ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
କ୍ରୀଡ଼ା

ବିରାଟ କୋହଲିଙ୍କ ବଡ଼ ଘୋଷଣା: ୨୦୨୭ ଦିନିକିଆ ବିଶ୍ୱକପ୍ ହେବ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ମହାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏକ ବଡ଼ ସୂଚନା ଦେଇଛନ୍ତି। ଆଗାମୀ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପୂର୍ବରୁ ସେ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ବର୍ଷ (୨୦୨୭) ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶ୍ୱକପ୍ ତାଙ୍କ କ୍ୟାରିୟରର ଶେଷ ବିଶ୍ୱକପ୍ ହେବ।

ପ୍ରସାରଣକାରୀ ସଂସ୍ତାନ ସହ ଆଲୋଚନା କରି କୋହଲି କହିଛନ୍ତି ଯେ, ଏହା ତାଙ୍କର ଶେଷ ବିଶ୍ୱକପ୍ ହେବାକୁ ଯାଉଛି ଏବଂ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ହିଁ ତାଙ୍କର ମୂଳ ଲକ୍ଷ୍ୟ। ଦଳକୁ ବିଜୟୀ କରାଇବା ପାଇଁ ପଡ଼ିଆରେ ନିଜର ସର୍ବସ୍ୱ ଦେବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୩୧୪ ମ୍ୟାଚ୍ ଖେଳି ୧୪,୯୪୧ ରନ୍ ସଂଗ୍ରହ କରିଥିବା କୋହଲି ୨୦୨୩ ବିଶ୍ୱକପ୍ ସଂସ୍କରଣରେ ସର୍ବାଧିକ ୭୬୫ ରନ୍ କରି ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଟି-୨୦ ଏବଂ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେସସ ସାରିଥିବା ଏହି ଷ୍ଟାର୍ ଖେଳାଳି ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟ୍‌ରେ ଦଳର ପ୍ରମୁଖ ସ୍ତମ୍ଭ ଭାବେ ଖେଳୁଛନ୍ତି।

ଅନ୍ୟପକ୍ଷରେ, ଅଧିନାୟକ ରୋହିତ ଶର୍ମା ମଧ୍ୟ ୨୦୨୭ ବିଶ୍ୱକପ୍ ଖେଳିବା ଏବଂ ଦେଶ ପାଇଁ ଟ୍ରଫି ଜିତିବା ନେଇ ନିଜର ଦୃଢ଼ ଇଚ୍ଛା ପ୍ରକାଶ କରିଛନ୍ତି। ୨୦୧୧ ମସିହାରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଦେଶରେ ବିଶ୍ୱକପ୍ ଜିତିଥିବା କୋହଲି ଏବଂ ରୋହିତ, ଉଭୟ ବରିଷ୍ଠ ଖେଳାଳି ସେମାନଙ୍କର ବିପୁଳ ଅଭିଜ୍ଞତାକୁ ବ୍ୟବହାର କରି ଭାରତକୁ ପୁଣିଥରେ ବିଶ୍ୱ ବିଜୟୀ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)