ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଜାଣନ୍ତୁ ନୂତନ ଗାଇଡଲାଇନ୍

ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ପୁଣିଥରେ ଖୋଲିବାକୁ ଯାଉଛି। ବର୍ଷାଋତୁକୁ ଦୃଷ୍ଟିରେ ରଖି ଗତ ଜୁନ୍ ୨୯ ତାରିଖରୁ ବନ୍ଦ ରହିଥିବା ଏହି ଜାତୀୟ ଉଦ୍ୟାନ ଆସନ୍ତା ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବୋଲି ଏସ୍‌ଟିଆର୍ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ପ୍ରତିଦିନ ସର୍ବାଧିକ ୬୦ଟି ଗାଡ଼ିକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ, ଯେଉଁଗୁଡ଼ିକର ଗ୍ରାଉଣ୍ଡ କ୍ଲିୟରାନ୍ସ ଅତିକମରେ ୧୮୦ ମିମି ହୋଇଥିବା ଆବଶ୍ୟକ।
ପର୍ଯ୍ୟଟକମାନେ ଜଶୀପୁର ଗେଟ୍ ଦେଇ ସକାଳ ୫:୦୦ ରୁ ୯:୦୦ ଟା ମଧ୍ୟରେ ଏବଂ ବାରିପଦା ବିଭାଗାନ୍ତର୍ଗତ ପିଠାବଟା ପ୍ରବେଶ ପଥ ଦେଇ ସକାଳ ୮:୦୦ ରୁ ୯:୦୦ ଟା ମଧ୍ୟରେ ପ୍ରବେଶ କରିପାରିବେ।

ପର୍ଯ୍ୟଟକମାନେ ଅପରାହ୍ନ ୪:୦୦ ଟା ପୂର୍ବରୁ ଜୋରନ୍ଦା ଏବଂ ବାରେହିପାଣି ଜଳପ୍ରପାତରୁ ବାହାରିଯିବା ଏବଂ ସେହିଦିନ ସନ୍ଧ୍ୟା ୬:୦୦ ଟା ସୁଦ୍ଧା ଅଭୟାରଣ୍ୟରୁ ବାହାରକୁ ଚାଲିଯିବା ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ପର୍ଯ୍ୟଟକ ଗାଡ଼ି ସାଙ୍ଗରେ ଜଣେ ଗାଇଡ୍ ରହିବା ମଧ୍ୟ ଜରୁରୀ।

ଅଭୟାରଣ୍ୟରେ ପ୍ରବେଶ ପାଇଁ ପର୍ଯ୍ୟଟକମାନେ www.similipal.org ୱେବସାଇଟ୍ ଜରିଆରେ ପରମିଟ୍ ସଂଗ୍ରହ କରିପାରିବେ। ଏହାଛଡ଼ା ଓପନ୍-ଜିପ୍ ୱାଇଲ୍ଡଲାଇଫ୍ ସଫାରି ଏବଂ କୁମାରୀ, ଗୁଡୁଗୁଡ଼ିଆ, ତାଳବନ୍ଧ, ବାରେହିପାଣି ଓ ଜାମୁଆଣି ଆଦି ସ୍ଥାନରେ ରାତ୍ରୀଯାପନ ପାଇଁ www.ecotourodisha.com ୱେବସାଇଟ୍ ମାଧ୍ୟମରେ ବୁକିଂ କରାଯାଇପାରିବ। ପ୍ରବେଶ ଗେଟ୍‌ରେ ବୈଧ ପରିଚୟ ପତ୍ର ଦେଖାଇବା ସହ ନିୟମାବଳୀ ମାନିବା ନେଇ ଏକ ଲିଖିତ ପ୍ରତିଶ୍ରୁତି ଦେବାକୁ ପଡ଼ିବ।

୨,୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳରେ ବିରଳ ମେଲାନିଷ୍ଟିକ୍ ବାଘ (କଳା ବାଘ), ରୟାଲ ବେଙ୍ଗଲ ଟାଇଗର, କଲରାପତରିଆ ବାଘ, ହାତୀ, ସମ୍ବର, ଗୌର ଏବଂ ବିଭିନ୍ନ ପ୍ରଜାତିର ପକ୍ଷୀ ଓ ବୃକ୍ଷଲତା ରହିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)