ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଧର୍ମ ଓ ସଂସ୍କୃତି

ଆଜି ନବରାତ୍ରୀର ଷଷ୍ଠ ତିଥି: ମା’ ଦୁର୍ଗାଙ୍କ ଷଷ୍ଠ ସ୍ୱରୂପ ମା’ କାତ୍ୟାୟନୀଙ୍କ ଆରାଧନା

ଭୁବନେଶ୍ୱର: ଶାରଦୀୟ ନବରାତ୍ରୀର ଷଷ୍ଠ ଦିନରେ ମା’ ଦୁର୍ଗାଙ୍କ ଷଷ୍ଠ ସ୍ୱରୂପ ମା’ କାତ୍ୟାୟନୀଙ୍କୁ ଭକ୍ତି ଓ ନିଷ୍ଠାର ସହ ପୂଜା ଅର୍ଚ୍ଚନା କରାଯାଉଛି। ନବରାତ୍ରୀର ଏହି ପବିତ୍ର ଦିନରେ ଦେବୀଙ୍କୁ ଆରାଧନା କରିବା ଦ୍ୱାରା ଭକ୍ତମାନଙ୍କୁ ଯଶ, ସଫଳତା, ସାହସ ଏବଂ ନିର୍ଭୟତା ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଚାରି ଭୁଜା ବିଶିଷ୍ଟ ମା’ କାତ୍ୟାୟନୀଙ୍କ ଗୋଟିଏ ହାତରେ ଖଣ୍ଡା ଏବଂ ଅନ୍ୟ ହାତରେ ପଦ୍ମ ପୁଷ୍ପ ସୁଶୋଭିତ ହୋଇଥାଏ, ଯାହାକି ଅଭୟ ଏବଂ ବର ମୁଦ୍ରାର ପ୍ରତୀକ ଅଟେ।

ପୌରାଣିକ କଥା ଅନୁସାରେ, ପ୍ରାଚୀନ ସମୟରେ କାତ୍ୟାୟନ ନାମକ ଜଣେ ମହର୍ଷି ଥିଲେ, ଯିଏ ଦେବୀ ଭଗବତୀଙ୍କ ଅନନ୍ୟ ଭକ୍ତ ଥିଲେ। ମା’ଙ୍କୁ ପ୍ରସନ୍ନ କରିବା ପାଇଁ ସେ ବର୍ଷ ବର୍ଷ ଧରି କଠୋର ତପସ୍ୟା କରିଥିଲେ। ତ୍ରିଦେବ (ବ୍ରହ୍ମା, ବିଷ୍ଣୁ ଏବଂ ମହେଶ) ଙ୍କ ତେଜ ପୁଞ୍ଜରୁ ପ୍ରକାଶିତ ଦିବ୍ୟ ଶକ୍ତିକୁ ଋଷି କାତ୍ୟାୟନ ପ୍ରଥମେ ପୂଜା କରିଥିଲେ। ସେହି ଋଷିଙ୍କ ନାମାନୁସାରେ ଦେବୀଙ୍କ ନାମ ‘କାତ୍ୟାୟନୀ’ ରଖାଗଲା।

ସେହି ସମୟରେ ଅସୁରରାଜ ମହିଷାସୁରର ଅତ୍ୟାଚାର ତିନି ଲୋକରେ ଅତ୍ୟଧିକ ବୃଦ୍ଧି ପାଇଥିବାବେଳେ ସେ ସ୍ୱର୍ଗ ଉପରେ ମଧ୍ୟ ଅଧିକାର ଜମାଇ ନେଇଥିଲା। ଆଶ୍ୱିନ କୃଷ୍ଣ ଚତୁର୍ଦ୍ଦଶୀରେ ଆବିର୍ଭୂତ ହେବା ପରେ, ମା’ କାତ୍ୟାୟନୀ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ତିଥିରେ ପୂଜା ଗ୍ରହଣ କରି ଦଶମୀ ତିଥିରେ ମହିଷାସୁରର ବଧ କରିଥିଲେ। ଏହାପରେ ତିନି ଲୋକରେ ପୁଣିଥାଏ ଧର୍ମ, ଶାନ୍ତି ଏବଂ ଶୃଙ୍ଖଳା ପ୍ରତିଷ୍ଠା ହୋଇଥିଲା।

ଧାର୍ମିକ ବିଶ୍ୱାସ ରହିଛି ଯେ, ଯଦି କାହାର ବିବାହରେ କୌଣସି ପ୍ରକାରର ବାଧା ବା ସମସ୍ୟା ଆସୁଥାଏ, ତେବେ ମା’ କାତ୍ୟାୟନୀଙ୍କ ପୂଜା ନିଶ୍ଚିତ ଭାବେ କରିବା ଉଚିତ୍। ସୁଯୋଗ୍ୟ ଜୀବନସାଥୀ ପ୍ରାପ୍ତି ଏବଂ ପାରିବାରିକ ସୁଖଶାନ୍ତି ପାଇଁ ମା’ କାତ୍ୟାୟନୀଙ୍କ ଆରାଧନା ଅତ୍ୟନ୍ତ ପ୍ରଭାବଶାଳୀ ଅଟେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)