ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
କ୍ରୀଡ଼ା

ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ୟାପ୍ଟେନ୍ ପଦରୁ ହଟିଲେ ହରମନପ୍ରୀତ କୌର: ସମସ୍ତ ଫର୍ମାଟ୍‌‌ରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ସଫଳ ଅଧିନାୟିକା ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ହରମନପ୍ରୀତ କୌର ହଠାତ୍ କ୍ୟାପ୍ଟେନ୍ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ତାଙ୍କରି ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ, ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ୍ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେ ସମସ୍ତ ଫର୍ମାଟ୍ (ଟେଷ୍ଟ, ଦିନିକିଆ ଏବଂ ଟି-୨୦) ର କ୍ୟାପ୍ଟେନସିପ୍ ଛାଡ଼ିଥିଲେ ମଧ୍ୟ ଜଣେ ଖେଳାଳି ଭାବେ ଦଳ ପାଇଁ ଖେଳିବା ଜାରି ରଖିବେ।

ଭାବବିହ୍ୱଳ ପୋଷ୍ଟ ଜରିଆରେ କଲେ ଘୋଷଣା: ସୋସିଆଲ ମିଡିଆରେ ଏକ ଦୀର୍ଘ ପୋଷ୍ଟ ସେୟାର କରି ହରମନପ୍ରୀତ କୌର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଏହା ତାଙ୍କ ପାଇଁ ଏକ କଠିନ ନିଷ୍ପତ୍ତି ଥିଲା। ଏହି ଯାତ୍ରା ମଧ୍ୟରେ ଅନେକ ସ୍ମୃତି, ଭାବନା ଏବଂ ତ୍ୟାଗ ଜଡ଼ିତ ରହିଛି। ଦଳକୁ ଆଗକୁ ବଢ଼ାଇବା ପାଇଁ ସେ ନିଜର ସର୍ବସ୍ୱ ଦେଇଛନ୍ତି ଏବଂ ଅନେକ ସମୟରେ ବ୍ୟକ୍ତିଗତ ପ୍ରଦର୍ଶନକୁ ମଧ୍ୟ ପଛରେ ପକାଇ ଦଳକୁ ପ୍ରାଥମିକତା ଦେଇଛନ୍ତି। ଦଳ ଏବେ ଏକ ମଜବୁତ ସ୍ଥିତିରେ ଥିବାରୁ ସେ ପୂର୍ଣ୍ଣ ମନଶାନ୍ତି ସହିତ ଏହି ଦାୟିତ୍ୱରୁ ଓହରି ଯାଉଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

୨୦୧୬ରୁ ସମ୍ଭାଳିଥିଲେ ଦାୟିତ୍ୱ: ପ୍ରାୟ ୩୭ ବର୍ଷ ବୟସ୍କା ହରମନପ୍ରୀତ କୌର ୨୦୧୬ ମସିହାରେ ପ୍ରଥମଥର ପାଇଁ ଟି-୨୦ ଅନ୍ତର୍ଜାତୀୟ ଦଳର କମାଣ୍ଡ ସମ୍ଭାଳିଥିଲେ। ପରେ ୨୦୨୨ରେ ମିତାଲୀ ରାଜ ଅବସର ନେବା ପରେ ସେ ଦିନିକିଆ ଦଳର ମଧ୍ୟ ଅଧିନାୟିକା ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ମହିଳା ଦଳ ଅନେକ ଐତିହାସିକ ବିଜୟ ହାସଲ କରିଛି।

କିଏ ହେବେ ପରବର୍ତ୍ତୀ କ୍ୟାପ୍ଟେନ୍: ହରମନପ୍ରୀତ କୌର କ୍ଷମତାତ୍ୟାଗ କରିବା ପରେ, ଦଳର ଅନୁଭବୀ ଓପନର୍ ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂତନ ଅଧିନାୟକ କରାଯିବାର ପ୍ରବଳ ସମ୍ଭାବନା ରହିଛି। ବିସିଜିଆଇ (BCCI) ପକ୍ଷରୁ ଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇପାରେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)