ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ମଧ୍ୟରୁ ଅନ୍ୟତମ। ଯଦି ଆପଣ ଦର୍ଜିଲିଂ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଚୌରାସ୍ତା ସ୍କୋୟାର ନିକଟରେ ଅବସ୍ଥିତ ପ୍ରସିଦ୍ଧ ମହାକାଳ ମନ୍ଦିରର ଦର୍ଶନ ନିଶ୍ଚିତ ଭାବେ କରନ୍ତୁ।

ଏକ ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ଏହି ମନ୍ଦିରର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଏହାର ଆଧ୍ୟାତ୍ମିକ ପରିବେଶ ମନକୁ ବିମୋହିତ କରିଥାଏ। ସବୁଠାରୁ ବଡ଼ କଥା ହେଉଛି, ଏହି ସ୍ଥାନଟି ହିନ୍ଦୁ ଏବଂ ବୌଦ୍ଧ ଧର୍ମର ଏକତାର ଏକ ଜୀବନ୍ତ ଉଦାହରଣ ଅଟେ।

ମନ୍ଦିରର ଇତିହାସ ଓ ପୌରାଣିକ ମାହାତ୍ମ୍ୟ: ଦର୍ଜିଲିଂର ସବୁଠାରୁ ସୁନ୍ଦର ପାହାଡ଼ ‘ଅବଜରଭେଟ୍ରି ହିଲ୍’ ଉପରେ ଏହି ମନ୍ଦିର ପ୍ରତିଷ୍ଠିତ। କଥିତ ଅଛି ଯେ, ଏହି ସ୍ଥାନରେ ପୂର୍ବରୁ ଏକ ବୌଦ୍ଧ ମଠ ଥିଲା, ଯାହାର ନାମ ‘ଦୋରଜେ ଲିଂ’ ଥିଲା। ସମୟକ୍ରମେ ଏହି ସ୍ଥାନ ହିନ୍ଦୁ ଏବଂ ବୌଦ୍ଧ ଉଭୟ ଧର୍ମର ଲୋକଙ୍କ ପାଇଁ ଏକ ମହାନ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ପାଲଟିଗଲା।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ୧୭୮୨ ମସିହାରେ ଏଠାରେ ୩ଟି ସ୍ୱୟଂଭୂ ଶିବଲିଙ୍ଗ ପ୍ରକଟ ହୋଇଥିଲା, ଯାହାଙ୍କୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶଙ୍କର ରୂପ ବୋଲି ମାନାଯାଏ। ଏହା ପରେ ଏହି ସ୍ଥାନର ଧାର୍ମିକ ମହତ୍ତ୍ୱ ଆହୁରି ବୃଦ୍ଧି ପାଇଲା।

ଧର୍ମର ଅନନ୍ୟ ସମନ୍ୱୟ: ଏହି ମନ୍ଦିରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଠାରେ ଦେଖିବାକୁ ମିଳୁଥିବା ସାମ୍ପ୍ରଦାୟିକ ସଦଭାବ। ମନ୍ଦିର ଭିତରକୁ ଗଲେ ଆପଣ ଦେଖିବେ ଯେ, ଗୋଟିଏ ପଟେ ପୂଜାରୀମାନେ ପୂଜା-ପାଠ କରୁଥିବା ବେଳେ ଅନ୍ୟପଟେ ବୌଦ୍ଧ ଭିକ୍ଷୁମାନେ ସେମାନଙ୍କର ପବିତ୍ର ଗ୍ରନ୍ଥ ପାଠ କରୁଛନ୍ତି। ଉଭୟ ଧର୍ମର ଏହି ମିଳନ ଦର୍ଶକଙ୍କୁ ଏକ ଅଲୌକିକ ମାନସିକ ଶାନ୍ତି ପ୍ରଦାନ କରିଥାଏ।

ମନ୍ଦିରର ମୁଖ୍ୟ ଦେବତା ଭଗବାନ ଶିବ ଅଟନ୍ତି, କିନ୍ତୁ ଏହାର ପରିସରରେ ଭଗବାନ ହନୁମାନ, ଗଣେଶ ଏବଂ ମାଆ ଦୁର୍ଗାଙ୍କୁ ସମର୍ପିତ ଛୋଟ ଛୋଟ ମନ୍ଦିର ମଧ୍ୟ ରହିଛି।

ମନ୍ଦିରର ବିଶେଷ ପରମ୍ପରା:

ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନଗ୍ନ ପାଦରେ ମନ୍ଦିରର ତିନିଥର ପରିକ୍ରମା କରିଥାନ୍ତି।

ବୌଦ୍ଧ ପରମ୍ପରା ଅନୁଯାୟୀ ମନ୍ଦିର ଚାରିପାଖରେ ରଙ୍ଗ-ବିରଙ୍ଗୀ ପ୍ରାର୍ଥନା ପତାକା ପବନରେ ଉଡ଼ୁଥାଏ, ଯାହା ଭକ୍ତଙ୍କ ପ୍ରାର୍ଥନାକୁ ଈଶ୍ୱରଙ୍କ ନିକଟକୁ ପହଞ୍ଚାଇଥାଏ ବୋଲି ବିଶ୍ୱାସ କରାଯାଏ।

ପାହାଡ଼ିଆ ପରିସରରେ ବହୁସଂଖ୍ୟାରେ ମାଙ୍କଡ଼ ମଧ୍ୟ ଦେଖିବାକୁ ମିଳିଥାନ୍ତି।

ମହାକାଳ ଗୁହା ଏବଂ ପ୍ରାକୃତିକ ଦୃଶ୍ୟ: ମନ୍ଦିର ପରିଦର୍ଶନ ସମୟରେ ଆପଣଙ୍କୁ ‘ମହାକାଳ ଗୁମ୍ଫା’ ମଧ୍ୟ ବୁଲିବାକୁ ଯିବା ଉଚିତ୍। ମନ୍ଦିରରୁ କିଛି ପାହାଡ଼ ଓହ୍ଲାଇବା ପରେ ଏହି ଗୁହାର ସନ୍ଧାନ ମିଳିଥାଏ, ଯେଉଁଠାରେ ଭଗବାନ ଶିବ ଓ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଏ। ଏକ ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ଥିବାରୁ ଏହି ସ୍ଥାନରୁ ସମଗ୍ର ଦର୍ଜିଲିଂ ସହର ଏବଂ ଚତୁର୍ପା୍ଶ୍ୱର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିମନୋହର ଦେଖାଯାଏ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)