ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
କ୍ରୀଡ଼ା

ଏସୀୟ କ୍ରୀଡ଼ାରେ ପୁଣି ଇତିହାସ ରଚିଲା ଭାରତ: ପାକିସ୍ତାନକୁ ହରାଇ ଦ୍ୱିତୀୟଥର ପାଇଁ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାର ପୁରୁଷ ଟି-୨୦ କ୍ରିକେଟ୍ ଫାଇନାଲ୍ ମୁକାବିଲାରେ ଭାରତୀୟ କ୍ରିକେଟ୍ ଟିମ୍ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଗତ ଏସୀୟ କ୍ରୀଡ଼ାର ଚାମ୍ପିୟନ୍ ଥିବା ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟଥର ପାଇଁ ଏହି ସଫଳତା ହାସଲ କରି ଦେଶ ପାଇଁ ଗୌରବ ଆଣିଛି।

ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୬ଟି ୱିକେଟ୍ ହରାଇ ୨୧୧ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ମ୍ୟାଚ୍ ଆରମ୍ଭରୁ ବୈଭବ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା ମାତ୍ର ୨ ଓଭରରେ ୨୮ ରନ୍ ସଂଗ୍ରହ କରି ଦ୍ରୁତ ଆରମ୍ଭ କରିଥିଲେ। ଅଭିଷେକ ଶର୍ମା ମାତ୍ର ୨୦ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ସହ ମୋଟ ୨୮ ବଲ୍‌‌ରୁ ୬୧ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ।

ଅଧିନାୟକ ଶ୍ରେୟସ୍ ଆୟର ଏବଂ ଇଶାନ କିଶନ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ହେଁ, ଶେଷ ଆଡ଼କୁ ତିଲକ ବର୍ମା ମାତ୍ର ୨୨ ବଲ୍‌ରୁ ଅପରାଜିତ ୫୧ ରନ୍ ଏବଂ ଶିବମ ଦୁବେ ୧୫ ବଲ୍‌ରୁ ୨୭ ରନ୍ ଠୋକି ଦଳୀୟ ସ୍କୋରକୁ ୨୧୧ରେ ପହଞ୍ଚାଇଥିଲେ।

ଏହାର ଜବାବରେ ପାକିସ୍ତାନର ଆରମ୍ଭ ମଧ୍ୟ ଭଲ ନଥିଲା ଏବଂ ମାତ୍ର ୩୯ ରନ୍‌ରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ୨ଟି ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ସଫଳତା ହାସଲ କରିଥିଲେ। ପାକିସ୍ତାନୀ ବ୍ୟାଟ୍‌ସମ୍ୟାନ୍ ହସନ ନୱାଜ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତୀୟ ବୋଲର ଓ ଫିଲ୍ଡରମାନଙ୍କ ଦୃଢ଼ ପ୍ରଦର୍ଶନ ବଳରେ ଶେଷରେ ଟିମ୍ ଇଣ୍ଡିଆ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିବାରେ ସଫଳ ହୋଇଛି।

Nirnay TV

ସମ୍ବନ୍ଧିତ ଖବର

ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ହକି ଟିମକୁ ପୁରସ୍କାର ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ୟାପ୍ଟେନ୍ ପଦରୁ ହଟିଲେ ହରମନପ୍ରୀତ କୌର: ସମସ୍ତ ଫର୍ମାଟ୍‌‌ରୁ ଦେଲେ ଇସ୍ତଫା

ସ୍ୱର୍ଣ୍ଣ ବିଜେତା ଭାରତୀୟ ମହିଳା ହକି ଟିମ୍ ପାଇଁ ବଡ଼ ଘୋଷଣା: ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୫.୫ ଲକ୍ଷ ଦେବେ ମୁଖ୍ୟମନ୍ତ୍ରୀ

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)