ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
କ୍ରୀଡ଼ା

ରେକର୍ଡ ପରେ ରେକର୍ଡ, ଏବେ ବିଶ୍ୱକପ୍‌ ଉପରେ ନଜର !!!

ନୀଳ ଜର୍ସିରେ ଗର୍ଜିଲା ବ୍ୟାଟ୍, ରେକର୍ଡ ବୁକ୍‌ରେ ଯୋଡ଼ିହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ! ୧୫ ହଜାର ଦିନିକିଆ ରନ୍‌ର ଐତିହାସିକ ମାଇଲଖୁଣ୍ଟ ଛୁଇଁଲେ କିଙ୍ଗ୍ କୋହଲି। ସଚିନଙ୍କ ପରେ ଦ୍ୱିତୀୟ ଖେଳାଳି, ହେଲେ ଇନିଂସର ହିସାବରେ ମାଷ୍ଟର ବ୍ଲାଷ୍ଟରଙ୍କୁ ପଛରେ ପକାଇଲେ ବିରାଟ।

ଆଉ ଏହି ରେକର୍ଡର ଖୁସି ଭିତରେ ଏବେ ଆରମ୍ଭ ହୋଇଛି ଆଉ ଏକ ବଡ଼ ଚର୍ଚ୍ଚା। ୨୦୨୭ ବିଶ୍ୱକପ୍‌ରେ ପୁଣି ଥରେ ଦେଶ ପାଇଁ ଟ୍ରଫି ଜିତିବାକୁ ମଇଦାନକୁ ଓହ୍ଲାଇବେ କି କିଙ୍ଗ୍ କୋହଲି? କାରଣ ଆଗାମୀ ବିଶ୍ୱକପ୍ ହିଁ ହେବ ଭାରତ ପାଇଁ ତାଙ୍କର ଶେଷ ବିଶ୍ୱକପ୍।
୨୦୧୧ରେ ବିଶ୍ୱବିଜୟର ଖୁସି, ୨୦୨୩ରେ ଫାଇନାଲ୍ ପରାଜୟର ଯନ୍ତ୍ରଣା। ଏବେ ୨୦୨୭ରେ ପୁଣି ଥରେ ବିଶ୍ୱକପ୍ ଟ୍ରଫି ହାତେଇବାର ସ୍ୱପ୍ନ। ରେକର୍ଡ ପରେ ରେକର୍ଡ କରୁଥିବା ବିରାଟଙ୍କ ବ୍ୟାଟ୍‌ରୁ ଆଉ ଏକ ବିଶ୍ୱକପ୍ ବିଜୟର କାହାଣୀ ଲେଖାଯିବ କି? ଏହା ଉପରେ ଏବେ ରହିଛି କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ନଜର।

୧୫ ହଜାର ରନ୍! ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଦିନିକିଆ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ଦୀର୍ଘ ଯାତ୍ରା, ନିରନ୍ତରତା ଓ ଅସାଧାରଣ ବ୍ୟାଟିଂର ଆଉ ଏକ ପ୍ରମାଣ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି କିଙ୍ଗ୍ କୋହଲି।କେରଳର ତିରୁବନନ୍ତପୁରମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋହଲିଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଥିଲା ଆଉ ଏକ ବିସ୍ଫୋରକ ଇନିଂସ। ମାତ୍ର ୮୮ଟି ବଲ୍‌ରୁ ୧୩୯ ରନ୍ କରି ଅପରାଜିତ ରହିଥିଲେ ବିରାଟ। ଏହା ଥିଲା ତାଙ୍କ ଦିନିକିଆ କ୍ୟାରିୟରର ୫୫ତମ ଶତକ।

ଏହି ଇନିଂସ ସହିତ ଦିନିକିଆ କ୍ରିକେଟ୍‌ରେ ୧୫ ହଜାର ରନ୍ ଅତିକ୍ରମ କରିବା ସହ 15ହଜାର ରନ କ୍ଲବ ରେ ସାମିଲ ହୋଇଛନ୍ତି କୋହଲି। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ। ତେବେ ଏହି ରେକର୍ଡର ସବୁଠାରୁ ବଡ଼ ଦିଗ ହେଉଛି, ସଚିନଙ୍କୁ ଯେଉଁଠି ୩୭୭ଟି ଇନିଂସ ଲାଗିଥିଲା, ସେଠି ମାତ୍ର ୩୦୩ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ବିରାଟ। ଅର୍ଥାତ୍, ସଚିନଙ୍କଠାରୁ ୭୪ଟି କମ୍ ଇନିଂସ ଖେଳି ୧୫ ହଜାର ରନ୍‌ରେ ପହଞ୍ଚିପାରିଛନ୍ତି କୋହଲି। ଏହା ସହ ଦିନିକିଆରେ ସବୁଠାରୁ ଦ୍ରୁତତମ ୧୫ ହଜାର ରନ୍ ପୂରଣ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। କିନ୍ତୁ ଏହି ରେକର୍ଡ ଯାତ୍ରାରେ ବିରାଟଙ୍କ ନଜର କେବଳ ବ୍ୟକ୍ତିଗତ ମାଇଲଖୁଣ୍ଟ ଉପରେ ନାହିଁ। ଆଗରେ ରହିଛି ଆଉ ଏକ ବଡ଼ ଲକ୍ଷ୍ୟ ୨୦୨୭ ଦିନିକିଆ ବିଶ୍ୱକପ୍।

୨୦୨୭ ବିଶ୍ୱକପ୍‌ରେ ଶେଷ ଥର ପାଇଁ ନୀଳ ଜର୍ସି ?

ଆଇସିସିର ସୂଚନା ଅନୁସାରେ, ୨୦୨୭ ଦିନିକିଆ ବିଶ୍ୱକପ୍ ହେବ ଭାରତ ପାଇଁ ବିରାଟ କୋହଲିଙ୍କ ଶେଷ ବିଶ୍ୱକପ୍। ନିଜେ କୋହଲି ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ଆଉ ଏହି ଘୋଷଣା ପରେ ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ଉତ୍ସାହ ଆହୁରି ବଢ଼ିଯାଇଛି।
ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଆୟୋଜିତ ହେବ ଏହି କ୍ରିକେଟ୍ ମହାକୁମ୍ଭ। ଆଉ ଏହି ମଞ୍ଚରେ ଭାରତ ପାଇଁ ପୁଣି ଥରେ ଟ୍ରଫି ଜିତିବା ହେଉଛି କୋହଲିଙ୍କ ଲକ୍ଷ୍ୟ। ୨୦୧୧ ବିଶ୍ୱକପ୍ ବିଜୟୀ ଦଳର ଜଣେ ସଦସ୍ୟ ଥିଲେ ବିରାଟ। ସେତେବେଳେ ଯୁବ ଖେଳାଳି ଭାବେ ଦଳରେ ସ୍ଥାନ ପାଇଥିବା କୋହଲି ଏବେ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ଅଭିଜ୍ଞ ଖେଳାଳି। ୨୦୨୩ ବିଶ୍ୱକପ୍‌ରେ ତାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଥିଲା ଐତିହାସିକ ପ୍ରଦର୍ଶନ। ଟୁର୍ଣ୍ଣାମେଣ୍ଟରେ ୭୬୫ ରନ୍ ସଂଗ୍ରହ କରି ଗୋଟିଏ ବିଶ୍ୱକପ୍‌ରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଥିଲେ କୋହଲି। ତଥାପି ଫାଇନାଲ୍‌ରେ ଭାରତର ପରାଜୟ ଟ୍ରଫି ଜିତିବାର ସ୍ୱପ୍ନକୁ ଅଧୁରା ରଖିଥିଲା।

ଏବେ ପୁଣି ଥରେ ୨୦୨୭ରେ ସେହି ସ୍ୱପ୍ନ ପୂରଣ କରିବାର ସୁଯୋଗ ରହିଛି। ଅବଶ୍ୟ, ବିଶ୍ୱକପ୍‌ରେ ଖେଳିବା ଓ ଦଳରେ ସ୍ଥାନ ପାଇବା ତାଙ୍କର ଫିଟନେସ୍, ପ୍ରଦର୍ଶନ ଓ ଚୟନ ଉପରେ ନିର୍ଭର କରିବ। ହେଲେ ନିଜେ କୋହଲି ବିଶ୍ୱକପ୍ ଟ୍ରଫି ଜିତିବାକୁ ନିଜର ଲକ୍ଷ୍ୟ ବୋଲି କହିସାରିଛନ୍ତି।ରେକର୍ଡର ରାସ୍ତାରେ ଆଗକୁ ବଢ଼ୁଛନ୍ତି କିଙ୍ଗ୍ କୋହଲି। ୧୫ ହଜାର ଦିନିକିଆ ରନ୍, ୫୫ଟି ଶତକ ଏବଂ ୨୦୨୭ ବିଶ୍ୱକପ୍‌ର ବଡ଼ ଲକ୍ଷ୍ୟ।୨୦୧୧ର ବିଶ୍ୱବିଜୟରୁ ଆରମ୍ଭ ହୋଇଥିବା ଯାତ୍ରା, ୨୦୨୩ର ଅଧୁରା ସ୍ୱପ୍ନ ଦେଇ ଏବେ ପହଞ୍ଚିଛି ୨୦୨୭ର ନୂଆ ଅଧ୍ୟାୟରେ। ପ୍ରଶ୍ନ ଏବେ ଗୋଟିଏ ନୀଳ ଜର୍ସିରେ ଶେଷ ବିଶ୍ୱକପ୍ ଖେଳିବାକୁ ଯାଉଥିବା କିଙ୍ଗ୍ କୋହଲି କ’ଣ ଭାରତ ପାଇଁ ପୁଣି ଥରେ ବିଶ୍ୱବିଜୟର ଇତିହାସ ଲେଖିପାରିବେ?

୨୦୨୭ରେ ଟ୍ରଫି ଜିତିବେ କି କିଙ୍ଗ୍ ?

ବ୍ୟାଟ୍‌ରେ ରନ୍, ଆଖିରେ ବିଶ୍ୱକପ୍‌ର ସ୍ୱପ୍ନ ଆଉ ଛାତିରେ ତ୍ରିରଙ୍ଗା ପାଇଁ ଅସୀମ ଭଲପାଇବା। ଏଥର କ’ଣ ୨୦୨୭ରେ କୋହଲିଙ୍କ ବ୍ୟାଟ୍ ଲେଖିବ ବିଶ୍ୱବିଜୟର ନୂଆ କାହାଣୀ ? ନା ପୁଣି ଅଧୁରା ରହିଯିବ ଟ୍ରଫି ଜିତିବାର ସ୍ୱପ୍ନ? କୋଟି କୋଟି ପ୍ରଶଂସକଙ୍କ ଆଖି ଏବେ ଠାରୁ ୨୦୨୭ ଉପରେ।

Debi Prasad Ojha
ଲେଖକ
Debi Prasad Ojha

Editorial Head at Nirnay TV, leading the newsroom’s editorial direction, news standards, and content strategy. Committed to accurate, responsible, and impactful journalism that keeps audiences informed and empowers them with the truth.

8 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)