ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବାଣିଜ୍ୟ

PF ଟଙ୍କା ଉଠାଇବା ହେଲା ଅତି ସହଜ: ଗୁଗଲ୍ ପେ, ଫୋନ୍ ପେ ଭଳି UPI ଆପ୍ ଜରିଆରେ ମିଳିବ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନର କୋଟି କୋଟି ଚାକିରିଜୀବୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ପିଏଫର ଟଙ୍କା ଉଠାଇବା ପାଇଁ ଅଫିସ୍ ଦୌଡ଼ିବା କିମ୍ବା ସପ୍ତାହ ସପ୍ତାହ ଧରି ଅନଲାଇନ୍ ପ୍ରକ୍ରିୟାକୁ ଅପେକ୍ଷା କରିବାର ଆବଶ୍ୟକତା ପଡ଼ିବ ନାହିଁ।

ସରକାର ଏବଂ EPFO ଏଭଳି ଏକ ଅତ୍ୟାଧୁନିକ ବ୍ୟବସ୍ଥା ଆଣୁଛନ୍ତି, ଯାହା ମାଧ୍ୟମରେ ୟୁଜର୍ମାନେ ଗୁଗଲ୍ ପେ, ଫୋନ୍ ପେ କିମ୍ବା BHIM ଭଳି UPI ଆପ୍ ଜରିଆରେ ସିଧାସଳଖ ନିଜର ପିଏଫ୍ ଟଙ୍କା ପ୍ରତ୍ୟାହାର କରିପାରିବେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କିଛି ପ୍ରମୁଖ ବ୍ୟାଙ୍କ ସହ ମିଶି ଏହାର ପରୀକ୍ଷଣ ଆରମ୍ଭ ହୋଇଯାଇଥିବାବେଳେ ସବୁକିଛି ଠିକ୍ ରହିଲେ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ସୁବିଧା ଆରମ୍ଭ ହୋଇପାରେ।

କିପରି କାମ କରିବ ଏହି UPI ବ୍ୟବସ୍ଥା: ନୂତନ ଯୋଜନା ଅନୁଯାୟୀ, EPFO ଆପଣଙ୍କ UAN କୁ UPI ଆକାଉଣ୍ଟ ସହିତ ଲିଙ୍କ୍ କରିବ। ଏଥିପାଇଁ ଏକ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ମଧ୍ୟ ଅଣାଯାଇପାରେ, ଯାହା BHIM ଏବଂ ଅନ୍ୟାନ୍ୟ UPI ଆପ୍ ସହିତ କାମ କରିବ। ଏହାଦ୍ୱାରା କ୍ଲେମ୍ ପ୍ରକ୍ରିୟା ଅତି ଦ୍ରୁତଗତିରେ ହେବ ଏବଂ ଟଙ୍କା ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଯିବ।

କ’ଣ ସବୁ ନିୟମ ରହିଛି: UPI ସୁବିଧା ମିଳିବା ମାତ୍ରେ ଆପଣ ଯେତେବେଳେ ଚାହିଁବେ ସମ୍ପୂର୍ଣ୍ଣ PF ଟଙ୍କା ଖାଲି କରିପାରିବେ ନାହିଁ। ଏଥିପାଇଁ କିଛି କଡ଼ା ନିୟମ ରହିଛି:

ଆପଣ ନିଜର ମୋଟ ଯୋଗ୍ୟ PF ବାଲାନ୍ସର କେବଳ ୭୫% ପର୍ଯ୍ୟନ୍ତ ଟଙ୍କା UPI ଜରିଆରେ ଅଗ୍ରୀମ ଭାବେ ଉଠାଇ ପାରିବେ।

ଆପଣଙ୍କ ଆକାଉଣ୍ଟରେ ଅତି କମରେ ୨୫% ଜମା ରହିବା ବାଧ୍ୟତାମୂଳକ ଅଟେ, ଯାହାଦ୍ୱାରା ଅବସରଜୀବନ ସୁରକ୍ଷିତ ରହିବ ଏବଂ ସେହି ଟଙ୍କା ଉପରେ ଟ୍ୟାକ୍ସ-ଫ୍ରି ସୁଧ ମିଳୁଥିବ।

ଏହି ଟଙ୍କା ଅସୁସ୍ଥତା, ବିବାହ, ପିଲାଙ୍କ ପାଠପଢ଼ା କିମ୍ବା ଘର କିଣିବା ଭଳି ଜରୁରୀ ଆବଶ୍ୟକତା ପାଇଁ ବ୍ୟବହାର କରାଯାଇପାରିବ।

୧୨ ବର୍ଷ ପରେ ବଢ଼ିଲା ପିଏଫ୍ ସାଲାରୀ ଲିମିଟ୍: UPI ସୁବିଧା ବ୍ୟତୀତ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ପିଏଫ୍ କଭରେଜ୍ ପାଇଁ ବାଧ୍ୟତାମୂଳକ ବେତନ ସୀମା କୁ ମାସିକ ୧୫,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୨୫,୦୦୦ ଟଙ୍କା କରାଯାଇଛି। ପୂରା ୧୨ ବର୍ଷ ପରେ ଏହି ପରିବର୍ତ୍ତନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ଏହି ନିଷ୍ପତ୍ତି ଦ୍ୱାରା ଆହୁରି ପ୍ରାୟ ୫୧ ଲକ୍ଷ ନୂତନ କର୍ମଚାରୀ ମ୍ୟାଣ୍ଡେଟରୀ ପିଏଫ୍ କଭରେଜ୍ ପରିସରଭୁକ୍ତ ହେବେ, ଯାହା ସେମାନଙ୍କ ସାମାଜିକ ସୁରକ୍ଷାକୁ ଆହୁରି ମଜବୁତ କରିବ। ସୂଚନାଯୋଗ୍ୟ ଯେ EPFO ର ମୋଟ ୩୦ କୋଟିରୁ ଅଧିକ ସବ୍‌ସ୍କ୍ରାଇବର୍ ଅଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)