ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଓଡ଼ିଶା ପାଇଁ ଗର୍ବର ବିଷୟ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ‘କ୍ଲାସିକାଲ୍ ପାଲି’ ଉତ୍କର୍ଷ କେନ୍ଦ୍ର, ମୁଖ୍ୟମନ୍ତ୍ରୀ କଲେ ସ୍ୱାଗତ

କୋରାପୁଟ/ଭୁବନେଶ୍ୱର: ଭାରତର ଭାଷାଗତ ମାନଚିତ୍ରରେ ଓଡ଼ିଶା ଆଉ ଏକ ଗୌରବଜନକ ସ୍ଥାନ ହାସଲ କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘କ୍ଲାସିକାଲ୍ ପାଲି’ ଅଧ୍ୟୟନ ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠାକୁ ମଞ୍ଜୁରୀ ମିଳିଛି। ଏହି ପଦକ୍ଷେପ ଦ୍ୱାରା ଦେଶର ଅନ୍ୟତମ ପ୍ରାଚୀନ ତଥା ମହତ୍ତ୍ୱପୂର୍ଣ୍ଣ ଭାଷାର ଗବେଷଣା ଏବଂ ସଂରକ୍ଷଣ ଦିଗରେ ବ୍ୟାପକ ଅଗ୍ରଗତି ହେବ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ, ଭାଷା ବିଭାଗ ପକ୍ଷରୁ ସମୁଦାୟ ପାଞ୍ଚଟି ନୂତନ ଉତ୍କର୍ଷ କେନ୍ଦ୍ର ଘୋଷଣା କରାଯାଇଛି। ଆସାମୀ, ବଙ୍ଗାଳୀ, ମରାଠୀ ଏବଂ ପ୍ରାକୃତ ଭାଷା ପାଇଁ ଯଥାକ୍ରମେ ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଗୁଜୁରାଟରେ କେନ୍ଦ୍ର ସ୍ଥାପନ ହେବାକୁ ଥିବାବେଳେ ପାଲି ଭାଷା କେନ୍ଦ୍ରଟି ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ଥାପିତ ହେବ। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଭାଷାର ଉନ୍ନତ ଗବେଷଣା, ଡିଜିଟାଇଜେସନ୍, ସଂରକ୍ଷଣ ଏବଂ ସାଂସ୍କୃତିକ ପରମ୍ପରାର ପ୍ରସାର କରାଯିବ।

ଏହି ନିଷ୍ପତ୍ତିକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଏହା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ ଏବଂ ଭାରତର ସମୃଦ୍ଧ ସଭ୍ୟତାଗତ ପରମ୍ପରାକୁ ସୁରକ୍ଷିତ ରଖିବାରେ ଏକ ବଡ଼ ଅବଦାନ। ଏହି କେନ୍ଦ୍ର ଦ୍ୱାରା ଭାରତର ଆଧ୍ୟାତ୍ମିକ, ବୌଦ୍ଧିକ ଓ ସାଂସ୍କୃତିକ ଐତିହ୍ୟ ସହ ଜଡ଼ିତ ପାଲି ଭାଷାର ଅଧ୍ୟୟନ ଅଧିକ ମଜବୁତ ହୋଇପାରିବ ବୋଲି ସେ ମତପ୍ରକାଶ କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)