ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ; ସେବାୟତ ନିଯୋଗଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ‘କନ୍ୟା ସଂକ୍ରାନ୍ତି’ ଅବସରରେ ଭଗବାନ ଲିଙ୍ଗରାଜଙ୍କ ପୂଜାବିଧି ଓ ନୀତିକାନ୍ତି ବାଧାପ୍ରାପ୍ତ ହୋଇଛି। ଦିନସାରା ମନ୍ଦିରର ସମସ୍ତ ପୂଜାର୍ଚ୍ଚନା ସୁରୁଖୁରୁରେ ସମ୍ପାଦିତ ହୋଇଥିବା ବେଳେ, ଦୁଇ ପ୍ରମୁଖ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତାନ୍ତର ଯୋଗୁଁ ଦିନର ଶେଷ ନୀତିକାନ୍ତିରେ ଦୀର୍ଘସମୟ ଧରି ବିଳମ୍ବ ଘଟିଥିଲା।

ସୂଚନା ମୁତାବକ, ରାତ୍ରିକାଳୀନ ‘ବଡ଼ ସିଂହାର’ ନୀତି ଏବଂ ତା’ପରେ ଅନୁଷ୍ଠିତ ହେବାକୁ ଥିବା ‘ଶୟନ ଠାକୁର’ ଶୋଭାଯାତ୍ରା ସମୟରେ ଏହି ଗୋଷ୍ଠୀ କନ୍ଦଳ ଉପୁଜିଥିଲା। ପରମ୍ପରା ଅନୁସାରେ, ଠାକୁରଙ୍କୁ ରାତ୍ରିକାଳୀନ ବିଶ୍ରାମ ନୀତି ପାଇଁ ଏହି ସ୍ୱତନ୍ତ୍ର ଶୋଭାଯାତ୍ରାରେ ନିଆଯାଇଥାଏ। ତେବେ ସେବା ଅଧିକାର ଓ ନିଜ ନିଜର ଦାୟିତ୍ୱ ସୀମାକୁ ନେଇ ‘ପୂଜା ପଣ୍ଡା’ ଏବଂ ‘ବ୍ରାହ୍ମଣ ନିଯୋଗ’ ଗୋଷ୍ଠୀର ସେବାୟତଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଯୁକ୍ତିତର୍କ ଗମ୍ଭୀର ରୂପ ନେଇଥିଲା।

ତୁରନ୍ତ ଏହାର କୌଣସି ଆପୋଷ ସମାଧାନ ହୋଇନପାରିବାରୁ ମନ୍ଦିରର ଶେଷ ନୀତିକାନ୍ତି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ଏହି ପବିତ୍ର ଧାର୍ମିକ ଅବସରରେ ମନ୍ଦିରର ପରମ୍ପରା ବାଧାପ୍ରାପ୍ତ ହେବା ଏବଂ ନୀତିକାନ୍ତି ବିଳମ୍ବ ହେବା ଯୋଗୁଁ ଦର୍ଶନ ପାଇଁ ଆସିଥିବା ଅସଂଖ୍ୟ ଶ୍ରଦ୍ଧାଳୁ ନିରାଶ ହେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)