ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

ରାଜଧାନୀରେ ଗଣଦୁଷ୍କର୍ମ, ପୋଲିସ ଏନକାଉଣ୍ଟର ପରେ ଜଣେ ଗିରଫ, ୨ ଫରାର୍

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପ୍ରସିଦ୍ଧ କାଳକାଜୀ ମନ୍ଦିର ନିକଟସ୍ଥ ଏକ ପାର୍କରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।

ନିଜକୁ ପୋଲିସ ଦର୍ଶାଇ ୩ ଜଣ ଯୁବକ ଏହି ଜଘନ୍ୟ କାଣ୍ଡ ଭିଆଇଥିଲେ। ଏହି ମାମଲାରେ ଦିଲ୍ଲୀ ପୋଲିସ ବିଳମ୍ବିତ ରାତିରେ ଏନକାଉଣ୍ଟର ପରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜୋରଦାର ଛାନ୍‌ଭିନ୍ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ୧୭ ବର୍ଷୀୟା ପୀଡ଼ିତା ନିଜର ଜଣେ ୧୭ ବର୍ଷୀୟା ସାଙ୍ଗ ସହ କାଳକାଜୀ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ। ପୂଜା ଶେଷ କରି ସନ୍ଧ୍ୟା ୭:୩୦ରେ ଦୁଇ ସାଙ୍ଗ କାଳକାଜୀ ଓ ଇସ୍କନ ମନ୍ଦିର ମଝିରେ ଥିବା ଏକ ପାର୍କକୁ ଯାଇଥିଲେ।

ପାର୍କରେ ୨୫ ରୁ ୩୦ ବର୍ଷ ବୟସର ୩ ଜଣ ଯୁବକ ନିଜକୁ ପୋଲିସ କର୍ମଚାରୀ ଭାବେ ପରିଚୟ ଦେଇଥିଲେ। ସେମାନେ ନାବାଳିକା ଦ୍ୱୟଙ୍କୁ ଭୟଭୀତ କରାଇବା ସହ ନାବାଳିକା ଜଣଙ୍କ ସହ ଦୁଷ୍କର୍ମ କରିଥିଲେ। ରାତି ପ୍ରାୟ ୮:୪୫ ସମୟରେ ପାର୍କରୁ ପିସିଆର କଲ୍ ମିଳିବା ପରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲ ପରୀକ୍ଷା ପାଇଁ ପଠାଇଥିଲା।

ପୀଡ଼ିତାଙ୍କ ବୟାନ ଆଧାରରେ ଦିଲ୍ଲୀ ପୋଲିସ ପୋକ୍ସୋ ଆକ୍ଟ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଗୁରୁତର ଧାରା ଅଧୀନରେ ମାମଲା ରୁଜୁ କରିଛି। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।

ବିଳମ୍ବିତ ରାତିରେ ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳିବିନିମୟ ହେବା ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଫରାର୍ ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୋଲିସ ସ୍ୱସେଶଲ୍ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)