ସୋମବାର, 2 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ
ଅପରାଧ

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପାରଳାଖେମୁଣ୍ଡି କୋର୍ଟରେ ଆତ୍ମସମର୍ପଣ କଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା!

ପାରଳାଖେମୁଣ୍ଡି: ଚର୍ଚ୍ଚିତ ସହକାରୀ ବନସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ଖାରଜ ହେବା ପରେ ଆଜି ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

ଗତ ଅକ୍ଟୋବର ୩୧ ତାରିଖରେ ହାଇକୋର୍ଟ ବିଦ୍ୟାଭାରତୀଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଗିରଫଦାରୀରୁ ବଞ୍ଚିବା ପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଇନଗତ ଆଶ୍ରୟ ନମିଳିବାରୁ ଶେଷରେ ସେ କୋର୍ଟରେ ସରେଣ୍ଡର କରିଛନ୍ତି।

ଏହି ସମ୍ବେଦନଶୀଳ ଘଟଣାଟି ୨୦୨୧ ଜୁଲାଇ ୧୧ ତାରିଖର ଅଟେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଏସିଏଫ୍ ଭାବେ କାର୍ଯ୍ୟରତ ଥିବା ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ସନ୍ଦେହଜନକ ପରିସ୍ଥିତିରେ ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିଲେ। ପ୍ରଥମେ ତାଙ୍କୁ ସ୍ଥାନୀୟ ମେଡିକାଲ ଓ ପରେ ଉନ୍ନତ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

୨୦୨୧ ଜୁଲାଇ ୧୪ ରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ। ଏଥିରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ତତ୍କାଳୀନ ଗଜପତି DFO ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ନାମରେ ହତ୍ୟା ଅଭିଯୋଗ ଅଣାଯାଇଥିଲା। ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୨୦୨୧ ଅଗଷ୍ଟରେ ଏହି ମାମଲାର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।

ଘଟଣାର ଦୀର୍ଘ ଦିନ ପରେ ଏବଂ ହାଇକୋର୍ଟରୁ କୌଣସି ଆଶ୍ୱାସନା ନମିଳିବାରୁ ବିଦ୍ୟାଭାରତୀଙ୍କ ଏହି ଆତ୍ମସମର୍ପଣ ଏହି ହାଇ-ପ୍ରୋଫାଇଲ୍ ମାମଲାରେ ଆଇନଗତ ପ୍ରକ୍ରିୟାକୁ ଆହୁରି ଦ୍ରୁତ କରିବ ବୋଲି ଆଶା କରାଯାଉଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)