ନୂଆଦିଲ୍ଲୀ: ଯଦି ଆପଣ ଭାରତରେ ଘରେ ବସି ଆମେରିକା, ବ୍ରିଟେନ୍ କିମ୍ବା ଅନ୍ୟ କୌଣସି ବୈଦେଶିକ କ୍ଲାଏଣ୍ଟଙ୍କ ପାଇଁ କାମ କରୁଛନ୍ତି ଏବଂ ଆପଣଙ୍କୁ ଡଲାର, ପାଉଣ୍ଡ କିମ୍ବା ୟୁରୋରେ ଫିସ୍ ମିଳୁଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପର୍ଯ୍ୟନ୍ତ କେବଳ ବ୍ୟାଙ୍କ ଆକାଉଣ୍ଟରେ ବିଦେଶରୁ ଟଙ୍କା ଆସିଯିବା ଯଥର୍ଥ ଥିଲା, କିନ୍ତୁ ଅକ୍ଟୋବର ୧, ୨୦୨୬ ରୁ ରିଜର୍ଭ ବ୍ୟାଙ୍କ ଏବଂ FEMA ନିୟମରେ ବଡ଼ଧରଣର ପରିବର୍ତ୍ତନ ଆଣିଛନ୍ତି। ବର୍ତ୍ତମାନ ସର୍ଭିସ୍ ଏକ୍ସପୋର୍ଟ ପାଇଁ ଏକ୍ସପୋର୍ଟ ଡିକ୍ଲାରେସନ୍ ଫର୍ମର ନୂତନ ବ୍ୟବସ୍ଥା ଲାଗୁ କରାଯାଇଛି।
ସର୍ଭିସ୍ ଏକ୍ସପୋର୍ଟ କ’ଣ: ଧରିନିଅନ୍ତୁ ଆପଣ ଭୁବନେଶ୍ୱର ବା ଦିଲ୍ଲୀରେ ବସି ଆମେରିକାର କାହା ପାଇଁ ୱେବସାଇଟ୍ ଡିଜାଇନ୍ କରୁଛନ୍ତି, ସଫ୍ଟୱେର୍ ପ୍ରସ୍ତୁତ କରୁଛନ୍ତି କିମ୍ବା ଡିଜିଟାଲ୍ ମାର୍କେଟିଂ କରୁଛନ୍ତି। ଆପଣ ବିଦେଶକୁ କୌଣସି ଭୌତିକ ସାମଗ୍ରୀ ପଠାଇ ନାହାନ୍ତି, ବରଂ ନିଜର ସେବା ପ୍ରଦାନ କରିଛନ୍ତି ଏବଂ ବଦଳରେ ଡଲାର ପାଇଛନ୍ତି। ଏହାକୁ ହିଁ ସର୍ଭିସ୍ ଏକ୍ସପୋର୍ଟ କୁହାଯାଏ।
ନୂତନ ନିୟମରେ କ’ଣ ବଦଳିଲା: ବର୍ତ୍ତମାନ ସର୍ଭିସ୍ ଏକ୍ସପୋର୍ଟକୁ ମଧ୍ୟ EDF ସିଷ୍ଟମ ଅନ୍ତର୍ଭୁକ୍ତ କରାଯାଇଛି। ଆପଣଙ୍କୁ ସ୍ପଷ୍ଟ ଭାବେ ଦର୍ଶାଇବାକୁ ହେବ ଯେ ଆପଣ କେଉଁ କ୍ଲାଏଣ୍ଟଙ୍କ ପାଇଁ କାମ କରିଛନ୍ତି, କ’ଣ ସେବା ଦେଇଛନ୍ତି, ଆପଣଙ୍କ ଇନଭଏସ୍ କେତେ ଥିଲା ଏବଂ ବ୍ୟାଙ୍କକୁ କେତେ ପରିମାଣର ଅର୍ଥ ଆସିଛି।
ସମୟ ସୀମା: ଯେଉଁ ମାସରେ ଆପଣ ବିଦେଶୀ କ୍ଲାଏଣ୍ଟଙ୍କୁ ଇନଭଏସ୍ ଜାରି କରିବେ, ସେହି ମାସ ଶେଷ ହେବାର ୩୦ ଦିନ ଭିତରେ EDF ଡିକ୍ଲାରେସନ୍ ଦାଖଲ କରିବାକୁ ହେବ। (ଯଥା: ଅକ୍ଟୋବର ୨୦୨୬ରେ ବିଲ୍ ପଠାଇଥିଲେ, ୩୦ ନଭେମ୍ବର ୨୦୨୬ ମଧ୍ୟରେ ଏହା ଜମା କରିବାକୁ ପଡ଼ିବ।)
କାହା କାହା ଉପରେ ପଡ଼ିବ ପ୍ରଭାବ: ଏହି ନିୟମ ସିଧାସଳଖ ନିମ୍ନଲିଖିତ ବ୍ୟକ୍ତିବିଶେଷଙ୍କୁ ପ୍ରଭାବିତ କରିବ:
ଫ୍ରିଲାନ୍ସର୍ସ (ୱେବ୍ ଡେଭଲପର୍, କଣ୍ଟେଣ୍ଟ ରାଇଟର୍, ଡିଜାଇନର୍)
ଆଇଟି ଏବଂ ସଫ୍ଟୱେର୍ ପ୍ରଫେସନାଲ୍ସ
କନ୍ସଲ୍ଟାଣ୍ଟ ଏବଂ ବିଜେନେସ୍ ଆଡଭାଇଜର୍ସ
ଡିଜିଟାଲ୍ ମାର୍କେଟିଂ ଏଜେନ୍ସିଗୁଡ଼ିକ
ୟୁଟ୍ୟୁବର୍ ଏବଂ ଇନଫ୍ଲୁଏନ୍ସର୍ଙ୍କ ପାଇଁ କ’ଣ ନିୟମ: ଅନେକ ୟୁଟ୍ୟୁବରଙ୍କ ମନରେ ପ୍ରଶ୍ନ ଥାଏ ଯେ ଏହା ସେମାନଙ୍କ Google AdSense ଆୟ ଉପରେ ଲାଗୁ ହେବ କି?ତେବେ କହିରଖୁଛୁ ଯେ, ପ୍ରତ୍ୟେକ ପେମେଣ୍ଟ ସର୍ଭିସ୍ ଏକ୍ସପୋର୍ଟ ହୁଏ ନାହିଁ। ଯଦି ଆପଣ କୌଣସି ବୈଦେଶିକ ବ୍ରାଣ୍ଡ୍ ବା କମ୍ପାନୀ ପାଇଁ ସ୍ୱତନ୍ତ୍ର ସ୍ପନ୍ସରସିପ୍ କିମ୍ବା ସେବା ଦେଇଛନ୍ତି, ତେବେ ତାହା ଏକ୍ସୋର୍ଟ ମଧ୍ୟକୁ ଆସିପାରେ।
କିନ୍ତୁ YouTube AdSense କିମ୍ବା Affiliate Marketing ର ମାମଲା ଅଲଗା ଅଟେ। ତେଣୁ ସମସ୍ତ ଡିଜିଟାଲ୍ କ୍ରିଏଟର୍ଙ୍କ ଉପରେ ଏହା ସିଧାସଳଖ ଲାଗୁ ହୁଏ ନାହିଁ।