ଗୁରୁବାର, 22 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ
ଭାରତ

ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ପଦରୁ ଏଲ୍. ମୁରୁଗନ୍‌ଙ୍କ ଇସ୍ତଫା ପରେ ଖାଲିପଡ଼ିଥିବା ଆସନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ଉପନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶରୁ ଖାଲିଥିବା ଏହି ରାଜ୍ୟସଭା ଆସନ ପାଇଁ ଆସନ୍ତା ନଭେମ୍ବର ୧୨ ତାରିଖରେ ମତଦାନ ଅନୁଷ୍ଠିତ ହେବ।

ନିର୍ବାଚନ କାର୍ଯ୍ୟସୂଚୀ: ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ..

ବିଜ୍ଞପ୍ତି ପ୍ରକାଶ: ଅକ୍ଟୋବର ୨୬, ୨୦୨୬

ନାମାଙ୍କନ ଦାଖଲର ଶେଷ ତାରିଖ: ନଭେମ୍ବର ୨, ୨୦୨୬

ନାମାଙ୍କନ ଯାଞ୍ଚ: ନଭେମ୍ବର ୩, ୨୦୨୬

ନାମ ପ୍ରତ୍ୟାହାରର ଶେଷ ତାରିଖ: ନଭେମ୍ବର ୫, ୨୦୨୬

ମତଦାନ: ନଭେମ୍ବର ୧୨ (ସକାଳ ୯ଟାରୁ ଅପରାହ୍ନ ୪ଟା)

ଭୋଟ୍ ଗଣନା: ନଭେମ୍ବର ୧୨ ସନ୍ଧ୍ୟା ୫ଟାରୁ ଆରମ୍ଭ ହେବ ଏବଂ ନଭେମ୍ବର ୧୬ ଭିତରେ ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ: ମତଦାନର ସ୍ୱଚ୍ଛତା ଏବଂ ଗୋପନୀୟତା ବଜାୟ ରଖିବା ପାଇଁ ନିର୍ବାଚନ ଆୟୋଗ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଭୋଟରମାନେ କେବଳ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ସ୍ୱତନ୍ତ୍ର ବାଇଗଣୀ ରଙ୍ଗର ସ୍କେଚ୍ ପେନ୍ ବ୍ୟବହାର କରି ବାଲାଟ୍ ପେପରରେ ନିଜର ପସନ୍ଦ ଚିହ୍ନିତ କରିବେ। ଅନ୍ୟ କୌଣସି କଲମର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ସୂଚନାଯୋଗ୍ୟ, ତାମିଳନାଡ଼ୁରେ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ଏଲ୍. ମୁରୁଗନ୍ ଗତ ଅକ୍ଟୋବର ୧୪ ତାରିଖରେ ରାଜ୍ୟସଭା ଏବଂ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ। ତାଙ୍କର କାର୍ଯ୍ୟକାଳ ୨୦୩୦ ମସିହା ଅପ୍ରେଲ ୨ ପର୍ଯ୍ୟନ୍ତ ରହିଥିଲା। ମଧ୍ୟପ୍ରଦେଶରେ ବିଜେପିର ସ୍ଥିତି ମଜବୁତ୍ ଥିବାରୁ ଏହି ଉପନିର୍ବାଚନରେ ଦଳର ବିଜୟ ସହଜ ହେବ ବୋଲି ଆଶା କରାଯାଉଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)