ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଓଡ଼ିଶା ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ: ABVP ଏବଂ BCJD ମଧ୍ୟରେ କଡ଼ା ଟକ୍କର, ଉଭୟ ଦଳର ବିଜୟ ଦାବି

ଭୁବନେଶ୍ୱର: ଦିନତମାମ ଉତ୍ତେଜନା, ହଙ୍ଗାମା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହୋଇଥିବା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ରାଜ୍ୟର ମୋଟ ୨୮୫ଟି କଲେଜ ଏବଂ ବିଶ୍ୱବିଦ୍ୟାଳୟର ଫଳାଫଳ ପ୍ରକାଶ ପାଇଥିବାବେଳେ, ଏଥର ନିର୍ବାଚନ ମୁଖ୍ୟତଃ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବଂ ବିଜୁ ଛାତ୍ର ଜନତା ଦଳ ମଧ୍ୟରେ ଏକ ସିଧାସଳଖ ଓ କଡ଼ା ଟକ୍କର ହୋଇଥିବା ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ନିଜ ନିଜର ବିଜୟ ନେଇ ଦାବି କରିଛନ୍ତି।

ଅଫିସିଆଲ୍ ତଥ୍ୟ ଅନୁଯାୟୀ, ଗୁରୁବାର ରାତି ୧୦ଟା ସୁଦ୍ଧା ୨୪୭ଟି କଲେଜର ଫଳାଫଳ ପ୍ରକାଶ ପାଇଥିଲା, ଯେଉଁଥିରେ ୨,୬୦୨ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି (୧,୧୬୯ ଜଣ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି)। ସେହିପରି ୬ଟି ବିଶ୍ୱବିଦ୍ୟାଳୟରେ ମୋଟ ୬୬ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ବିଭିନ୍ନ ସଂଗଠନର ଦାବି ଅନୁଯାୟୀ, ABVP ସଭାପତି ପଦବୀ ପାଇଁ ୧୪୨ଟି ଏବଂ BCJD ୧୨୧ଟି ସ୍ଥାନରେ ଜିତିଥିବାବେଳେ NSUI ପ୍ରାର୍ଥୀମାନେ ୫ଟି କଲେଜରେ ସଭାପତି ଭାବେ ବିଜୟୀ ହୋଇଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ: ABVP ସଭାପତି ଏବଂ ସମ୍ପାଦକ ପଦବୀ ଦଖଲ କରିବାରେ ସଫଳ ହୋଇଛି। ଏହାଛଡ଼ା ବିଜେବି କଲେଜ, ରାଜଧାନୀ କଲେଜ ଏବଂ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ ABVP ପ୍ରମୁଖ ପଦବୀ ହାତେଇଛି।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ: ରାତି ପ୍ରାୟ ୨:୩୫ ରେ ପ୍ରକାଶିତ ଫଳାଫଳ ଅନୁଯାୟୀ, BCJD ସଭାପତି, ଉପ-ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରମୁଖ ପଦବୀରେ ବହୁ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛି।

ଅନ୍ୟାନ୍ୟ କଲେଜ: ରେଭେନ୍ସା ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମିଶ୍ରିତ ଫଳାଫଳ ଦେଖିବାକୁ ମିଳିଥିବାବେଳେ ଶୈଳବାଳା କଲେଜ, ଖଲ୍ଲିକୋଟ କଲେଜ ଏବଂ ନିମାପଡ଼ା କଲେଜରେ ସ୍ୱାଧୀନ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

ଦୀର୍ଘ ୮ ବର୍ଷ ପରେ ଏତେ ମାତ୍ରାରେ ଉତ୍ସାହ ଓ ଉତ୍ତେଜନା ମଧ୍ୟରେ ଅନୁଷ୍ଠିତ ଏହି ନିର୍ବାଚନର ଫଳାଫଳ ପରେ ଆଜି ନବନିର୍ବାଚିତ ଛାତ୍ର ନେତାମାନେ ଶପଥ ଗ୍ରହଣ କରିବେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)