ରବିବାର, 1 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା | 07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା | 07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା
ଧର୍ମ ଓ ସଂସ୍କୃତି

ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆକାଶ ମଣ୍ଡଳରେ ଗ୍ରହମାନଙ୍କ ସ୍ଥିତି ପରିବର୍ତ୍ତନ ଦ୍ୱାରା ବିଭିନ୍ନ ଶୁଭ ଓ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ଆସନ୍ତା ନଭେମ୍ବର ୨ ତାରିଖ ରାତି ୮:୨୦ ମିନିଟ୍‌ରେ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ସ୍ଥିତି ଯୋଗୁଁ ଏକ ଅଶୁଭ ‘ବୈଧତି ଯୋଗ’ ନିର୍ମାଣ ହେବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗକୁ ଅତ୍ୟନ୍ତ କଷ୍ଟଦାୟକ ଏବଂ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଏହାର ପ୍ରଭାବରେ ବିଶେଷ କରି ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ କ୍ଷେତ୍ରରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

କେଉଁ ୫ଟି ରାଶି ଉପରେ ପଡ଼ିବ ପ୍ରଭାବ: ଏହି ବୈଧତି ଯୋଗର ପ୍ରତିକୂଳ ପ୍ରଭାବ ତଳଲିଖିତ ୫ଟି ରାଶିର ଜାତକଙ୍କୁ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ କରାଇପାରେ:

ବୃଷ ରାଶି : ବୃଷ ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏହାର କୁପ୍ରଭାବ ପଡ଼ିପାରେ। ବ୍ୟବସାୟରେ କ୍ଷତି ହେବାର ଆଶଙ୍କା ରହିବା ସହ ମାନସିକ ଚାପ ବୃଦ୍ଧି ପାଇବ। ଆର୍ଥିକ ସମସ୍ୟା ଏବଂ ପାର୍ବାରିକ ଜୀବନରେ ମଧ୍ୟ କିଛି ଅସୁବିଧା ଦେଖାଦେଇପାରେ।

ତୁଳା ରାଶି: ବୈଧତି ଯୋଗର ପ୍ରଭାବରୁ ତୁଳା ରାଶିର ଲୋକଙ୍କୁ ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ। ଯେକୌଣସି ସ୍ଥାନରେ ଟଙ୍କା ନିବେଶ କରିବା ପୂର୍ବରୁ ଗଭୀର ଭାବେ ଚିନ୍ତା କରିବା ଜରୁରୀ ଅଟେ।

ବିଛା ରାଶି: ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ସ୍ଥିତି ପରିବର୍ତ୍ତନ ଯୋଗୁଁ ବୃଶ୍ଚିକ ରାଶିର ଲୋକଙ୍କ କାର୍ଯ୍ୟକ୍ଷେତ୍ରରେ ବିଭିନ୍ନ ଜଟିଳତା ଦେଖାଦେଇପାରେ। ଆର୍ଥିକ କାରବାରରେ ସତର୍କ ନରହିଲେ କ୍ଷତିର ସମ୍ଭାବନା ରହିଛି।

ମକର ରାଶି: ଚାକିରିଜୀବୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ଅଧିକ ଚାପ ଓ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିପାରେ। ଟଙ୍କାପଇସା ଲେଣଦେଣ କଲାବେଳେ ସାବଧାନ ରୁହନ୍ତୁ। ବ୍ୟବସାୟୀଙ୍କ ପାଇଁ ସମୟ କଷ୍ଟକର ହୋଇପାରେ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ।

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତିମାନେ ନିଜ କ୍ରୋଧ ଏବଂ ଭାବନା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ। ପରିବାରରେ ମତାନ୍ତର କିମ୍ବା ପାରିବାରିକ ଅଶାନ୍ତି ଦେଖାଦେଇପାରେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଜ୍ୱରରେ ବା ଜଲଦବାଜିରେ ନିଅନ୍ତୁ ନାହିଁ।

Nirnay TV

ସମ୍ବନ୍ଧିତ ଖବର

ନାଶିକ୍-ତ୍ରିମ୍ବକେଶ୍ୱର ସିଂହସ୍ଥ କୁମ୍ଭମେଳା ଆରମ୍ଭ: ରାମକୁଣ୍ଡରେ ପବିତ୍ର ଧ୍ୱଜାରୋହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆରମ୍ଭ ହେଲା ମହା କାର୍ତ୍ତିକ ବ୍ରତ: ୨୫୦୦ ହବିଷ୍ୟାଳୀଙ୍କ ସଙ୍କଳ୍ପ, ରାଇ-ଦାମୋଦର ପୂଜା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼

କୁମାର ପୂର୍ଣ୍ଣିମା ୨୦୨୬: ସୁନ୍ଦର ବର ପାଇଁ କାହିଁକି କରାଯାଏ ଚାନ୍ଦ ପୂଜା? ଜାଣନ୍ତୁ ପୂର୍ଣ୍ଣିମାର ମହତ୍ତ୍ୱ଼

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)