ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଝାଡ଼ଖଣ୍ଡ ସମବାୟ ବ୍ୟାଙ୍କ ଠକେଇ ମାମଲା: ଓଡ଼ିଶା ଓ ଝାଡ଼ଖଣ୍ଡର ୭ଟି ସ୍ଥାନରେ ଇଡିର ଚଢ଼ାଉ

ଭୁବନେଶ୍ୱର/ରାଞ୍ଚି: ଝାଡ଼ଖଣ୍ଡ ଷ୍ଟେଟ୍ କୋ-ଅପରେଟିଭ୍ ବ୍ୟାଙ୍କ (JSCB) ରେ ହୋଇଥିବା ବହୁକୋଟି ଟଙ୍କାର ଆର୍ଥିକ ଅନିୟମିତତା ଓ ଠକେଇ ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ବେଆଇନ ଅର୍ଥ କାରବାର ତଦନ୍ତର ଗୋଟିଏ ଭାଗ ଭାବେ ଓଡ଼ିଶା ଏବଂ ଝାଡ଼ଖଣ୍ଡର ମୋଟ ୭ଟି ସ୍ଥାନରେ ଇଡି ପକ୍ଷରୁ ଏକାସାଙ୍ଗରେ ଚଢ଼ାଉ ଓ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ସରାୟକେଲା ସ୍ଥିତ JSCB ଶାଖାରେ ହୋଇଥିବା ଏହି ବଡ଼ଧରଣର ଦୁର୍ନୀତି ସମ୍ପର୍କରେ ଇଡିର ରାଞ୍ଚି ଜୋନାଲ୍ ୟୁନିଟ୍ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ର ସେକ୍ସନ ୧୭ ଅଧୀନରେ ତଦନ୍ତ ଚଳାଇଛି। ପୋଲିସ ଓ ସୁରକ୍ଷା ବାହିନୀର ପ୍ରତ୍ୟକ୍ଷ ସହଯୋଗରେ ଶୁକ୍ରବାର ସକାଳୁ ସନ୍ଦିଗ୍ଧ ବ୍ୟକ୍ତିଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଏହି ଚଢ଼ାଉ କରାଯାଇଛି।

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀ, ବ୍ୟବସାୟୀ ସଞ୍ଜୟ କୁମାର ଡାଲମିଆ ବ୍ୟାଙ୍କର କିଛି ଅଧିକାରୀଙ୍କ ସହ ମିଶି ଏହି ସଂଘବଦ୍ଧ ଠକେଇ ରଚନା କରିଥିଲେ। ଅପରାଧରୁ ସୃଷ୍ଟ ଅର୍ଥ, ଦଲିଲ୍ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିବା ଉଦ୍ଦେଶ୍ୟରେ ଏହି ଚଢ଼ାଉ କରାଯାଉଥିବା ଜଣେ ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)