ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
କ୍ରୀଡ଼ା

ପାକିସ୍ତାନ ଆଗରେ ୨୧୧ ରନ୍‌ର ବିଶାଳ ଲକ୍ଷ୍ୟ ରଖିଲା ଭାରତ, ଅଭିଷେକ ଓ ତିଲକଙ୍କ ଧୂଆଁଧାର ବ୍ୟାଟିଂ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାର ପୁରୁଷ କ୍ରିକେଟ୍ ସ୍ୱର୍ଣ୍ଣ ପଦକ ମ୍ୟାଚ୍‌ରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ଟି ୱିକେଟ୍ ହରାଇ ୨୧୧ ରନ୍‌ର ଏକ ବିଶାଳ ପାହାଡ଼ ଠିଆ କରିଛି। କୋରୋଗୀ ପାର୍କର ସ୍ପିନ୍-ଫ୍ରେଣ୍ଡ୍‌ଡ ପିଚ୍‌ରେ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ପାକିସ୍ତାନୀ ବୋଲରମାନଙ୍କୁ ମଇଦାନ ଚାରିପଟେ କୁଟିଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ୧୫ ବର୍ଷୀୟ ଯୁବ ବ୍ୟାଟ୍‌ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଓ ସଞ୍ଜୁ ସାମସନ୍ ୫୧ ରନ୍‌ର ଓପନିଂ ପାର୍ଟନରସିପ୍ କରିଥିଲେ। ମାତ୍ର ବୈଭବ (୩୮ ରନ୍) ଆଉଟ୍ ହେବା ପରେ ଅଭିଷେକ ଶର୍ମା ମୋର୍ଚ୍ଚା ସମ୍ଭାଳି ମାତ୍ର ୨୮ ବଲ୍‌ରୁ ୬୧ ରନ୍‌ର ଏକ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ।

ଏକ ସମୟରେ ଭାରତର ଅଧା ଟିମ୍ ୧୩୩ ରନ୍‌ରେ ପାଭିଲିୟନ୍ ଫେରିଯାଇଥିବା ବେଳେ ଶେଷ ତିନି ଓଭରରେ ତିଲକ ବର୍ମା (୨୨ ବଲ୍‌ରୁ ଅପରାଜିତ ୫୧ ରନ୍) ଏବଂ ଶିବମ ଦୁବେ (୧୪ ବଲ୍‌ରୁ ୨୭ ରନ୍) ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା, ଯାହା ଦଳର ସ୍କୋରକୁ ୨୧୧ ରନ୍‌ରେ ପହଞ୍ଚାଇଥିଲା। ପାକିସ୍ତାନ ପକ୍ଷରୁ ବୋଲିଂରେ ସୀମିତ ସଫଳତା ମିଳିଥିଲେ ହେଁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଆଗରେ ସେମାନେ ପ୍ରଭାବହୀନ ନଜର ଆସିଥିଲେ।

ମ୍ୟାଚ୍ ଆରମ୍ଭରେ ଟସ୍ ପରେ ଭାରତୀୟ ଅଧିଙ୍କାଶ ଖେଳାଳି ଓ ଅଧିନାୟକ ଶ୍ରେୟସ୍ ଆୟର ପାକିସ୍ତାନୀ ଅଧିନାୟକଙ୍କ ସହ ହାତ ମିଳାଇ ନଥିବା ଦେଖିବାକୁ ମିଳିଥିଲା, ଯାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)